Biblia Todo Logo
Bib sou entènèt

- Piblisite -




ପ୍ରେରିତ 2:47 - ପବିତ୍ର ବାଇବଲ

47 ବିଶ୍ୱାସୀମାନେ ଈଶ୍ୱରଙ୍କର ପ୍ରଶଂସା କଲେ। ସବୁ ଲୋକମାନେ ସେମାନଙ୍କୁ ଭଲ ପାଉଥିଲେ। ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ। ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ୱାସୀମାନଙ୍କ ଦଳରେ ସଂଯୁକ୍ତ କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

47 ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ। ପୁଣି, ପ୍ରଭୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ତଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ।

Gade chapit la Kopi

ଓଡିଆ ବାଇବେଲ

47 ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ ପୁଣି, ପ୍ରଭୁ, ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

47 ଈଶ୍ୱରଙ୍କ ପ୍ରଶଂସା କରି ଜଣେ ଅନ୍ୟ ଜଣର ଗୃହରେ ପାନ ଭୋଜନ କରୁଥିଲେ। ସେମାନେ ସମସ୍ତଙ୍କର ବିଶ୍ୱାସଭାଜନ ହେଲେ ଏବଂ ଦିନକୁ ଦିନ ପରିତ୍ରାଣପ୍ରାପ୍ତ ଲୋକମାନଙ୍କୁ ପ୍ରଭୁ ସେମାନଙ୍କ ଦଳରେ ଯୋଗ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

47 ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ ପୁଣି, ପ୍ରଭୁ, ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ।

Gade chapit la Kopi




ପ୍ରେରିତ 2:47
25 Referans Kwoze  

ତେଣୁ ମଣ୍ଡଳୀଗୁଡ଼ିକର ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗୁଥିଲା ଓ ସେଗୁଡ଼ିକ ବିଶ୍ୱାସରେ ଶକ୍ତିଶାଳୀ ହେଉଥିଲେ।


ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ।


ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ। ସେଦିନ ସେହି ବିଶ୍ୱାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ଯୋଗଦେଲେ।


ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ୟ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂରରେ ଅଛନ୍ତି ସେମାନଙ୍କ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଡାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।”


ଯେଉଁମାନେ ଖ୍ରୀଷ୍ଟଙ୍କ ସେବାରେ ରହି ଏହି ପ୍ରକାର ଜୀବନଯାପନ କରୁଛନ୍ତି, ସେମାନେ ପରମେଶ୍ୱରଙ୍କୁ ପ୍ରସନ୍ନ କରନ୍ତି। ଲୋକେ ମଧ୍ୟ ସେହି ଲୋକମାନଙ୍କୁ ଗ୍ରହଣ କରନ୍ତି ଓ ସମ୍ମାନ ଦିଅନ୍ତି।


ବର୍ଣ୍ଣ‌ବ୍‌‌ବା ଜଣେ ଉତ୍ତମ ବ୍ୟକ୍ତି ଥିଲେ। ସେ ପବିତ୍ରଆତ୍ମା ଓ ବିଶ୍ୱାସରେ ପୂର୍ଣ୍ଣ ଥିଲେ। ତେଣୁ ଅନେକ ଲୋକ ତାହାଙ୍କ ଲାଗି ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେଲେ।


ଅନ୍ୟ ଜାତୀୟ ଲୋକମାନେ ଏହା ଶୁଣି ଖୁସୀ ହେଲେ ଓ ପ୍ରଭୁଙ୍କର ସୁସମାଗ୍ଭରର ପ୍ରଶଂସା କଲେ ଓ ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେହି ଲୋକମାନେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।


ଏବଂ ଇସ୍ରାଏଲ ବିଷୟରେ ଯିଶାଇୟ ଘୋଷଣା କରି କୁହନ୍ତି: “ସମୁଦ୍ରର ବାଲିକଣିକା ପରି ଇସ୍ରାଏଲର ଲୋକମାନଙ୍କ ସଂଖ୍ୟା ଅସଂଖ୍ୟ। କିନ୍ତୁ ସେମାନଙ୍କ ଭିତରୁ ଖୁବ୍ ଅଳ୍ପ ଲୋକ ରକ୍ଷା ପାଇ ପାରିବେ।


ପରମେଶ୍ୱରଙ୍କ ଯୋଜନା ସେମାନଙ୍କ ପାଇଁ ହେଲା ଯେ ସେମାନେ ତାହାଙ୍କର ପୁତ୍ର ଭଳି ହେବେ। ସେ ଏହି ଲୋକମାନଙ୍କୁ ଡାକିଲେ। ପରମେଶ୍ୱର ସେମାନଙ୍କୁ ନିଜ ପ୍ରତି ଧାର୍ମିକ କଲେ। ଏବଂ ପରମେଶ୍ୱର ଯେଉଁମାନଙ୍କୁ ନିଜ ପ୍ରତି ଧାର୍ମି କଲେ, ସେହି ଲୋକମାନଙ୍କୁ ମହିମାନ୍ୱିତ କଲେ।


ଯୀଶୁ ଜ୍ଞାନରେ, ଶରୀରରେ ଏବଂ ପରମେଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ।


ପ୍ରଭୁ ଯୀଶୁ ଯେ ପ୍ରକୃତରେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ଏହା ପ୍ରେରିତମାନେ ମହାଶକ୍ତିର ସହିତ ସାକ୍ଷ୍ୟ ଦେଲେ। ପରମେଶ୍ୱର ସମସ୍ତ ବିଶ୍ୱାସୀଙ୍କୁ ବହୁତ ଆଶୀର୍ବାଦ କଲେ।


କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ୟାନ ଦେଇ ଶୁଣୁଥିଲେ। ସେମାନେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ’ଣ କରିବେ ବୋଲି କିଛି ସ୍ଥିର କରି ପାରୁ ନ ଥିଲେ।


କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକ ଲୋକ ସେମାନଙ୍କ ବାର୍ତ୍ତା ବିଶ୍ୱାସ କଲେ। ତେଣୁ ବର୍ତ୍ତମାନ ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ୱାସୀ ଥିଲେ।


ଏହି ସମୟ ମଧ୍ୟରେ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ିଗଲା। ସେତେବେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନଙ୍କ ବିଧବାମାନଙ୍କୁ ଉଚିତ୍ ପରିମାଣରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା।


ଏହିପରି ଭାବରେ ପରମେଶ୍ୱରଙ୍କର ବାକ୍ୟ ଗ୍ଭରିଆଡ଼େ ବ୍ୟାପିଗଲା। ଯିରୁଶାଲମରେ ଶିଷ୍ୟମାନଙ୍କର ସଂଖ୍ୟା ବହୁତ ବଢ଼ିଗଲା। ଏପରିକି ଯିହୂଦୀ ଯାଜକମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ ଓ ପାଳନ କଲେ।


ଏହା ଦ୍ୱାରା ଯିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ୱାସୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ରଆତ୍ମାର ସହାୟତା ପାଇ ସେମାନେ ରହୁଥିଲେ।


ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ।


ପ୍ରଭୁ ସେହି ବିଶ୍ୱାସୀମାନଙ୍କୁ ସାହାଯ୍ୟ କରୁଥିଲେ। ତେଣୁ ଅନେକ ଲୋକ ବିଶ୍ୱାସ କଲେ ଓ ପ୍ରଭୁଙ୍କର ଅନୁଗମନ କଲେ।


ପାଉଲ ଓ ବର୍ଣ୍ଣ‌ବ୍‌‌ବା ଦୁହେଁ ଇକନିୟ ନଗରରେ ଯିହୂଦୀୟମାନଙ୍କର ସମାଜଗୃହକୁ ଗଲେ। ସେଠାରେ ସେମାନେ ଏଭଳି ଭାବରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କଲେ ଯେ, ଉଭୟ ଯିହୂଦୀୟ ଓ ଅନ୍ୟ ଜାତିର ଅନେକ ଲୋକ ବିଶ୍ୱାସ କଲେ।


ପାଉଲ ଓ ବର୍ଣ୍ଣ‌ବ୍‌‌ବା ଦର୍ବୀ ନଗରରେ ସୁସମାଗ୍ଭର ପ୍ରଗ୍ଭର କଲେ। ବହୁତ ଲୋକ ଯୀଶୁଙ୍କର ଶିଷ୍ୟ ହେଲେ। ତା'ପରେ ବର୍ଣ୍ଣ‌ବ୍‌‌ବା ଓ ପାଉଲ ଲୁସ୍ତ୍ରା, ଇକନିୟ ଓ ଆନ୍ତିୟଖିଆକୁ ଫେରିଗଲେ।


ଅତଏବ, ଅନେକ ଯିହୂଦୀୟ ଲୋକ ବିଶ୍ୱାସ କଲେ। ଅନେକ ସମ୍ରାନ୍ତ ଗ୍ରୀକ ସ୍ତ୍ରୀ ଓ ପୁରୁଷମାନେ ମଧ୍ୟ ବିଶ୍ୱାସ କଲେ।


Swiv nou:

Piblisite


Piblisite