Biblia Todo Logo
Bib sou entènèt

- Piblisite -




ପ୍ରେରିତ 2:29 - ପବିତ୍ର ବାଇବଲ

29 “ହେ ମୋର ଭାଇମାନେ, ମୁଁ ବିଶ୍ୱାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ୟୁବରଣ କରି କବରସ୍ଥ ହୋଇଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ୟାବଧି ଆମ୍ଭ ନିକଟରେ ଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହି ପାରେ, ଯେ, ସେ ମଲେ, ପୁଣି ସମାଧିପ୍ରାପ୍ତ ହେଲେ, ଆଉ ତାହାଙ୍କ ସମାଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି।

Gade chapit la Kopi

ଓଡିଆ ବାଇବେଲ

29 ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ, ସେ ମଲେ, ପୁଣି, ସମାଧିପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

29 “ଭାଇମାନେ, ସରଳଭାବେ ମୁଁ ତୁମ୍ଭମାନଙ୍କୁ ଆମ ପୂର୍ବପୁରୁଷ ଦାଉଦ ରାଜାଙ୍କ ବିଷୟରେ କିଛି କହିବା ଆବଶ୍ୟକ ମନେ କରୁଛି। ସେ ମୃତ୍ୟୁଭୋଗ କରି ସମାଧିସ୍ଥ ହେଲେ, ପୁଣି ତାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଏଠାରେ ଆମ୍ଭମାନଙ୍କ ମଧ୍ୟରେ ଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ, ସେ ମଲେ, ପୁଣି, ସମାଧିପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି-ସ୍ଥାନ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି।

Gade chapit la Kopi




ପ୍ରେରିତ 2:29
8 Referans Kwoze  

ଦାଉଦ ତାହାଙ୍କ ଯୁଗରେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସେବାକାର୍ଯ୍ୟ କରି ସାରିଲାପରେ ଦେହତ୍ୟାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।


ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ କେତେ ମହାନ୍ ବ୍ୟକ୍ତି, ଭାବି ଦେଖ। ମହାନ ପିତା ଅବ୍ରହାମ ଯୁଦ୍ଧରେ ଯାହାକିଛି ଜିତି ଥିଲେ ତା'ର ଏକ ଦଶମାଂଶ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କୁ ଦେଲେ।


ବୈ‌ଥ୍‌ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅ‌‌‌‌ସ୍‌‌‌‌ବୂକର ପୁତ୍ର ନିହିମିୟା ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ମନୁଷ୍ୟକୃତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ମରାମତି କଲେ।


ତା'ପରେ ଦାଉଦଙ୍କର ମୃତ୍ୟୁ ହେଲା ଓ ସେ ଦାଉଦ ନଗରରେ କବରପ୍ରାପ୍ତ ହେଲେ।


ରାଜା ଆଗ୍ରି‌‌ପ୍‌‌ପା ଏସବୁ କଥା ଜାଣନ୍ତି। ତାହାଙ୍କୁ ଏହା ସ୍ପଷ୍ଟ ଭାବରେ କହି ପାରିବି, କାରଣ ମୁଁ ଜାଣେ ଯେ, ତାହାଙ୍କ ଦୃଷ୍ଟିରୁ ଏ ସମସ୍ତ ବିଷୟ ବାଦ୍ ଯାଇ ନାହିଁ, ଯେହେତୁ ଏହିସବୁ କୌଣସି ଗୁପ୍ତ ସ୍ଥାନରେ କରାଯାଇ ନାହିଁ।


ତୁମ୍ଭେ ମୋତେ ଜୀବନର ପଥ ଦେଖାଇ ଅଛ। ତୁମ୍ଭ ଉପସ୍ଥିତିରେ ମୋତେ ବହୁତ ଆନନ୍ଦ ମିଳିବ।’


“ମହାଯାଜକ ଓ ପ୍ରାଚୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସେମାନଙ୍କଠାରୁ ଦମ୍ମେସକରେ ଥିବା ସେମାନଙ୍କର ଭାଇମାନଙ୍କ ପାଖକୁ ପତ୍ର ନେଇ ଯାଇଥିଲି। ସେଠାରେ ଥିବା ଯୀଶୁଙ୍କର ଶିଷ୍ୟମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସେମାନଙ୍କୁ ବନ୍ଦୀ କରି ଯିରୁଶାଲମକୁ ନେଇ ଆସିବା ପାଇଁ ମୁଁ ଯାଉଥିଲି।


Swiv nou:

Piblisite


Piblisite