Biblia Todo Logo
Bib sou entènèt

- Piblisite -




ପ୍ରେରିତ 2:36 - ପବିତ୍ର ବାଇବଲ

36 “ତେଣୁ ଇସ୍ରାଏଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶରେ ବିଦ୍ଧ କରିଛ, ଈଶ୍ୱର ତାହାଙ୍କୁ ପ୍ରଭୁ ଓ ମଶୀହ ପଦରେ ନିଯୁକ୍ତ କରିଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ଅତଏବ, ସମସ୍ତ ଇସ୍ରାଏଲକୁଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ଵର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

36 ଅତଏବ, ସମସ୍ତ ଇସ୍ରାଏଲକୂଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ୱର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

36 “ଅତଏବ ଇଶ୍ରାୟେଲୀୟମାନେ ସମସ୍ତେ ନିଶ୍ଚିତଭାବେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶାର୍ପିତ କରିଛ, ଈଶ୍ୱର ତାଙ୍କୁ ହିଁ ପ୍ରଭୁ ଓ ମସୀହ କରିଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ଅତଏବ, ସମସ୍ତ ଇସ୍ରାଏଲକୂଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ବର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି।

Gade chapit la Kopi




ପ୍ରେରିତ 2:36
25 Referans Kwoze  

ଆମ୍ଭେ ସମସ୍ତେ ବିଗ୍ଭରିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କର ନ୍ୟାୟାସନ ଆଗରେ ଅବଶ୍ୟ ଠିଆ ହେବୁ। ଆମ୍ଭମାନଙ୍କ ଭିତରୁ ପ୍ରତ୍ୟେକ, ଏହି ପାର୍ଥିବ ଶରୀର ଧାରଣ କରିଥିଲାବେଳେ ଯାହାକିଛି ଭଲ ବା ମନ୍ଦ କରିଛୁ, ତା’ ପାଇଁ ପ୍ରତିଦାନ ପାଇବ।


ତାହାହେଲେ ସେମାନେ ହୃ‌ଦ୍‌ବୋଧ କରିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ସହିତ ଅଛି। ଏବଂ ଇସ୍ରାଏଲର ଲୋକମାନେ ମୋର ନିଜର ଲୋକ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।


ମାତ୍ର ସେତେବେଳେ, ଏକ ନିର୍ଝର ଦାଉଦର ପରିବାର ଓ ଯିରୁଶାଲମ ନିବାସୀ ପାଇଁ ଖୋଲା ହେବ। ସେହି ଝରଣା ସେମାନଙ୍କର ପାପସବୁ ଓ ଅପବିତ୍ରତାକୁ ଧୋଇଦେବ।


କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି।


ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ। ତାହାକୁ ସଫଳ କରିବାର ସମୟ ଆସୁଅଛି।


ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଛି ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା।


ଆମ୍ଭେ ମିଶର, ଯିହୁଦା, ଇଦୋମ, ଅମ୍ମୋନ ଓ ମୋୟାବର ସନ୍ତାନଗଣଙ୍କୁ ଓ ସମସ୍ତ ପ୍ରାନ୍ତରବାସୀଙ୍କୁ ଦଣ୍ଡ ଦେବା, କାରଣ ସେମାନେ ଶରୀରରେ ଅସୁନ୍ନତ ମାତ୍ର ସମଗ୍ର ଇସ୍ରାଏଲ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି।”


ହେ ଯାକୁବର ବଂଶ, ଆଉ ହେ ଇସ୍ରାଏଲ ବଂଶର ଗୋଷ୍ଠୀସବୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ।


ତେଣୁ ଇସ୍ରାଏଲର ଲୋକମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି; ‘ହେ ଇସ୍ରାଏଲ ପରିବାର, ତେଣୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯାହା କହିବା କଥା ତାହା ମୋର ନାମର ସୁରକ୍ଷା ପାଇଁ କରୁ ନାହଁ। ତୁମ୍ଭେମାନେ ଯେଉଁଠାକୁ ଗଲେ, ସେହି ରାଷ୍ଟ୍ରମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କଲ।


ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ତୁମ୍ଭେମାନେ ଜାଣ ଯେ ଆମ୍ଭେ ତୁମ୍ଭମାନଙ୍କ ସକାଶେ ଏହା କରୁ ନାହୁଁ। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ନିଜର ଆଚରଣ ଯୋଗୁଁ ଲଜ୍ଜିତ ଓ ବିଷଣ୍ଣ ହୁଅ।”


“ପୁଣି ନଗରର ପାଇଁ ପବିତ୍ର ଅଞ୍ଚଳ ପାଖେ ପାଖେ 5,000 ହାତ ପ୍ରସ୍ଥ ଓ 25,000 ହାତ ଦୈର୍ଘ୍ୟ ଭୂମି ନିରୂପଣ କରିବି। ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ।


ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦ ତଳକୁ ନ ଆଣିବା ପର୍ଯ୍ୟନ୍ତ ତୁମ୍ଭେ ମୋର ଡାହାଣ ପଟେ ବସିଥାଅ।’


“ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବା ପାଇଁ କଠୋର ଆଦେଶ ଦେଇଥିଲୁ କିନ୍ତୁ ତୁମ୍ଭେମାନେ ନିଜ ନିଜ ଶିକ୍ଷା ଦ୍ୱାରା ଯିରୁଶାଲମକୁ ପୂର୍ଣ୍ଣ କରି ଦେଇଛ। ତୁମ୍ଭେମାନେ ଏ ଲୋକର ମୃତ୍ୟୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବା ପାଇଁ ଗ୍ଭହୁଁଛ।”


Swiv nou:

Piblisite


Piblisite