Biblia Todo Logo
Bib sou entènèt

- Piblisite -




ପ୍ରେରିତ 2:17 - ପବିତ୍ର ବାଇବଲ

17 “ପରମେଶ୍ୱର କହନ୍ତି, ମୁଁ ଶେଷ ସମୟରେ ସମସ୍ତଙ୍କ ଉପରେ ମୋର ଆତ୍ମା ଢାଳିଦେବି। ଯାହାଦ୍ୱାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ୟ‌ଦ୍‌ବାଣୀ କହି ପାରିବେ। ତୁମ୍ଭମାନଙ୍କର ଯୁବକମାନେ ଦର୍ଶନ ପାଇବେ ଓ ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଈଶ୍ଵର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଆମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କର ପୁତ୍ରକନ୍ୟାମାନେ ଭାବବାଣୀ କହିବେ , ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ଵପ୍ନ ଦେଖିବେ।

Gade chapit la Kopi

ଓଡିଆ ବାଇବେଲ

17 ଈଶ୍ୱର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଅାମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

17 “ଈଶ୍ୱର କହନ୍ତି: ‘ଶେଷ ଦିନମାନଙ୍କରେ ଏହା ସବୁ ଘଟିବ: ମୁଁ ସମସ୍ତଙ୍କ ଉପରେ ମୋର ଆତ୍ମା ବୃଷ୍ଟି କରିବି। ତୁମ ପୁତ୍ର ଓ କନ୍ୟାମାନେ ଭାବବାଣୀ କହିବେ। ତୁମର ଯୁବକମାନେ ଦିବ୍ୟ ଦର୍ଶନ ପାଇବେ, ଓ ତୁମର ବୃଦ୍ଧମାନେ ସ୍ୱପ୍ନ ଦେଖିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଈଶ୍ବର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଆମ୍ଭେ ସମସ୍ତ ମନୁଷ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ।

Gade chapit la Kopi




ପ୍ରେରିତ 2:17
38 Referans Kwoze  

“ଆମ୍ଭେ ତୃଷିତ ଭୂମି ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା। ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ବର୍ଷାଇବା।


ଯେଉଁ ଯିହୂଦୀ ବିଶ୍ୱାସୀମାନେ ପିତରଙ୍କ ସଙ୍ଗେ ଆସିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ଅଣଯିହୂଦୀମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦିଆଗଲା।


ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ କହୁଥିଲେ। ଯୀଶୁ ଏପର୍ଯ୍ୟନ୍ତ ମୃତ୍ୟୁ ଭୋଗ କରି ନ ଥିବାରୁ ଓ ସେ ମହିମାପ୍ରାପ୍ତ ହୋଇ ନ ଥିବାରୁ ଲୋକମାନଙ୍କୁ ଏପର୍ଯ୍ୟନ୍ତ ପବିତ୍ରଆତ୍ମା ଦିଆଯାଇ ନ ଥିଲା। କିନ୍ତୁ ପରେ, ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ, ସେମାନେ ପବିତ୍ରଆତ୍ମା ଲାଭ କରିବେ।


ଆମ୍ଭେ ଦାଉଦ ପରିବାର ଓ ଯିରୁଶାଲମ ନିବାସୀଙ୍କ ଉପରେ ଦୟା ଓ ବିନତିର ଆତ୍ମା ବୃଷ୍ଟି କରିବା। ସେମାନେ ଆମ୍ଭକୁ ଦେଖିବେ, ଯାହାକୁ ସେମାନେ ବିଦ୍ଧ କଲେ। ଏବଂ ସେମାନେ ଶୋକ କରିବେ। ସେମାନେ ଏପରି ଶୋକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ୟୁରେ ଜଣେ ଯେପରି ଶୋକ କରେ। ସେମାନେ ବ୍ୟାକୁଳ ହୋଇ କାନ୍ଦିବେ, ଯେପରି ଜଣେ ଜ୍ୟେଷ୍ଠପୁତ୍ରର ମୃତ୍ୟୁରେ କାନ୍ଦନ୍ତି।


ଏବଂ ଆମ୍ଭେ ସେମାନଙ୍କୁ ଏକ ହୃଦୟ ଦେବା ଓ ସେମାନଙ୍କର ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସେମାନଙ୍କଠାରୁ କଠିନ ହୃଦୟ ଦୂର କରି, ସେମାନଙ୍କୁ କୋମଳ ହୃଦୟ ଦେବା।


କିନ୍ତୁ ଏହି ଶେଷ ସମୟରେ ପରମେଶ୍ୱର ଆପଣା ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। ସେ ନିଜ ପୁତ୍ରଙ୍କ ଦ୍ୱାରା ସାରା ବିଶ୍ୱ ସୃଷ୍ଟି କଲେ। ସେ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍ତେ ମନୋନୀତ କରିଛନ୍ତି। ସେହି ପୁତ୍ର ପରମେଶ୍ୱରଙ୍କ ମହିମା ପ୍ରକାଶ କରନ୍ତି।


ପରମେଶ୍ୱରଙ୍କ ମଣ୍ଡଳୀରେ ପ୍ରଥମେ ପ୍ରେରିତମାନଙ୍କୁ, ଦ୍ୱିତୀୟରେ ଭବିଷ୍ୟଦ୍‌‌ବକ୍ତାମାନଙ୍କୁ, ତୃତୀୟରେ ଶିକ୍ଷକମାନଙ୍କୁ, ସ୍ଥାନ ଦେଇଛନ୍ତି। ତା'ପରେ, ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦେଇଛନ୍ତି।


ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ ପରିତ୍ରାଣ ବିଷୟରେ ଜାଣିବେ।’”


ତାହାଙ୍କର ଗ୍ଭରୋଟି ଅବିବାହିତା ଝିଅ ଥିଲେ। ସେମାନେ ଭାବବାଦିନୀ ଥିଲେ।


ତା'ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା'ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ।


ପ୍ରଥମେ, ଶେଷ ଦିନଗୁଡ଼ିକରେ କ’ଣ କ’ଣ ଘଟିବ, ସେଗୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସେମାନେ ନିଜ ଇଚ୍ଛାରେ ମନ୍ଦ କାର୍ଯ୍ୟ କରି ଜୀବନଧାରଣ କରିବେ।


ଆତ୍ମା ଅନ୍ୟଜଣକୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତରେ ପାର୍ଥକ୍ୟ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସେହି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି।


ଏହି ଭରସା ଆମ୍ଭକୁ କେବେ ହେଲେ ନିରାଶ କରିବ ନାହିଁ। କ’ଣ ପାଇଁ? କାରଣ ପରମେଶ୍ୱର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ରେମ ଢାଳି ଦେଲେ। ପରମେଶ୍ୱର ପବିତ୍ରଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଛନ୍ତି। ପରମେଶ୍ୱରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ରଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ।


ଏବଂ ମୁଁ ଇସ୍ରାଏଲ ପରିବାର ଉପରେ ନିଜର ଆତ୍ମା ଜାଳି ଅଛି। ତାହାପରେ ମୁଁ ଆପଣା ମୁଖ ସେମାନଙ୍କଠାରୁ ଲୁଗ୍ଭଇବି ନାହିଁ।” ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।


ସଦାପ୍ରଭୁ ପୁଣି କହନ୍ତି ଯେ, ପୃଥିବୀର ସମସ୍ତ ଲୋକ ମୋ’ ପାଖକୁ ପୂଜା କରିବା ପାଇଁ ଗୋଟିଏ ନୂତନ ଚନ୍ଦ୍ରରୁ ଅନ୍ୟ ଗୋଟିଏ ନୂତନ ଚନ୍ଦ୍ରକ ଏବଂ ଗୋଟିଏ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମ ଦିନ ଆସିବ।


ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।


ଶେଷ ଦିନରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖରରେ ହେବ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧ୍ୟରେ ଉଚ୍ଚତର ହେବ। ସମସ୍ତ ଗୋଷ୍ଠୀର ଲୋକମାନେ ସ୍ରୋତ ସଦୃଶ ସେଠାକୁ ଧାବିତ ହେବେ।


ମୋର ବାକ୍ୟକୁ ସାବଧାନର ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।


ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ। କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।


ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ଦେଇଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦେଇଛ, ସେସମସ୍ତଙ୍କୁ ସେହି ପୁତ୍ର ଅନନ୍ତ ଜୀବନ ଦିଅନ୍ତି।


ଭବିଷ୍ୟତରେ ସଦାପ୍ରଭୁଙ୍କ ଗୃହ, ପର୍ବତର ଉଚ୍ଚତମ ପର୍ବତ ଶିଖର ଉପରେ ସ୍ଥାପିତ ହେବ। ଏହା ସମସ୍ତ ପର୍ବତଗୁଡ଼ିକ ଅପେକ୍ଷା ଉଚ୍ଚତର ହେବ। ଲଗାତାର ଗୋଷ୍ଠୀଗଣ ସ୍ରୋତ ପରି ସେଠାକୁ ଯାଉଥିବେ।


ତାହାହେଲେ ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ। ସମସ୍ତ ମାନବ ସମାଜ ସଦାପ୍ରଭୁଙ୍କ ଗୌରବ ଦେଖିବେ। କାରଣ ସଦାପ୍ରଭୁ ନିଜେ ଏହା କହିଛନ୍ତି।”


ଏହା ପରେ ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆପଣା ନିକଟକୁ ଡକାଇଲେ। ସେ କହିଲେ, “ହେ ମୋର ପୁତ୍ରଗଣ, ମୋ’ ନିକଟକୁ ଆସ। ଭବିଷ୍ୟତ କଥା ମୁଁ ତୁମ୍ଭମାନଙ୍କୁ କହିବି।


“ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା; ସୁମିଷ୍ଟ ଦ୍ରାକ୍ଷାରସରେ ସେମାନେ ମତ୍ତ ହେଲାପରି ସେମାନେ ନିଜ ରକ୍ତରେ ମତ୍ତ ହେବେ, ତାହାହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।”


ତୁମ୍ଭର ସୁନା ଓ ରୂପାରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହୋଇ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ଯ୍ୟ କରିଛ। ସେହି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦେବ। ଶେଷଦିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ।


ଏବେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ବୁଝାଇ ଦେବା ପାଇଁ ମୁଁ ଆସିଅଛି। କାରଣ ଏହି ଦର୍ଶନ ଭବିଷ୍ୟତ ବିଷୟରେ ଅଟେ।”


ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି, ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।


ସେମାନଙ୍କ ମଧ୍ୟରେ ଆଗାବ ନାମକ ଜଣେ ଭାବବାଦୀ ଥିଲେ। ସେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଭବିଷ୍ୟ‌ଦ୍‌ବାଣୀ କହିଲେ, “ଏ ସମଗ୍ର ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ, ସେହି ସମୟରେ ଲୋକମାନେ କିଛି ଖାଇବାକୁ ପାଇବେ ନାହିଁ।” ଏହି ଦୁର୍ଭିକ୍ଷ କ୍ଳାଉଦିଅ କାଇସରଙ୍କ ସମୟରେ ପଡ଼ିଥିଲା।


ଏବେ ଯାହା ଘଟୁଛି ସେ ବିଷୟରେ ଭାବବାଦୀ ଯୋୟେଲ କହିଥିଲେ:


ହଁ, ସେତେବେଳେ ମୁଁ ନିଜ ସେବକ ସେବିକାମାନଙ୍କ ଉପରେ ନିଜ ଆତ୍ମା ଢାଳି ଦେବି, ସେମାନେ ଭବିଷ୍ୟ‌ଦ୍‌ବାଣୀ କହିବେ।


ଯୀଶୁଙ୍କୁ ସ୍ୱର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଈଶ୍ୱରଙ୍କର ଡାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବିତ୍ରଆତ୍ମା ଦେଇଛନ୍ତି। ଈଶ୍ୱର ଏହି ପବିତ୍ରଆତ୍ମା ଦେବା ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ରଆତ୍ମାଙ୍କୁ ଢାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ଏହା ଦେଖୁଅଛ ଓ ଶୁଣୁଅଛ।


ସେତେବେଳେ କେତେକ ଭାବବାଦୀ ଯିରୁଶାଲମରୁ ଆନ୍ତିୟଖିଆକୁ ଆସିଲେ।


Swiv nou:

Piblisite


Piblisite