Biblia Todo Logo
Bib sou entènèt

- Piblisite -




ପ୍ରେରିତ 19:1 - ପବିତ୍ର ବାଇବଲ

1 ଆପଲ୍ଲ କରିନ୍ଥରେ ଥିଲାବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦେଇ ଯାତ୍ରା କରି ଏଫିସରେ ଆସି ପହଞ୍ଚିଲେ। ତା'ପରେ ପାଉଲ ସେଠାରେ ସେ ଯୋହନଙ୍କ କେତେକ ଶିଷ୍ୟଙ୍କୁ ଦେଖିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଆପଲ୍ଲ କରିନ୍ଥରେ ଥିବା ସମୟରେ ପାଉଲ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖା ପାଇଲେ।

Gade chapit la Kopi

ଓଡିଆ ବାଇବେଲ

1 ଆପଲ୍ଲ କରିନ୍ଥରେ ଥିବା ସମୟରେ ପାଉଲ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ଆପୋଲ୍ଲୋ କରିନ୍ଥରେ ଥିବାବେଳେ ପାଉଲ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ଯାତ୍ରା ଶେଷ କରି ଏଫିସସ୍ରେ ପହଞ୍ଚିଲେ। ସେଠାରେ ସେ କେତେକ ଶିଷ୍ୟଙ୍କ ଦେଖା ପାଇ ପଚାରିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଆପଲ୍ଲ କରିନ୍ଥ ସହରରେ ଥିବା ସମୟରେ ପାଉଲ ପାହାଡ଼ିଆ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ।

Gade chapit la Kopi




ପ୍ରେରିତ 19:1
16 Referans Kwoze  

ଆପଲ୍ଲ ଭାଇଙ୍କ ବିଷୟରେ ଲେଖୁଛି। ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ସହିତ ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୁଁ ତାହାକୁ ବହୁତ ଅନୁରୋଧ କଲି କିନ୍ତୁ ଏବେ ଯିବା ପାଇଁ ସେ ଆଦୌ ଗ୍ଭହୁଁ ନାହାନ୍ତି। କିନ୍ତୁ ଯେତେବେଳେ ସୁଯୋଗ ହେବ, ସେ ତୁମ୍ଭମାନଙ୍କ ପାଖକୁ ଯିବେ।


ମୁଁ ଏହା କହିବା ଅର୍ଥ: ତୁମ୍ଭମାନଙ୍କ ଭିତରୁ ଜଣେ କୁହେ, “ମୁଁ ପାଉଲଙ୍କର ଅନୁଗାମୀ,” ଆଉଜଣେ କୁହେ “ମୁଁ ଆପଲ୍ଲଙ୍କର ଅନୁଗାମୀ,” ଅନ୍ୟ ଜଣେ କୁହେ, “ମୁଁ କେଫାଙ୍କର ଅନୁଗାମୀ,” ଓ ଅନ୍ୟଜଣେ କୁହେ: “ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ!”


ପାଉଲ ଆଥୀନୀ ନଗର ଛାଡ଼ି କରିନ୍ଥ ନଗରକୁ ଆସିଲେ।


କ୍ରୀଷ୍ପ ସେ ସମାଜଗୃହର ମୁଖ୍ୟ ଥିଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ପ୍ରଭୁଙ୍କୁ ବିଶ୍ୱାସ କଲେ। ଅନେକ କରିନ୍ଥୀୟ ଲୋକମାନେ ପାଉଲଙ୍କ ଶିକ୍ଷା ଶୁଣିଲେ, ବିଶ୍ୱାସ କଲେ ଓ ବାପ୍ତିଜିତ ହେଲେ।


ଏ କଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀ‌କ୍‌‌ମାନେ ଜାଣି ଭୟ କଲେ। ଏହା ଦ୍ୱାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ୱିତ ହେଲା।


ତୁମ୍ଭେମାନେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କେବଳ ଏଫିସ ନଗରରେ ନୁହେଁ, ପୁରା ଏସିଆରେ ଲୋକମାନଙ୍କୁ ମତେଇ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ୟର ହାତ ତିଆରି ଦେବତାମାନେ ପ୍ରକୃତ ଦେବତା ନୁହନ୍ତି।


ପାଉଲ ଏସିଆରେ ଅଧିକ ସମୟ ରହିବା ପାଇଁ ଇଚ୍ଛା କରୁ ନ ଥିଲେ। ସେ ଏଫିସରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ଯିରୁଶାଲମରେ ପହଞ୍ଚିବା ପାଇଁ ତର ତର ହେଉଥିଲେ।


ସେ ସେମାନଙ୍କୁ ଆସି ପହଞ୍ଚିବା ପରେ କହିଲେ, “ମୁଁ ଏସିଆରେ ପହଞ୍ଚିବାର ପ୍ରଥମ ଦିନଠାରୁ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭମାନଙ୍କ ସହିତ ରହିଲା ବେଳେ ମୁଁ କିଭଳି ଜୀବନଯାପନ କରିଛି, ତାହା ତୁମ୍ଭେମାନେ ଜାଣ।


ସେମାନେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ। ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ। ତେଣୁ ସେମାନେ ଅନୁମାନ କରିନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ।


ଭାଇ ଓ ଭଉଣୀମାନେ! ଏ ସମସ୍ତ କହିଲା ବେଳେ ମୁଁ ଆପଲ୍ଲଙ୍କୁ ଓ ନିଜକୁ ଉଦାହରଣ ସ୍ୱରୂପ ବ୍ୟବହାର କରୁଛି ଯେପରି ତୁମ୍ଭେମାନେ ଶାସ୍ତ୍ରାଂଶ ଶବ୍ଦ ଗୁଡ଼ିକର ଅର୍ଥ ଆମ୍ଭଠାରୁ ଜାଣି ପାରିବ, “ତେବେ ଶାସ୍ତ୍ରରେ ଯାହା ଲେଖା ଯାଇଛି କେବଳ ତହିଁର ବାଧ୍ୟ ହୁଅ। ତା'ହେଲେ ତୁମ୍ଭେମାନେ ଜଣକ ନିମନ୍ତେ ଗର୍ବ କରିବ ନାହିଁ ବା ଅନ୍ୟଜଣକୁ ଘୃଣା କରିବ ନାହିଁ।”


ଯଦି ମୁଁ ଏଫିସଠାରେ ମୋର ଗର୍ବ ରକ୍ଷାର୍ଥେ ବନ୍ୟପଶୁମାନଙ୍କ ସହ ଯୁଦ୍ଧ କରିଛି, ତା'ହେଲେ ମୁଁ କ’ଣ ବା ପାଇଲି? ଯଦି ମୃତ ଲୋକ ମୃତ୍ୟୁରୁ ଉ‌ତ୍‌‌ଥିତ ହେବ ନାହିଁ, ତା'ହେଲେ “ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହେବ।”


କିନ୍ତୁ ମୁଁ ଏଫିସ ନଗରଠାରେ ପେଣ୍ଟିକଷ୍ଟ ପର୍ବ ପର୍ଯ୍ୟନ୍ତ ରହିବି।


ଖ୍ରୀଷ୍ଟ ଯୀଶୁଙ୍କର ପ୍ରେରିତ ପାଉଲଙ୍କଠାରୁ ପତ୍ର। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଏଫିସୀୟଠାରେ ରହୁଥିବା ପରମେଶ୍ୱରଙ୍କ ପବିତ୍ର ଲୋକ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସୀ ଲୋକଙ୍କ ପ୍ରତି ମୁଁ ପ୍ରେରିତ ହୋଇଛି।


Swiv nou:

Piblisite


Piblisite