Biblia Todo Logo
Bib sou entènèt

- Piblisite -




ପ୍ରେରିତ 19:13 - ପବିତ୍ର ବାଇବଲ

13 ଭୂତାତ୍ମାକୁ ଦୂର କରିବା ପାଇଁ ଏଣେତେଣେ ବୁଲୁଥିବା କେତେକ ଯିହୂଦୀୟମାନେ ମଧ୍ୟ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ୟବହାର କରିବା ପାଇଁ ଚେଷ୍ଟା କଲେ। ସେମାନେ କହିଲେ, “ଯେଉଁ ଯୀଶୁଙ୍କୁ ପାଉଲ ପ୍ରଗ୍ଭର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମରେ ଆଦେଶ ଦେଉଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 କିନ୍ତୁ ଭ୍ରମଣକାରୀ ଯିହୁଦୀୟ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣ ମଧ୍ୟ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କର ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ରାଣ ଦେଉଅଛି।

Gade chapit la Kopi

ଓଡିଆ ବାଇବେଲ

13 କିନ୍ତୁ ଭ୍ରମଣକାରୀ ଯିହୂଦୀୟ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣକୁ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ଆଦେଶ ଦେଉଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 କେତେକ ଭ୍ରମଣକାରୀ ଇହୁଦୀ ଭୁତୁଡ଼ିଆ ମଧ୍ୟ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରି ଭୂତ ଛଡ଼ାଇବାକୁ ଚେଷ୍ଟା କଲେ। ସେମାନେ ପ୍ରେତାତ୍ମାମାନଙ୍କୁ କହୁଥିଲେ, “ପାଉଲ ପ୍ରଚାର କରୁଥିବା ଯୀଶୁଙ୍କ ନାମରେ ମୁଁ ତୋତେ ଆଦେଶ ଦେଉଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 କିନ୍ତୁ ଭ୍ରମଣକାରୀ ଯିହୁଦୀ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣକୁ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ଆଦେଶ ଦେଉଅଛି।

Gade chapit la Kopi




ପ୍ରେରିତ 19:13
15 Referans Kwoze  

ତୁମ୍ଭ କହିବା ଅନୁସାରେ ମୁଁ ଯଦି ବାଆ‌‌‌ଲ୍‌ଜିବୂ‌ଲ୍‌ର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛି, ତେବେ ତୁମ୍ଭର ଶିଷ୍ୟମାନେ କାହା ସାହାଯ୍ୟରେ ତାହାଙ୍କୁ ତଡ଼ୁଛନ୍ତି? ତେଣୁ ତୁମ୍ଭ ନିଜର ଶିଷ୍ୟମାନେ ପ୍ରମାଣିତ କରିଦେଉଛନ୍ତି ଯେ ତୁମ୍ଭେ ଭୁଲ୍ କହୁଛ।


ଯୋହନ ଯୀଶୁଙ୍କୁ କହିଲେ, “ହେ ଗୁରୁ, ତୁମ୍ଭ ନାମ ନେଇ ଲୋକଙ୍କ ଦେହରୁ ଦୁଷ୍ଟାତ୍ମାମାନଙ୍କୁ ବାହାର କରୁଥିବା ଜଣେ ଲୋକଙ୍କୁ ଆମ୍ଭେମାନେ ଦେଖିଲୁ। ଆମ୍ଭେମାନେ ତାକୁ ମନା କରିଲୁ, କାରଣ ସେ ଆମ୍ଭମାନଙ୍କ ଭିତରର ଲୋକ ନୁହେଁ।”


କିନ୍ତୁ ମୁଁ ଯଦି ବାଆ‌‌‌ଲ୍‌ଜିବୂଲ୍‌ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି, ତେବେ ତୁମ୍ଭମାନଙ୍କ ଲୋକମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ବାହାର କରୁଛନ୍ତି? ତେବେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭେମାନେ ଭୁଲ୍ କହୁଛ।


ଯୋହନ କହିଲେ, “ଗୁରୁ, ଆମ୍ଭେମାନେ ଜଣେ ଲୋକକୁ ଆପଣଙ୍କ ନାମ ନେଇ ଭୂତମାନଙ୍କୁ ଲୋକଙ୍କ ଦେହରୁ ତଡ଼ି ଦେଉଥିବାର ଦେଖିଲୁ। ଆମ୍ଭେମାନେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ୟମାନଙ୍କ ଗୋଷ୍ଠୀର ଲୋକ ନୁହେଁ।”


ଯୀଶୁ ସେହି ଲୋକକୁ କହିଲେ, “ରେ ଦୁଷ୍ଟାତ୍ମା, ଏହି ଲୋକ ଦେହରୁ ବାହାରି ଆ।” ଯୀଶୁ ଏପରି କରିବା ଦ୍ୱାରା ସେହି ଲୋକ ବଡ଼ ପାଟିରେ ଚିତ୍କାର କରି କହିଲା, “ସବୁଠାରୁ ମହାନ ପରମେଶ୍ୱରଙ୍କ ପୁତ୍ର ହେ ଯୀଶୁ, ତୁମ୍ଭେ ମୋ'ଠାରୁ କ’ଣ ଗ୍ଭହୁଁଛ? ତୁମ୍ଭକୁ ମୁଁ ଅନୁରୋଧ କରୁଛି, ତୁମ୍ଭେ ମୋତେ ହଇରାଣ କର ନାହିଁ।”


ଯୀଶୁ କିନ୍ତୁ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ରହିଲେ। ପୁଣି ଥରେ ମହାଯାଜକ ତାହାଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭକୁ ଜୀବିତ ପରମେଶ୍ୱରଙ୍କ ନାମରେ ଶପଥ କରାଉଛି, ତୁମ୍ଭେ ଆମ୍ଭକୁ କୁହ, ତୁମ୍ଭେ କ’ଣ ଖ୍ରୀଷ୍ଟ, ପରମେଶ୍ୱରଙ୍କ ପୁତ୍ର?”


ଆହାବ ପୁଣି ମୀଖାୟକୁ କହିଲେ, “ତୁମ୍ଭେ ତୁମ୍ଭର ନିଜର ବାକ୍ୟ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମୋତେ ତୁମ୍ଭକୁ ଏହା କହିବାକୁ ପଡ଼ିବ? ସଦାପ୍ରଭୁଙ୍କଠାରୁ ସତ କୁହ।”


କିନ୍ତୁ ଶାଉଲ ସେଦିନ ପୁଣି ଏକ ଭୁଲ୍ କଲେ। ଯେତେବେଳେ ସୈନ୍ୟମାନେ କ୍ଳାନ୍ତ ଓ କ୍ଷୁଧାର୍ତ୍ତ ହେଲେ, ଶାଉଲ ସେମାନଙ୍କୁ, “ଯଦି କୌଣସି ଲୋକ ସନ୍ଧ୍ୟା ପୂର୍ବରୁ କିମ୍ବା ଶତ୍ରୁ ବିନାଶ କରିବା ପୂର୍ବରୁ ଖାଦ୍ୟ ଗ୍ରହଣ କରେ, ତେବେ ସେ ଦଣ୍ତିତ ହେବ।” ସେ ସେମାନଙ୍କୁ ଏହି ପ୍ରତିଜ୍ଞା କରିବା ପାଇଁ ବାଧ୍ୟ କଲେ। ତେଣୁ ଇସ୍ରାଏଲୀୟ ସୈନ୍ୟଗଣ କିଛି ଖାଦ୍ୟ ଗ୍ରହଣ କଲେ ନାହିଁ।


ସେହି ସମୟରେ ଯିହୋଶୂୟ ଏହି ପ୍ରତିଜ୍ଞା କରିଥିଲେ, “ଯେକେହି ଯିରୀହୋ ନଗର ପୁନଃ ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ଦ୍ୱାରା ଶାପଗ୍ରସ୍ତ ହେବ, ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ।”


ଆଜି ତୁମ୍ଭେ ମୋତେ ଏହି ଭୂମିରୁ ତଡ଼ି ଦେଲ, ତହିଁରେ ମୁଁ ତୁମ୍ଭଠାରୁ ଲୁକାୟିତ ହେବି। ମୁଁ ଏକ ପଳାତକ ଓ ପୃଥିବୀରେ ଭ୍ରମଣକାରୀ ହେବି। ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।”


ଅତୀତରେ ଭୂମିରେ କୃଷିକର୍ମ କଲେହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମ୍ଭେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲୁଥିବ, ପୃଥିବୀରେ ତୁମ୍ଭର ଗୃହ ରହିବ ନାହିଁ।”


ତାଙ୍କର ଘର ଉଜୁଡ଼ି ଯାଉ। ସେମାନେ ସବୁ ଭିକାରୀ ହୁଅନ୍ତୁ।


ସ୍କେବାଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ। ସ୍କେବା ଜଣେ ଯିହୂଦୀୟ ମୁଖ୍ୟ ଯାଜକ ଥିଲେ।


କାରଣ ଆମ୍ଭେ ଯେଉଁ ଯୀଶୁଙ୍କ ପ୍ରଗ୍ଭର କରିଛୁ, ତାହାଠାରୁ ଭିନ୍ନ କଥା କେହି ଯୀଶୁଙ୍କର ବିଷୟରେ ପ୍ରଗ୍ଭର କଲେ, ଅଥବା ଆମ୍ଭଠାରୁ ଯେଉଁ ପବିତ୍ରଆତ୍ମା ବା ସୁସମାଗ୍ଭର ବିଷୟରେ ତୁମ୍ଭେମାନେ ଶୁଣିଛ, ତା'ଠାରୁ ଭିନ୍ନ ଅନ୍ୟ ଆତ୍ମା ବା ସୁସମାଗ୍ଭର ବିଷୟରେ ଯେତେବେଳେ ସେମାନେ କୁହନ୍ତି, ସେତେବେଳେ ତୁମ୍ଭେମାନେ ଧୈର୍ଯ୍ୟ ପୂର୍ବକ ସେମାନଙ୍କଠାରୁ ଶୁଣୁଛ।


Swiv nou:

Piblisite


Piblisite