Biblia Todo Logo
Bib sou entènèt

- Piblisite -




ପ୍ରେରିତ 18:15 - ପବିତ୍ର ବାଇବଲ

15 କିନ୍ତୁ ତୁମ୍ଭ ବ୍ୟବସ୍ଥାରେ ଲେଖାଥିବା ବାକ୍ୟ ଓ ନାମ ବିରୁଦ୍ଧରେ ଏହି ବଚସା ସୃଷ୍ଟି ହୋଇଥିବାରୁ ତୁମ୍ଭେମାନେ ନିଜେ ନିଜେ ଏହାର ସମାଧାନ କର। ଏହିସବୁ ବିଷୟରେ ମୁଁ କୌଣସି ବିଗ୍ଭର କରିବି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ମାତ୍ର ଯଦି ଏହିସବୁ କେବଳ ବାକ୍ୟ, ନାମ ଓ ତୁମ୍ଭମାନଙ୍କ ବ୍ୟବସ୍ଥା ସମ୍ଵନ୍ଧୀୟ ବିବାଦ ଅଟେ, ତେବେ ତୁମ୍ଭେମାନେ ନିଜେ ତାହା ବୁଝ; ଆମ୍ଭେ ଏହିସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁ ନାହୁଁ।

Gade chapit la Kopi

ଓଡିଆ ବାଇବେଲ

15 ମାତ୍ର ଯଦି ଏହି ସବୁ କେବଳ ବାକ୍ୟ, ନାମ ଓ ତୁମ୍ଭମାନଙ୍କ ମୋଶାଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ଅଟେ, ତେବେ ତୁମ୍ଭେମାନେ ନିଜେ ତାହା ବୁଝ; ଆମ୍ଭେ ଏହି ସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁ ନାହୁଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

15 କିନ୍ତୁ ଏହି ମାମଲା କେବଳ ତୁମର ନିଜ ବିଧିବିଧାନ, ଶବ୍ଦାର୍ଥ ଓ ନାମ ସଂକ୍ରାନ୍ତୀୟ ହୋଇଥିବାରୁ ତୁମେ ନିଜେ ଏହାର ନିଷ୍ପତ୍ତି କରିବା ଉଚିତ। ମୁଁ ଏପରି ବିଷୟ, ବିଚାର କରିବି ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ମାତ୍ର ଯଦି ଏହିସବୁ କେବଳ ବାକ୍ୟ, ନାମ ଓ ତୁମ୍ଭମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ଅଟେ, ତେବେ ତୁମ୍ଭେମାନେ ନିଜେ ତାହା ବୁଝ; ଆମ୍ଭେ ଏହିସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁ ନାହୁଁ।

Gade chapit la Kopi




ପ୍ରେରିତ 18:15
13 Referans Kwoze  

ତା'ପରେ ମୁଁ ଜାଣିବାକୁ ପାଇଲି ଯେ, ସେ ସେମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିଷୟ ଗୁଡ଼ିକରେ ଅଭିଯୁକ୍ତ ହୋଇଛି। କିନ୍ତୁ ସେ କାରାଦଣ୍ଡ ବା ପ୍ରାଣଦଣ୍ଡ ପାଇବାର କୌଣସି ଦୋଷ କରି ନାହିଁ।


ତା’ ପରିବର୍ତ୍ତେ ସେମାନେ କେବଳ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି ବିଷୟରେ ଯୁକ୍ତିତର୍କ କଲେ। କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବୀ କଲେ।


ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସେହି ଲୋକ ଶବ୍ଦର ଅର୍ଥକୁ ନେଇ ଯୁକ୍ତିତର୍କ କରିବା ପାଇଁ ଅତ୍ୟଧିକ ଆଗ୍ରହୀ ହୋଇଥାଏ ଓ ସେ ବାଗ୍‌‌ଯୁଦ୍ଧ କରେ। ଏଗୁଡ଼ିକ ଦ୍ୱାରା କଳି, ଈର୍ଷା, ଅପମାନ ଓ ସନ୍ଦେହ ଆସିଥାଏ।


ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟରେ ଯୁକ୍ତି, ଝଗଡ଼ା, ମୋଶାଙ୍କ ବ୍ୟବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷଠାରୁ ଦୂରରେ ରୁହ। ସେଗୁଡ଼ିକ ମୂଲ୍ୟହୀନ ଓ ଲୋକମାନଙ୍କୁ ସାହାଯ୍ୟ କରେ ନାହିଁ।


ମୂର୍ଖ ଓ ଅର୍ଥହୀନ ତର୍କବିତର୍କରୁ ଦୂରରେ ରୁହ। ତୁମ୍ଭେ ଜାଣ ଯେ ସେହି ଯୁକ୍ତିତର୍କଗୁଡ଼ିକ ବଢ଼ିଯାଇ ବଡ଼ ବିବାଦ ସୃଷ୍ଟି କରେ।


ସେମାନଙ୍କୁ କୁହ ଯେ, ସେମାନେ ଅସତ୍ୟ କଥାଗୁଡ଼ିକ କହି ଓ ବଂଶାବଳୀର ଲମ୍ବା ନାମସୂଚୀଗୁଡ଼ିକ ଦେଇ ସମୟ ନଷ୍ଟ କରନ୍ତୁ ନାହିଁ। କାରଣ ସେଗୁଡ଼ିକ ଦ୍ୱାରା କେବଳ ତର୍କବିତର୍କ ହୁଏ। ସେଗୁଡ଼ିକ ପରମେଶ୍ୱରଙ୍କ କାମ ପାଇଁ ସାହାଯ୍ୟ କରେ ନାହିଁ। କେବଳ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ କାମ ସାଧନ ହୋଇଥାଏ। ଏହି ଆଦେଶର ଲକ୍ଷ୍ୟ ଯେ, ଲୋକମାନେ ପ୍ରେମ ଗ୍ରହଣ କରନ୍ତୁ।


ଏ କଥା ସତ୍ୟ ଯେ, ଆପଣ ଯିହୂଦୀୟ ପରମ୍ପରା ଓ ସେମାନେ ଯୁକ୍ତି କରୁଥିବା ବିଷୟରେ ଉତ୍ତମ ଜ୍ଞାନ ରଖିଛନ୍ତି। ତେଣୁ ମୋର କଥା ଧୈର୍ଯ୍ୟ ସହକାରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।


ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ୟୁ ଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ, ତେବେ ମୁଁ ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥାରେ ସତ୍ୟତା ନାହିଁ ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରି ପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଗ୍ଭର ପାଇଁ ଆବେଦନ କରୁଛି।”


ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳେଇବାକୁ କିଛି କରି ପାରିବେ ନାହିଁ ବରଂ ଲୋକେ ବେଳକୁ ବେଳ ଉତ୍ତେଜିତ ହୋଇ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, “ଏ ଲୋକର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ତୁମ୍ଭେମାନେ କେବଳ ଏସବୁ କରୁଛ।”


ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେ ତାହାକୁ ନେଇଯାଅ ଓ ତୁମ୍ଭ ବ୍ୟବସ୍ଥା ଅନୁସାରେ ତାହାର ବିଗ୍ଭର କର।” ଯିହୂଦୀମାନେ କହିଲେ, “କିନ୍ତୁ ଆପଣଙ୍କର ଆଇନ ଅନୁସାରେ ଆମ୍ଭେ କାହାକୁ ମୃତ୍ୟୁଦଣ୍ଡ ଦେଇ ପାରିବୁ ନାହିଁ।”


ସେ କହିଲା, “ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦେବା ପାଇଁ ତୁମ୍ଭ ହାତରେ ଧରେଇ ଦେଇଛି।” ଯିହୂଦୀ ନେତାମାନେ କହିଲେ, “ଏଥିରେ ଆମ୍ଭର କିଛି ଯାଏ ଆସେ ନାହିଁ। ତୁମ୍ଭ କଥା ତୁମ୍ଭେ ବୁଝ।”


ସେମାନେ କହିଲେ, “ଏହି ଲୋକ ଯେଉଁ ଉପାୟରେ ପରମେଶ୍ୱରଙ୍କ ଉପାସନା କରିବା ପାଇଁ ଲୋକମାନଙ୍କୁ ମତାଇ ଅଛି, ତାହା ଆମ୍ଭ ବ୍ୟବସ୍ଥାର ବିରୁଦ୍ଧ ଅଟେ।”


Swiv nou:

Piblisite


Piblisite