Biblia Todo Logo
Bib sou entènèt

- Piblisite -




ପ୍ରେରିତ 21:21 - ପବିତ୍ର ବାଇବଲ

21 ସେମାନେ ତୁମ୍ଭ ବିଷୟରେ ଶୁଣିଛନ୍ତି ଯେ, ତୁମ୍ଭେ ଅଣଯିହୂଦୀମାନଙ୍କ ଦେଶରେ ରହୁଥିବା ଯିହୂଦୀମାନଙ୍କୁ, ମୋଶାଙ୍କର ବ୍ୟବସ୍ଥା ତ୍ୟାଗ କରିବା ପାଇଁ ଶିକ୍ଷା ଦେଉଛ। ତୁମ୍ଭେ ସେମାନଙ୍କୁ ସେମାନଙ୍କର ପିଲାମାନଙ୍କର ସୁନ୍ନତ ନ କରିବା ପାଇଁ ଓ ଯିହୂଦୀ ରୀତିନୀତି ଗୁଡ଼ିକୁ ନ ମାନିବା ପାଇଁ ଶିକ୍ଷା ଦେଇଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ପୁଣି, ବିଜାତିମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୁଦୀଙ୍କି ଆପଣା ଆପଣା ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ସେମାନେ ଏହି ସମ୍ଵାଦ ପାଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

21 ପୁଣି, ଅଣଯିହୂଦୀମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୂଦୀଙ୍କ ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ଦେଇଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

21 ସେମାନେ ଖବର ପାଇଛନ୍ତି ଯେ, ଆପଣ ଅଣଇହୁଦୀମାନଙ୍କ ଦେଶରେ ବାସ କରୁଥିବା ଇହୁଦୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବାକୁ, ସେମାନଙ୍କର ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ଇହୁଦୀ ରୀତିନୀତି ପାଳନ ନ କରିବାକୁ ଶିକ୍ଷା ଦେଉଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ପୁଣି, ଅଣଯିହୁଦୀମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୁଦୀଙ୍କ ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ପାଇଅଛନ୍ତି।

Gade chapit la Kopi




ପ୍ରେରିତ 21:21
12 Referans Kwoze  

ସେମାନେ ଖୁବ୍ ଜୋ‌ର୍‌‌ରେ ଚିତ୍କାର କରି କହିଲେ, “ହେ ଇସ୍ରାଏଲୀୟ ଲୋକମାନେ, ଆମ୍ଭକୁ ସାହାଯ୍ୟ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ, ଆମ୍ଭ ବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତେକ ଗ୍ରୀକ୍ ଲୋକମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।”


ପାଉଲ ତିନି ଦିନ ପରେ ଯିହୂଦୀନେତାମାନଙ୍କୁ ଡକାଇଲେ। ସେମାନେ ଏକତ୍ରିତ ହେଲା ପରେ ସେ ସେମାନଙ୍କୁ କହିଲେ, “ଭାଇମାନେ, ମୁଁ ଯଦି ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ ବା ଆମ୍ଭ ପୂର୍ବପୁରୁଷମାନଙ୍କ ପରମ୍ପରା ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ମୋତେ ଯିରୁଶାଲମରେ ବନ୍ଦୀ କରି ରୋମୀୟମାନଙ୍କ ପାଖରେ ସମର୍ପିତ କରାଗଲା।


ପାଉଲ ତୀମଥିଙ୍କୁ ନିଜ ସହିତ ନେବା ପାଇଁ ଇଚ୍ଛା କଲେ। ତାହାଙ୍କର ପିତା ଗ୍ରୀକ୍ ବୋଲି ସମସ୍ତେ ଜାଣିଥିଲେ। ତେଣୁ ପାଉଲ ତାହାଙ୍କୁ ଯିହୂଦୀମାନଙ୍କ ହେତୁ ସୁନ୍ନତ କରିଦେଲେ।


“ତେଣୁ ଆମ୍ଭକୁ କ’ଣ କରିବା ଉଚିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସେମାନେ ନିଶ୍ଚୟ ଶୁଣିବାକୁ ପାଇବେ।


ସେମାନେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦେବା ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣଯିହୂଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ୟରେ ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ୟ ବଢ଼ି ଗ୍ଭଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ଉପରେ ଆସି ପଡ଼ିଲାଣି।


Swiv nou:

Piblisite


Piblisite