Biblia Todo Logo
Bib sou entènèt

- Piblisite -




ପ୍ରେରିତ 19:22 - ପବିତ୍ର ବାଇବଲ

22 ତେଣୁ ସେ ତାହାଙ୍କର ଦୁଇଜଣ ସାହାଯ୍ୟକାରୀ ଅର୍ଥାତ୍ ତୀମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପଠାଇଲେ। ସେ ନିଜେ ଆଉ କିଛି ଅଧିକ ସମୟ ଏସିଆରେ କଟାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ପୁଣି, ଯେଉଁମାନେ ତାଙ୍କର ସେବା କରୁଥିଲେ, ସେମାନଙ୍କ ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଆସିଆରେ ରହିଲେ।

Gade chapit la Kopi

ଓଡିଆ ବାଇବେଲ

22 ପୁଣି, ଯେଉଁମାନେ ତାହାଙ୍କର ସେବା କରୁଥିଲେ, ସେମାନଙ୍କର ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଆସିଆରେ ରହିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ତେଣୁ ସେ ତାଙ୍କର ଦୁଇ ସହକାରୀ ତୀମଥି ଓ ଏରାସ୍ତସ୍ଙ୍କୁ ମାସିଦୋନିଆକୁ ପଠାଇଲେ, କିନ୍ତୁ ନିଜେ ଏସିଆ ଦେଶରେ ଆଉ କିଛି ସମୟ ଅତିବାହିତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ପୁଣି, ଯେଉଁମାନେ ତାହାଙ୍କର ସେବା କରୁଥିଲେ, ସେମାନଙ୍କର ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଏସିଆରେ ରହିଲେ।

Gade chapit la Kopi




ପ୍ରେରିତ 19:22
18 Referans Kwoze  

ଏରାଷ୍ଟ କରିନ୍ଥ ନଗରଠାରେ ରହିଛନ୍ତି ଏବଂ ତ୍ରଫିମଙ୍କୁ ମୁଁ ମୀଲୀତଠାରେ ଛାଡ଼ି ଆସିଛି କାରଣ ସେ ଅସୁସ୍ଥ ଥିଲେ।


ମୋତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ୟ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରଣାମ ଜଣାଉଛନ୍ତି। ଏରାଷ୍ଟ ନାମକ, ଏହି ନଗରର କୋଷାଧ୍ୟକ୍ଷ ଓ କ୍ୱାର୍ତ୍ତ ନାମକ ଜଣେ ଭାଇ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।


ସମ୍ପୂର୍ଣ୍ଣ ସହରରେ ଚହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀୟା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନେଇ ସେମାନେ ଖେଳ ପଡ଼ିଆ ଆଡ଼କୁ ଦୌଡ଼ିଲେ।


ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀ‌କ୍‌‌ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।


ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଗ୍ଭର ପ୍ରଗ୍ଭର କରିବାରେ ଦେଲେ। ସେ ଯିହୂଦୀମାନଙ୍କ ଆଗରେ ପ୍ରମାଣିତ କରିଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି।


ପାଉଲ ତୀମଥିଙ୍କୁ ନିଜ ସହିତ ନେବା ପାଇଁ ଇଚ୍ଛା କଲେ। ତାହାଙ୍କର ପିତା ଗ୍ରୀକ୍ ବୋଲି ସମସ୍ତେ ଜାଣିଥିଲେ। ତେଣୁ ପାଉଲ ତାହାଙ୍କୁ ଯିହୂଦୀମାନଙ୍କ ହେତୁ ସୁନ୍ନତ କରିଦେଲେ।


ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଶିଷ୍ୟ ଥିଲେ। ସେ ଜଣେ ବିଶ୍ୱାସିନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ।


ସେମାନେ ସାଲାମି ନଗରରେ ପହଞ୍ଚି ଯିହୂଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲେ। ଯୋହନ ମାର୍କ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଥିଲେ।


ମାକିଦନିଆ ଓ ଆଖାୟାରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହୋଇଥିଲା। ପ୍ରତ୍ୟେକ ସ୍ଥାନରେ ପରମେଶ୍ୱରଙ୍କଠାରେ ତୁମ୍ଭ ବିଶ୍ୱାସ ପରିଚିତ ହୋଇଛି। ଅତଏବ ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଆମ୍ଭର କିଛି କହିବାର ଆବଶ୍ୟକ ନାହିଁ।


ଭାଇ ଓ ଭଉଣୀମାନେ! ପରମେଶ୍ୱର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, ସେହି ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ।


ମାକିଦନିଆ ଯିବା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖିବା ପାଇଁ ଯୋଜନା କଲି। ମାକିଦନିଆରୁ ଫେରିଲା ବେଳେ ମଧ୍ୟ ପୁନର୍ବାର ତୁମ୍ଭମାନଙ୍କ ପାଖକୁ ଆସିବି। ତୁମ୍ଭମାନଙ୍କ ସାହାଯ୍ୟରେ ଯିହୂଦା ଦେଶକୁ ପ୍ରସ୍ଥାନ କରିବି।


ଉତ୍ତେଜନା ଶାନ୍ତ ହେବା ପରେ ପାଉଲ ଯୀଶୁଙ୍କର ଶିଷ୍ୟମାନଙ୍କୁ ଡକାଇ ପାଠାଇଲେ ଓ ସେମାନଙ୍କୁ ଉତ୍ସାହିତ କଲେ। ତା'ପରେ ସେମାନଙ୍କଠାରୁ ବିଦାୟ ନେଇ ସେ ମାକିଦନିଆକୁ ଯାତ୍ରା କଲେ।


ତୁମ୍ଭମାନଙ୍କ ସହିତ ଥିବା ବେଳେ, ମୋର ଆବଶ୍ୟକତା ଗୁଡ଼ିକ ପାଇଁ ମୁଁ ତୁମ୍ଭମାନଙ୍କୁ ହଇରାଣ କରି ନାହିଁ। ଯେଉଁ ଭାଇମାନେ ମାକିଦନିଆରୁ ଆସିଥିଲେ ସେମାନେ ମୋର ସମସ୍ତ ଆବଶ୍ୟକତା ଗୁଡ଼ିକୁ ପୂରଣ କଲେ। ମୁଁ କୌଣସି ପ୍ରକାର ତୁମ୍ଭମାନଙ୍କ ଉପରେ ବୋଝ ହୋଇ ନାହିଁ ଓ ଭବିଷ୍ୟତରେ ମଧ୍ୟ କଦାପି ହେବି ନାହିଁ।


ସେଠାରେ ମୋ’ ଭାଇ ତୀତସକୁ ନ ପାଇ ମୁଁ ମୋ’ ମନରେ ଶାନ୍ତି ହରାଇଲି। ସେଥିପାଇଁ ସେମାନଙ୍କଠାରୁ ବିଦାୟ ନେଇ ମୁଁ ମାକିଦନିଆକୁ ଗଲି।


ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାୟା ବାଟ ଦେଇ ଯିରୁଶାଲମ ଯିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, “ଯିରୁଶାଲମ ଗଲାପରେ ମୁଁ ରୋମକୁ ଯିବା କଥା।”


ତୁମ୍ଭେମାନେ ଜାଣିଛ ଯେ, ମୁଁ ନିଜେ ମୋର ଓ ମୋ’ ସହିତ ରହିଥିବା ଲୋକମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ନିଜ ହାତରେ କାର୍ଯ୍ୟ କରିଛି।


ଏହା ଛଡ଼ା ଆମ୍ଭ ସହିତ ଏହି ଦାନସମୂହ ନେଇ ଯିବା କାର୍ଯ୍ୟରେ ମଣ୍ଡଳୀ ସମୂହ ତାହାଙ୍କୁ ନିଯୁକ୍ତ କରିଛନ୍ତି। ଏହି ସେବା ଦ୍ୱାରା ପ୍ରଭୁଙ୍କ ମହିମା ହେବ ଓ ଆମ୍ଭେ ଯେ ପ୍ରକୃତରେ ପରୋପକାର କରିବା ପାଇଁ ଆଗ୍ରହୀ, ଏହା ପ୍ରକାଶ ପାଇବ।


Swiv nou:

Piblisite


Piblisite