Biblia Todo Logo
Bib sou entènèt

- Piblisite -




ପ୍ରେରିତ 18:9 - ପବିତ୍ର ବାଇବଲ

9 ଦିନେ ରାତିରେ ପ୍ରଭୁ ପାଉଲଙ୍କୁ ସ୍ୱପ୍ନରେ କହିଲେ, “ଭୟ କର ନାହିଁ। ନୀରବ ରୁହ ନାହିଁ। କଥା କୁହ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ଵାରା ପାଉଲଙ୍କୁ କହିଲେ, “ଭୟ କର ନାହିଁ, ନୀରବ ନ ରହି କଥା କୁହ, କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁ,

Gade chapit la Kopi

ଓଡିଆ ବାଇବେଲ

9 ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, "ଭୟ କର ନାହିଁ, ନୀରବ ନ ରହି କଥା କୁହ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ଗୋଟିଏ ରାତିରେ ପାଉଲ ଏକ ଦର୍ଶନ ପାଇଲେ, ଦର୍ଶନରେ ପ୍ରଭୁ ତାଙ୍କୁ କହିଲେ, “ଭୟ କର ନାହିଁ, ପ୍ରଚାର କରୁଥାଅ, ସେଥିରୁ ବିରତ ହୁଅ ନାହିଁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, “ଭୟ କର ନାହିଁ, ନୀରବ ନ ରହି କଥା କୁହ,

Gade chapit la Kopi




ପ୍ରେରିତ 18:9
17 Referans Kwoze  

ସେହି ରାତିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ସାହସୀ ହୁଅ। ତୁମ୍ଭେ ମୋ’ ବିଷୟରେ ଯିରୁଶାଲମରେ ଯେପରି ସାକ୍ଷ୍ୟ ଦେଇଛ ଠିକ୍ ସେହିପରି ରୋମରେ ମଧ୍ୟ ଦେବ।”


ରାତିରେ ପାଉଲ ଏକ ଦର୍ଶନ ପାଇଲେ। ସେଥିରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗରେ ଠିଆ ହୋଇ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, “ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାଯ୍ୟ କର।”


ତୁମ୍ଭମାନଙ୍କ ପାଖକୁ ଯିବା ପୂର୍ବରୁ ଫିଲି‌ପ୍‌ପୀଠାରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟରେ ତୁମ୍ଭେମାନେ ଜାଣିଛ। ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତେବେଳେ ଅନେକ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ୱରଙ୍କ ସାହାଯ୍ୟରୁ ଆମ୍ଭେ ସାହସୀ ହୋଇ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଗ୍ଭର କହିବା ପାଇଁ ସେ ଆମ୍ଭକୁ ସାହାଯ୍ୟ କଲେ।


କିନ୍ତୁ ସଦାପ୍ରଭୁଙ୍କର ଆତ୍ମା ଦ୍ୱାରା ଶକ୍ତିରେ, ନ୍ୟାୟ ବିଗ୍ଭରରେ ଓ ପରାକ୍ରମରେ ମୁଁ ଏପରି ପରିପୂର୍ଣ୍ଣ ହେବି ଯେ, ଯାକୁବର ଅପରାଧ ଓ ଇସ୍ରାଏଲର ପାପ ବିଷୟରେ ମୁଁ ସେମାନଙ୍କୁ ଅବଗତ କରାଇବି।”


“ଏଣୁ ତୁମ୍ଭ ବିଷୟରେ ଆମ୍ଭେ କହିଅଛୁ, ହେ ଯିରିମିୟ, ତୁମ୍ଭେ ଅଣ୍ଟାଭିଡ଼ି ଛିଡ଼ା ହୁଅ। ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁଅଛୁ, ତାହା ସେମାନଙ୍କୁ କୁହ। ସେମାନଙ୍କ ପାଇଁ ଉ‌‌ଦ୍‌‌ବିଗ୍ନ ହୁଅ ନାହିଁ। ତୁମ୍ଭେ ସେମାନଙ୍କ ପାଇଁ ଭୟଭୀତ ହେଲେ ଆମ୍ଭେ ସେମାନଙ୍କ ସାକ୍ଷାତରେ ତୁମ୍ଭକୁ ଉ‌‌ଦ୍‌‌ବିଗ୍ନ କରିବା।


ପ୍ରଭୁ କହିଲେ, “ବୃହତ୍ ନଗର ନୀନିବୀକୁ ଯାଅ ଏବଂ ଆମ୍ଭେ ଯାହା କହିଛୁ ତାକୁ ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କର।”


ଉଚ୍ଚସ୍ୱରରେ ଘୋଷଣା କର, ସ୍ୱର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସେମାନଙ୍କର ଅଧର୍ମ ବିଷୟରେ ଓ ଯାକୁବ ବଂଶକୁ ସେମାନଙ୍କ ପାପ ସମ୍ବନ୍ଧରେ ଜଣାଅ।


ସେହି ସମୟରେ ମୁଁ ଯୀଶୁଙ୍କୁ ଦର୍ଶନ କଲି। ସେ ମୋତେ କହିଲେ, ‘ତୁମ୍ଭେ ସଙ୍ଗେ ସଙ୍ଗେ ଯିରୁଶାଲମ ଛାଡ଼ିଦିଅ, କାରଣ ତୁମ୍ଭେ ମୋ’ ବିଷୟରେ ଯାହା କହିବ, ସେମାନେ ଗ୍ରହଣ କରିବେ ନାହିଁ।’


ହନନିୟ ନାମକ ଜଣେ ଯୀଶୁଙ୍କର ଶିଷ୍ୟ ଦମ୍ମେସକରେ ଥିଲେ। ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହନନିୟ!” ହନନିୟ କହିଲେ, “ପ୍ରଭୁ, ମୁଁ ଏଠାରେ ଅଛି।”


ମୁଁ ତୁମ୍ଭ ସହିତ ଅଛି। କେହି ତୁମ୍ଭର କିଛି କ୍ଷତି କରିବେ ନାହିଁ। ମୋର ଅନେକ ଲୋକ ଏ ନଗରରେ ଅଛନ୍ତି।”


ମୁଁ ଜଣେ ସ୍ୱାଧୀନ ବ୍ୟକ୍ତି। ମୁଁ ଜଣେ ପ୍ରେରିତ। ମୁଁ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଦେଖିଛି। ପ୍ରଭୁଙ୍କ ନିମନ୍ତେ ମୋ’ କାର୍ଯ୍ୟର ଫଳ ସ୍ୱରୂପ ତୁମ୍ଭେମାନେ ପରିବର୍ତ୍ତିତ ହୋଇଛ।


ଯେଉଁ ଦିନ ମୁଁ ତୁମ୍ଭ ଛାମୁରେ ପ୍ରାର୍ଥନା କଲି, ସେଦିନ ତୁମ୍ଭେ ନିକଟବର୍ତ୍ତୀ ହେଲ ଓ କହିଲ, “ଭୟ କର ନାହିଁ।”


Swiv nou:

Piblisite


Piblisite