Biblia Todo Logo
Bib sou entènèt

- Piblisite -




ପ୍ରେରିତ 2:23 - ପବିତ୍ର ବାଇବଲ

23 ତୁମ୍ଭେମାନେ ସମସ୍ତେ ଏସବୁ ଦେଖିଛ ଓ ଏସବୁ ଯେ ନିରାଟ ସତ୍ୟ ତାହା ଜାଣିଛ। ଏହି ଯୀଶୁଙ୍କୁ ଈଶ୍ୱର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭେମାନେ ଦୁଷ୍ଟମାନଙ୍କ ସାହାଯ୍ୟରେ ତାହାଙ୍କୁ କ୍ରୁଶରେ ଚଢ଼ାଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ସେହି ବ୍ୟକ୍ତି ଈଶ୍ଵରଙ୍କ ନିରୂପିତ ସଂକଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ଵାରା କ୍ରୁଶାରୋପଣ କରି ବଧ କରିଥିଲେ;

Gade chapit la Kopi

ଓଡିଆ ବାଇବେଲ

23 ସେହି ବ୍ୟକ୍ତି ଈଶ୍ୱରଙ୍କ ନିରୂୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାରୋପଣ କରି ବଧ କରିଥିଲେ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

23 ଈଶ୍ୱର ତାଙ୍କର ଯୋଜନା ଅନୁଯାୟୀ ଯୀଶୁଙ୍କୁ ତୁମ ହସ୍ତରେ ସମର୍ପଣ କରିବାକୁ ସ୍ଥିର କରିଥିଲେ। ପୁଣି ତୁମେ ତାଙ୍କୁ ଦୁଷ୍ଟମାନଙ୍କ ଦ୍ୱାରା କ୍ରୁଶବିଦ୍ଧ କରି ହତ୍ୟା କରିଥିଲ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ସେହି ବ୍ୟକ୍ତି ଈଶ୍ବରଙ୍କ ନିରୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାର୍ପଣ କରି ବଧ କରିଥିଲେ;

Gade chapit la Kopi




ପ୍ରେରିତ 2:23
39 Referans Kwoze  

ପରମେଶ୍ୱର ଯେପରି ନିରୂପଣ କରିଛନ୍ତି, ମନୁଷ୍ୟପୁତ୍ର ସେହି ଅନୁସାରେ ମୃତ୍ୟୁ ଭୋଗ କରିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କୁ ଯେଉଁ ଲୋକ ହତ ହେବା ପାଇଁ ଶତ୍ରୁ ହାତରେ ଦେଇଦେବ, ତା’ ପକ୍ଷରେ ଏହା ବହୁତ ଖରାପ ହେବ।”


ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲେ ସେମାନେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା।


ଈଶ୍ୱର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ୱାରା କହି ସାରିଥିଲେ। ବର୍ତ୍ତମାନ ପରମେଶ୍ୱର ଏ ସବୁ ଘଟଣା ଘଟାଉଛନ୍ତି।


ଏହା ସତ୍ୟ ଯେ, ତୁମ୍ଭେମାନେ ମୋ’ ବିରୁଦ୍ଧରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବରେ ପରମେଶ୍ୱରଙ୍କର ଯୋଜନା ଥିଲା ଉତ୍ତମ। ପରମେଶ୍ୱରଙ୍କର ଯୋଜନା ଥିଲା ଯେ, ସେ ମୋ’ ଦ୍ୱାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥିପାଇଁ ଏସବୁ ହେଲା।


ଜଗତ ଆରମ୍ଭ ହେବା ପୂର୍ବରୁ ଖ୍ରୀଷ୍ଟ ମନୋନୀତ ହୋଇଥିଲେ। କିନ୍ତୁ ଏହି ଶେଷ ସମୟରେ ତୁମ୍ଭ ନିମନ୍ତେ ସେ ଜଗତରେ ପ୍ରକାଶିତ ହେଲେ।


ଯିରୁଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକାରେ ସେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ବାକ୍ୟ ସଫଳ କଲେ। ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଏହି ବାକ୍ୟ ସବୁ ପ୍ରତି ବିଶ୍ରାମ ଦିବସରେ ପଢ଼ାଯାଏ।


ମନୁଷ୍ୟପୁତ୍ର ଯିବେ ଓ ମରିଯିବେ। ଏହା ହିଁ ହେବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ମାରିବା ପାଇଁ ଶତ୍ରୁ ହାତରେ ଦେଇଦେବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନ ହୋଇଥିଲେ ବରଂ ଭଲ ହୋଇଥା’ନ୍ତା।”


ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।” ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।


ତୁମ୍ଭେମାନେ ଯେଉଁ ଯୀଶୁଙ୍କୁ କ୍ରୁଶରେ ଝୁଲେଇ ହତ୍ୟା କରିଛ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ୱର ମୃତ୍ୟୁରୁ ଉଠାଇଛନ୍ତି।


ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ୱର୍ଗୀୟ ଶକ୍ତି ବଳରେ ପରମେଶ୍ୱର ନିଜ ଇଚ୍ଛାନୁସାରେ ପୃଥିବୀ ନିବାସୀମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି। କେହି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନ ପାରେ ଓ କେହି ତାଙ୍କୁ କିଛି ପ୍ରଶ୍ନ କରି ନ ପାରେ।


ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।


ପୃଥିବୀରେ ରହୁଥିବା ସମସ୍ତ ଲୋକମାନେ ସେହି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖା ହୋଇ ନାହିଁ। ଏହି ମେଷଶାବକଙ୍କୁ ବଧ କରାଯାଇଥିଲା।


କେତେକ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳରେ ପ୍ରବେଶ କରିଛନ୍ତି। ସେମାନେ ସେମାନଙ୍କର କାର୍ଯ୍ୟ ପାଇଁ ଦୋଷୀ ବିବେଚିତ ହୋଇ ସାରିଲେଣି। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ୱରଙ୍କର ବିରୋଧୀ। ସେମାନେ ପାପପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଆମ୍ଭ ପରମେଶ୍ୱରଙ୍କର ଅନୁଗ୍ରହକୁ ଅପବ୍ୟବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।


ପରମେଶ୍ୱର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହେବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇ ତୁମ୍ଭେ ଯେପରି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଗ୍ଭହିଁଥିଲେ। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବର୍ତ୍ତୁ।


ଏହା ଯୁଗ ଆରମ୍ଭରୁ ଜଣାଅଛି।’


କିନ୍ତୁ ଆମ୍ଭର ପ୍ରଧାନଯାଜକ ଓ ଶାସକମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପାଇଁ ଅର୍ପଣ କରିଦେଲେ ଏବଂ ତାହାଙ୍କୁ କ୍ରୁଶରେ ବଧ କଲେ।


ଶାସ୍ତ୍ର କହେ: ‘ଲୋକମାନେ କହିଲେ ଯେ ସେ ଜଣେ ଅପରାଧୀ।’ ଏହି ଶାସ୍ତ୍ରର ବାକ୍ୟ ନିଶ୍ଚୟ ଘଟିବ, ଏହା ମୋ’ ବିଷୟରେ ଲେଖାଥିଲା ଏବଂ ଏହା ଏବେ ଘଟୁଛି।”


ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ।


ତେଣୁ ସେମାନେ ପରସ୍ପର କଥା ହେଲେ, “ଆମ୍ଭେ ଏହାକୁ ଚିରି ଭାଗ କରିବା ନାହିଁ। ଏହା କିଏ ପାଇବ, ତାହା ଜାଣିବା ପାଇଁ ଆମ୍ଭେ ଗୁଲିବାଣ୍ଟ କରିବା ଉଚିତ୍।” ଏହା ଦ୍ୱାରା ଧର୍ମଶାସ୍ତ୍ରର ଉକ୍ତି ସତ୍ୟ ହେଲା: “ସେମାନେ ନିଜ ନିଜ ମଧ୍ୟରେ ମୋର ବସ୍ତ୍ର ଭାଗ କଲେ ଓ ମୋର ପିନ୍ଧା ପୋଷାକ ପାଇଁ ଗୁଲିବାଣ୍ଟ କଲେ।” ତେଣୁ ସୈନିକମାନେ ତାହା କଲେ।


ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି: “ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ ସେହି ପଥର ଲୋକଙ୍କ ପତନର କାରଣ ହୁଏ।” ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ।


“ଏସବୁ ତୁମ୍ଭେ ସିନା କହିଲ, ମାତ୍ର ତୁମ୍ଭେ କ’ଣ ଶୁଣି ନାହଁ, “ବହୁକାଳ ପୂର୍ବରୁ ଏହା ନିରୂପଣ ଓ ସ୍ଥିର କରିଅଛୁ? ତୁମ୍ଭେ ପ୍ରାଚୀର ବେଷ୍ଟିତ ନଗରଗୁଡ଼ିକୁ ଧ୍ୱଂସ କରି ଢିପି କରିବ, ଏହା ଆମ୍ଭେ ଏବେ ସଫଳ କରିଅଛୁ।


ସେମାନେ ଯୀଶୁଙ୍କୁ ଅଣଯିହୂଦୀ ଲୋକଙ୍କ ହାତରେ ଦେଇଦେବେ, ସେହି ଲୋକମାନେ ଯୀଶୁଙ୍କୁ ଉପହାସ କରିବେ, କୋରଡ଼ାରେ ପିଟିବେ ଏବଂ ଗୋଟିଏ କ୍ରୁଶରେ ଚଢ଼ାଇ ତାହାଙ୍କୁ ମାରିଦେବେ। କିନ୍ତୁ ମୃତ୍ୟୁର ତୃତୀୟ ଦିନ ସେ ପୁଣି ବଞ୍ଚି ଉଠିବେ।”


ସେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟା ମାରି ସାରି ତାହାଙ୍କର ପୋଷାକ ପତ୍ର ନିଜ ନିଜ ଭିତରେ ଗୁଲିବାଣ୍ଟ କରି ବାଣ୍ଟି ନେଲେ।


ତା'ପରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶ ବିଦ୍ଧ କଲେ। ସେମାନେ ଯୀଶୁଙ୍କ ଲୁଗା ପଟା ନିଜ ନିଜ ମଧ୍ୟରେ ବାଣ୍ଟି ନେଲେ। କିଏ କ’ଣ ପାଇବ, ତାହା ସେମାନେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବା ପାଇଁ ସ୍ଥିର କଲେ।


‘କପାଳ’ ନାମକ ସ୍ଥାନକୁ ଯୀଶୁ ଓ ସେହି ଦୁଇଜଣ ଅପରାଧୀଙ୍କୁ ମଧ୍ୟ ନିଆଗଲା। ସେଠାରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ସେମାନେ ସେହି ଅପରାଧୀମାନଙ୍କ ମଧ୍ୟରୁ ଜଣକୁ ଯୀଶୁଙ୍କ ଡାହାଣ ପାଖରେ ଓ ଅନ୍ୟ ଜଣକୁ ଯୀଶୁଙ୍କ ବାମ ପାଖରେ ରଖିଲେ।


ସେହି ‘ଗ‌‌‌‌‌‌‌ଲ୍‌‌‌‌ଗଥା’ରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ଯୀଶୁଙ୍କୁ ମଝିରେ ରଖି ତାହାଙ୍କର ଦୁଇ ପାର୍ଶ୍ୱରେ ଆଉ ଦୁଇଜଣଙ୍କୁ ମଧ୍ୟ କ୍ରୁଶବିଦ୍ଧ କଲେ।


“ତେଣୁ ଇସ୍ରାଏଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶରେ ବିଦ୍ଧ କରିଛ, ଈଶ୍ୱର ତାହାଙ୍କୁ ପ୍ରଭୁ ଓ ମଶୀହ ପଦରେ ନିଯୁକ୍ତ କରିଛନ୍ତି।”


“ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବା ପାଇଁ କଠୋର ଆଦେଶ ଦେଇଥିଲୁ କିନ୍ତୁ ତୁମ୍ଭେମାନେ ନିଜ ନିଜ ଶିକ୍ଷା ଦ୍ୱାରା ଯିରୁଶାଲମକୁ ପୂର୍ଣ୍ଣ କରି ଦେଇଛ। ତୁମ୍ଭେମାନେ ଏ ଲୋକର ମୃତ୍ୟୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବା ପାଇଁ ଗ୍ଭହୁଁଛ।”


ଯେଉଁ ଲୋକମାନେ ବ୍ୟବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ୟବସ୍ଥା ବିଷୟରେ ଶୁଣି ନାହାନ୍ତି, ପାପ କର୍ମ କଲାବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ୟବସ୍ଥା ଜାଣି ନାହାନ୍ତି ଓ ପାପ କରୁଛନ୍ତି, ସେମାନେ ନଷ୍ଟ ହୋଇ ଯିବେ ଓ ସେହିପରି, ଯେଉଁମାନେ ବ୍ୟବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ୟବସ୍ଥା ଅନୁସାରେ ସେମାନଙ୍କର ନ୍ୟାୟବିଗ୍ଭର ହେବ।


ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରିଦେଲେ। ସେମାନେ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ ମଧ୍ୟ ମାରିଦେଲେ। ସେହି ଯିହୂଦୀମାନେ ଆମ୍ଭକୁ ସେହି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ୟ କଲେ। ପରମେଶ୍ୱର ସେମାନଙ୍କଠାରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ସମଗ୍ର ମାନବ ଜାତିର ବିରୋଧୀ।


Swiv nou:

Piblisite


Piblisite