Biblia Todo Logo
Bib sou entènèt

- Piblisite -




ପ୍ରେରିତ 17:7 - ପବିତ୍ର ବାଇବଲ

7 ଯାସୋନ ସେହିମାନଙ୍କୁ ଆଣି ନିଜ ଘରେ ରଖିଛି। ଯୀଶୁ ନାମରେ ଯେ ଆଉ ଜଣେ ରାଜା ଅଛି, ଏହା କହି ସେମାନେ ସମସ୍ତେ ଦାବୀ କରି କାଇସରଙ୍କ ନିୟମର ବିରୁଦ୍ଧାଚରଣ କରୁଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

7 ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ଯେସନ୍ ସେମାନଙ୍କୁ ତା’ ଘରେ ରଖିଛି। ଯୀଶୁ ନାମରେ ଆଉ ଜଣେ ରାଜା ଅଛନ୍ତି ବୋଲି କହି ସେମାନେ ସମ୍ରାଟଙ୍କ ସମସ୍ତ ନିୟମ ଲଙ୍ଘନ କରୁଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି।

Gade chapit la Kopi




ପ୍ରେରିତ 17:7
12 Referans Kwoze  

ସେମାନେ ଯୀଶୁଙ୍କୁ ଦୋଷ ଦେବାକୁ ଲାଗିଲେ। ସେମାନେ ପୀଲାତଙ୍କୁ କହିଲେ, “ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭେମାନେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦେବା ଉଚିତ୍ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।”


ଆମ୍ଭେମାନେ ରୋମୀୟ। ଏଣୁ ଏମାନେ ଲୋକମାନଙ୍କୁ ଯେଉଁ କଥା କହୁଛନ୍ତି, ସେହି ପ୍ରଥାଗୁଡ଼ିକ ଆମ୍ଭମାନଙ୍କ ଗ୍ରହଣ ଯୋଗ୍ୟ ନୁହେଁ। ତେଣୁ ଆମ୍ଭେ ଏସବୁ କରି ପାରିବୁ ନାହିଁ।”


ଏହା ପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦେବାକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, “ଆପଣ ଯଦି ଏ ବ୍ୟକ୍ତିକୁ ମୁକ୍ତ କରି ଦିଅନ୍ତି, ତେବେ ଆପଣ କାଇସରଙ୍କର ବନ୍ଧୁ ନୁହନ୍ତି। ଯିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।”


ଅତଏବ ଭଲ କାମ କରିବା ଦ୍ୱାରା, ଯେଉଁମାନେ ତୁମ୍ଭ ବିଷୟରେ ନିର୍ବୋଧ କଥାଗୁଡ଼ିକ କୁହନ୍ତି, ସେମାନଙ୍କ ମୁହଁ ବନ୍ଦ ହୋଇଯିବ।


ତା'ପରେ ସେମାନେ ରାଜାଙ୍କୁ ଉତ୍ତର ଦେଲେ, “ହେ ମହାରାଜ, ନିର୍ବାସିତ ଯିହୁଦୀ ସନ୍ତାନଗଣ ମଧ୍ୟରେ ଜଣେ ବ୍ୟକ୍ତି ଦାନିୟେଲ, ସେ ଆପଣଙ୍କୁ କି ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ। ସେ ଏବେ ମଧ୍ୟ ଦିନରେ ତିନିଥର ତା'ର ପରମେଶ୍ୱରକୁ ପ୍ରାର୍ଥନା କରୁଛି।”


ଆଉ ଆପଣ ବାବିଲ ପ୍ରଦେଶର ରାଜ କର୍ମରେ ନିଯୁକ୍ତ କରିଥିବା କେତେକ ଯିହୁଦୀ ଲୋକ, ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଯେଉଁମାନେ କି ଆପଣଙ୍କ ଆଜ୍ଞା ପାଳନ କରି ନାହାନ୍ତି। ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପୂଜା କରନ୍ତି ନାହିଁ।”


ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାତ୍ରା କରୁଥିବା ଅବସରରେ ଗୋଟିଏ ଗାଁକୁ ଯୀଶୁ ଗଲେ। ମାର୍ଥା ନାମକ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ସ୍ୱାଗତ କଲା।


କିନ୍ତୁ ଅବିଶ୍ୱାସୀ ଯିହୂଦୀୟମାନେ ଈର୍ଷାପରାୟଣ ହୋଇ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଗୋଟିଏ ଦଳ ଏକାଠି କଲେ ଓ ନଗରରେ ଗଣ୍ଡଗୋଳ ସୃଷ୍ଟିକଲେ। ସେମାନେ ନଗରରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେଷ୍ଟା କଲେ।


ଜନସମୂହ ଓ ନଗରର ଶାସନକର୍ତ୍ତାମାନେ ସେମାନଙ୍କ କଥା ଶୁଣି ବିଚଳିତ ହୋଇ ପଡ଼ିଲେ।


ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ୟା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ୱରଙ୍କ ଗୁପ୍ତଚରମାନଙ୍କୁ ସାହାଯ୍ୟ କଲା ଓ ସେମାନଙ୍କୁ ନିଜ ଘରେ ସ୍ୱାଗତ କଲା ଓ ଅନ୍ୟ ବାଟଦେଇ ସେମାନଙ୍କୁ ପଳାୟନ କରିବାରେ ସାହାଯ୍ୟ କଲା।


Swiv nou:

Piblisite


Piblisite