Biblia Todo Logo
Bib sou entènèt

- Piblisite -




ପ୍ରେରିତ 21:14 - ପବିତ୍ର ବାଇବଲ

14 ସେ ଆମ୍ଭ କଥାରେ ପ୍ରଭାବିତ ନ ହେବାରୁ ଆମ୍ଭେମାନେ ଚୁପ୍ ରହିଲୁ। ଆମ୍ଭେ କହୁଲୁ, “ପ୍ରଭୁଙ୍କର ଯାହା ଇଚ୍ଛା, ତାହା ହିଁ ହେଉ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ସେ ନ ମାନିବାରୁ ଆମ୍ଭେମାନେ କ୍ଷା; ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ।

Gade chapit la Kopi

ଓଡିଆ ବାଇବେଲ

14 ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ଆମେ ତାଙ୍କୁ ବୁଝାଇ ନ ପାରି ସେଥିରୁ ବିରତ ହୋଇ କହିଲୁ, “ପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେଉ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ।

Gade chapit la Kopi




ପ୍ରେରିତ 21:14
10 Referans Kwoze  

“ହେ ପରମପିତା, ଯଦି ଏହା ତୁମ୍ଭର ଇଚ୍ଛା, ତେବେ ଦୁଃଖ ‘ଯାତନାର ଏହି ପାନପାତ୍ର’ ମୋ'ଠାରୁ ଦୂର କର। କିନ୍ତୁ ଯାହା ତୁମ୍ଭର ଇଚ୍ଛା ତାହା କର। ମୋ’ ଇଚ୍ଛାରେ ନୁହେଁ।”


ପୁଣି ଥରେ ସେ ଗଲେ ଓ ପ୍ରାର୍ଥନା କଲେ, “ହେ ପରମପିତା, ଯଦି ଯନ୍ତ୍ରଣାର ଏ ପାତ୍ର ମୋ'ଠାରୁ ଦୂର ହୋଇ ପାରିବ ନାହିଁ ଏବଂ ଏହାକୁ ମୁଁ ପାନ କରେ, ତେବେ ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ଯାହା ଇଚ୍ଛା କରିଛନ୍ତି, ତାହା ହିଁ ହେଉ।”


ସେମାନଙ୍କ ପାଖରୁ କିଛି ଦୂରକୁ ଗ୍ଭଲିକରି ଯିବାପରେ ଯୀଶୁ ତଳେ ଉବୁଡ଼ ହୋଇ ପଡ଼ିଲେ ଓ ପ୍ରାର୍ଥନା କଲେ, “ହେ ପରମପିତା! ଯଦି ସମ୍ଭବ ହୁଏ, ତେବେ ଯନ୍ତ୍ରଣାର ଏହି ପାତ୍ରଟି ମୋ'ଠାରୁ ଦୂର ହୋଇଯାଉ। କିନ୍ତୁ ମୋ’ ଇଚ୍ଛା ଅନୁସାରେ ନ ହୋଇ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।”


ତୁମ୍ଭର ରାଜ୍ୟ ଆସୁ। ସ୍ୱର୍ଗରେ ତୁମ୍ଭ ଇଚ୍ଛା ସଫଳ ହେବାଭଳି ଏ ପୃଥିବୀରେ ବି ତୁମ୍ଭ ଇଚ୍ଛା ସଫଳ ହେଉ।


ତା'ପରେ ହିଜକିୟ ଯିଶାଇୟକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ଯେଉଁ ବାକ୍ୟ କହିଲ, ତାହା ଅତି ଉତ୍ତମ।” ଆଉ ମଧ୍ୟ ହିଜକିୟ କହିଲେ, “ମୋ’ ଜୀବନକାଳରେ ସତ୍ୟର ଶାନ୍ତି ବିରାଜିତ ହେବ। ଏହା ଅତି ଉତ୍ତମ କଥା।”


ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କଲାବେଳେ କୁହ: ‘ହେ ପରମପିତା, ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭ ନାମ ସର୍ବଦା ପବିତ୍ର ରହୁ। ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭର ରାଜ୍ୟ ଆସୁ।


ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାହାଙ୍କୁ ସବୁକଥା ଜଣାଇଲେ। ତା'ପରେ ଏଲି କହିଲେ, “ସେ ସଦାପ୍ରଭୁ, ଯାହା ସଦାପ୍ରଭୁ ଭାବନ୍ତି ତାହା ଯଥାର୍ଥ, ତାହା ସେ କରନ୍ତୁ।”


ମୁଁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବି, ସେ ରାଜ୍ୟପାଳଙ୍କୁ ଏପରି କରି ଦେବେ ଯେ, ସେ ତୁମ୍ଭଙ୍କୁ ଦୟା କରିବେ। ମୁଁ ପ୍ରାର୍ଥନା କରିବି ସେ ଶିମିୟୋନ ଓ ବିନ୍ୟାମୀନଙ୍କୁ ନିରାପଦରେ ଫେରାଇ ଦେବେ। ଯଦି ନ ଫେରାନ୍ତି, ତେବେ ମୋତେ ପୁଣି ପୁତ୍ର ପାଇଁ ଶୋକ କରିବାକୁ ପଡ଼ିବ।”


ନୟମୀ ଦେଖିଲେ ଯେ ଋତ ତାଙ୍କ ସହିତ ଯିବା ପାଇଁ ସଂକଳ୍ପବଦ୍ଧ ଥିଲେ। ତେଣୁ ନୟମୀ ତାଙ୍କ ସହିତ ଯୁକ୍ତି ବନ୍ଦ କଲେ।


Swiv nou:

Piblisite


Piblisite