Biblia Todo Logo
Bib sou entènèt

- Piblisite -




ପ୍ରେରିତ 2:33 - ପବିତ୍ର ବାଇବଲ

33 ଯୀଶୁଙ୍କୁ ସ୍ୱର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଈଶ୍ୱରଙ୍କର ଡାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବିତ୍ରଆତ୍ମା ଦେଇଛନ୍ତି। ଈଶ୍ୱର ଏହି ପବିତ୍ରଆତ୍ମା ଦେବା ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ରଆତ୍ମାଙ୍କୁ ଢାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ଏହା ଦେଖୁଅଛ ଓ ଶୁଣୁଅଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 ଅତଏବ, ସେ ଈଶ୍ଵରଙ୍କ ଦକ୍ଷିଣ ହସ୍ତ ଦ୍ଵାରା ଉନ୍ନତ ଓ ପିତାଙ୍କଠାରୁ ପ୍ରତିଜ୍ଞାତ ପବିତ୍ର ଆତ୍ମା ପ୍ରାପ୍ତ ହୋଇ, ଏହି ଯାହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି, ତାହା ସେ ବୃଷ୍ଟି କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

33 ଅତଏବ, ଈଶ୍ୱର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

33 ଯୀଶୁ ତାଙ୍କ ପିତା ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍କୁ ଉତ୍ଥାପିତ ହୋଇଛନ୍ତି ଏବଂ ପିତାଙ୍କ ପ୍ରତିଜ୍ଞା ଅନୁସାରେ ତାଙ୍କଠାରୁ ପବିତ୍ରଆତ୍ମା ପାଇଛନ୍ତି। ବର୍ତ୍ତମାନ ତୁମେ ଯାହା ଦେଖୁଛ ଓ ଶୁଣୁଛ, ତାହା ତାଙ୍କର ଦାନ। ତାହା ସେ ଆମ୍ଭମାନଙ୍କ ଉପରେ ଢାଳି ଦେଇଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ଅତଏବ, ଈଶ୍ବର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପିତାଙ୍କ ଦ୍ୱାରା ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି।

Gade chapit la Kopi




ପ୍ରେରିତ 2:33
32 Referans Kwoze  

ଦିନେ ଯେତେବେଳେ ଯୀଶୁ ସେମାନଙ୍କ ସାଙ୍ଗରେ ଭୋଜନ କରୁଥିଲେ, ସେତେବେଳେ ସେ ପ୍ରେରିତମାନଙ୍କୁ ଯିରୁଶାଲମ ନ ଛାଡ଼ିବା ପାଇଁ କହିଲେ। ଯୀଶୁ କହିଲେ, “ପରମେଶ୍ୱର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦେଇଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟରେ ଆଗରୁ କହି ସାରିଛି। ତେଣୁ ସେହି ପ୍ରତିଜ୍ଞା ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୁଶାଲମରେ ଅପେକ୍ଷାରେ ରୁହ।


ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କ ହୃଦୟ ଓ ଜୀବନ ପରିବର୍ତ୍ତନ କରିବା ପାଇଁ ତାହାଙ୍କୁ ନେତା ଓ ଉଦ୍ଧାରକର୍ତ୍ତା କରି ନିଜ ଡାହାଣ ପଟେ ସ୍ଥାପିତ କରିଛନ୍ତି।


“ପରମେଶ୍ୱର କହନ୍ତି, ମୁଁ ଶେଷ ସମୟରେ ସମସ୍ତଙ୍କ ଉପରେ ମୋର ଆତ୍ମା ଢାଳିଦେବି। ଯାହାଦ୍ୱାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ୟ‌ଦ୍‌ବାଣୀ କହି ପାରିବେ। ତୁମ୍ଭମାନଙ୍କର ଯୁବକମାନେ ଦର୍ଶନ ପାଇବେ ଓ ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ।


କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମୋ’ ନାମରେ ପଠାଇବେ।


ପ୍ରଭୁ ଯୀଶୁ ଏହିସବୁ କଥା ପ୍ରେରିତମାନଙ୍କୁ କହି ସାରିବା ପରେ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। ସେ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ।


ଏବେ ଯୀଶୁ ସ୍ୱର୍ଗକୁ ଗଲେଣି। ସେ ପରମେଶ୍ୱରଙ୍କ ଡାହାଣରେ ବିରାଜମାନ। ସେ ସେଠାରେ ସ୍ୱର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।


ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ୟ ଥିଲା, ଯେପରି ଯେଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ ଯେପରି ବିଶ୍ୱାସ ଦ୍ୱାରା ଆମ୍ଭେ ସମସ୍ତେ ସେହି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇ ପାରିବା।


ଯେଉଁ ଯିହୂଦୀ ବିଶ୍ୱାସୀମାନେ ପିତରଙ୍କ ସଙ୍ଗେ ଆସିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ଅଣଯିହୂଦୀମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦିଆଗଲା।


ତେଣୁ ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି।


ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ। ସେ ସେହି ସାହାଯ୍ୟକାରୀଙ୍କୁ ତୁମ୍ଭ ପାଖରେ ସର୍ବଦା ରହିବା ପାଇଁ ଦେବେ।


ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ବିଶ୍ୱାସ କର। ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। ତା'ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ୱାସ ଓ ଭରସା ପରମେଶ୍ୱରଙ୍କଠାରେ ଅଛି।


ଖ୍ରୀଷ୍ଟ ପାପଗୁଡ଼ିକ ପାଇଁ ଥରେ ମାତ୍ର ବଳିଦାନ ରୂପେ ସମର୍ପିତ କରିଥିଲେ, ଓ ସେହି ବଳିଦାନ ସବୁଦିନ ପାଇଁ ପର୍ଯ୍ୟାପ୍ତ ଅଟେ।


ଏହି ଭରସା ଆମ୍ଭକୁ କେବେ ହେଲେ ନିରାଶ କରିବ ନାହିଁ। କ’ଣ ପାଇଁ? କାରଣ ପରମେଶ୍ୱର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ରେମ ଢାଳି ଦେଲେ। ପରମେଶ୍ୱର ପବିତ୍ରଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଛନ୍ତି। ପରମେଶ୍ୱରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ରଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ।


ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନେବେ। କାରଣ ସେ ମୃତ୍ୟୁ ମୁଖରେ ତାଙ୍କର ଜୀବନ ଦେଇ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ। ତଥାପି ସେ ଅନେକଙ୍କ ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।”


ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରେମ କରିବା ଏବଂ ତାଙ୍କୁ ବିଜୟୀ କରିବା।


ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦେଇ କହିଲ, “ଆମ୍ଭେ ଏକ ଯୁବକ ତୁମ୍ଭ ମଧ୍ୟରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ୟ ସ୍ଥାପିତ କଲୁ। ଆମ୍ଭେ ସେହି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।


ପରମେଶ୍ୱର ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେହି ପବିତ୍ରଆତ୍ମାକୁ ପୂର୍ଣ୍ଣଭାବରେ ଆମ୍ଭ ଉପରେ ଢାଳିଲେ।


ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କ ଇଚ୍ଛାନୁସାରେ ସେହି ଦାନ ପାଇଛନ୍ତି। ଏଥି ନିମନ୍ତେ ଶାସ୍ତ୍ର କୁହେ: “ସେ ଆକାଶର ଉଚ୍ଚକୁ ଗଲେ; ସେ ବନ୍ଦୀମାନଙ୍କୁ ନିଜ ସହିତ ନେଲେ, ଓ ସେ ଲୋକମାନଙ୍କୁ ଅନୁଗ୍ରହ ଦାନ ଦେଲ।’’


ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତିରେ ମୋତେ ଗୌରବାନ୍ୱିତ କର। ଜଗତ ଆରମ୍ଭ ହେବା ପୂର୍ବରୁ, ମୋର ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମୋତେ ତୁମ୍ଭ ସହିତ ଗୌରବାନ୍ୱିତ କର।


“ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। ସେହି ସାହାଯ୍ୟକାରୀ ସତ୍ୟମୟ ଆତ୍ମା ଅଟନ୍ତି। ସେ ପରମପିତାଙ୍କ ପାଖରୁ ଆସନ୍ତି। ସେ ଯେତେବେଳେ ଆସିବେ, ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ।


ଶୁଣ, ମୋର ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ୱର୍ଗରୁ ସେହି ଶକ୍ତି ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ନିଶ୍ଚୟ ଯିରୁଶାଲମରେ ରହିବ।”


“ଆମ୍ଭର ଦାସକୁ ଦେଖ, ସେ ସୁବିବେଚନା ପୂର୍ବକ ବ୍ୟବହାର କରିବେ। ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହିମାନ୍ୱିତ ହେବେ।


ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା। ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।


ତୁମ୍ଭମାନଙ୍କ ପାଇଁ ମୁକ୍ତି ଆଣି ଦେଉଥିବା ସୁସମାଗ୍ଭରର ସ‌ତ୍‌‌ଶିକ୍ଷା ତୁମ୍ଭେ ଶୁଣିଲ। ସୁସମାଗ୍ଭର ଶୁଣିଲା ପରେ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲ। ପରମେଶ୍ୱର ପବିତ୍ରଆତ୍ମାଙ୍କୁ ପ୍ରଦାନ କରି ତୁମ୍ଭ ଉପରେ ତାହାଙ୍କର ବିଶେଷ ଚିହ୍ନ ଦେଇ ଚିହ୍ନିତ କଲେ। ଏହା କରିବା ଦ୍ୱାରା ସେ ଆଗରୁ ଦେଇଥିବା ପ୍ରତିଶୃତି ରକ୍ଷା କରିଥିଲେ।


ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ।


Swiv nou:

Piblisite


Piblisite