Biblia Todo Logo
Bib sou entènèt

- Piblisite -




ପ୍ରେରିତ 17:3 - ପବିତ୍ର ବାଇବଲ

3 ସେ ପବିତ୍ର ବାକ୍ୟ ବୁଝେଇଲେ ଓ ସେମାନଙ୍କୁ ପ୍ରମାଣ ଦେଇ କହିଲେ ଯେ, ଖ୍ରୀଷ୍ଟଙ୍କର ଦୁଃଖ ଭୋଗ କରିବାର ଓ ମୃତ୍ୟୁରୁ ପୁନର୍ଜୀବିତ ହେବାର ଆବଶ୍ୟକତା ଥିଲା। ପାଉଲ କହିଲେ, “ଏହି ଯୀଶୁ, ଯାହାଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଗ୍ଭର କରୁଛି, ସେ ହେଉଛନ୍ତି ଖ୍ରୀଷ୍ଟ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପୁଣି, ଖ୍ରୀଷ୍ଟଙ୍କର ଯେ ମୃତ୍ୟୁଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ, ଏହାର ସ୍ପଷ୍ଟ ପ୍ରମାଣ ଦେଲେ।

Gade chapit la Kopi

ଓଡିଆ ବାଇବେଲ

3 ପୁଣି, ଖ୍ରୀଷ୍ଟଙ୍କର ଯେ ଦୁଃଖଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ,ଏହାର ସ୍ପଷ୍ଟ ପ୍ରମାଣ ଦେଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ଧର୍ମଶାସ୍ତ୍ର ଉଲ୍ଲେଖ ଓ ବ୍ୟାଖ୍ୟା କରି ପ୍ରମାଣ କଲେ ଯେ, ମସୀହଙ୍କର ଦୁଃଖଭୋଗ କରିବା ଓ ମୃତ୍ୟୁରୁ ଉତ୍ôଥତ ହେବା ଆବଶ୍ୟକ ଥିଲା। ପାଉଲ କହିଲେ, “ଯେଉଁ ଯୀଶୁଙ୍କ ବିଷୟ ମୁଁ ଘୋଷଣା କରିଛି, ସେ ସେହି ମସୀହ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ଖ୍ରୀଷ୍ଟଙ୍କର ଯେ ଦୁଃଖଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ, ଏହାର ସ୍ପଷ୍ଟ ପ୍ରମାଣ ଦେଲେ।

Gade chapit la Kopi




ପ୍ରେରିତ 17:3
16 Referans Kwoze  

କାରଣ ସେ ଯିହୂଦୀମାନଙ୍କ ସହିତ ସର୍ବସାଧାରଣରେ ଦୃଢ଼ଭାବେ ଯୁକ୍ତିତର୍କ କରି ସେମାନଙ୍କୁ ପରାସ୍ତ କଲେ ଓ ଧର୍ମଶାସ୍ତ୍ରରୁ ପ୍ରମାଣ କରି ଦେଖାଇ ଦେଲେ ଯେ କେବଳ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି।


କିନ୍ତୁ ଶାଉଲ ଅଧିକ ଶକ୍ତିଶାଳୀ ହୋଇ ଉଠିଲେ। ସେ ପ୍ରମାଣ କରିଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ତାହାଙ୍କ ପ୍ରମାଣ ସବୁ ଏତେ ଦୃଢ଼ଥିଲା ଯେ, ଦମ୍ମେସକର ଯିହୂଦୀମାନେ ଏ ବିଷୟରେ ତାହାଙ୍କ ସହିତ ଯୁକ୍ତି କରି ପାରୁ ନ ଥିଲେ।


ତା'ପରେ ସେମାନେ ପରସ୍ପର କଥାବାର୍ତ୍ତା ହେଲେ, “ଯେତେବେଳେ ଯୀଶୁ ଆମ୍ଭ ସହିତ ରାସ୍ତାରେ କଥାବାର୍ତ୍ତା ହେଉଥିଲେ, ସେତେବେଳେ ଆମ୍ଭ ହୃଦୟ ଭିତରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତେବେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତେଜିତ କରି ଦେଉଥିଲା।”


ଈଶ୍ୱର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ୱାରା କହି ସାରିଥିଲେ। ବର୍ତ୍ତମାନ ପରମେଶ୍ୱର ଏ ସବୁ ଘଟଣା ଘଟାଉଛନ୍ତି।


ଯୀଶୁ ସେମାନଙ୍କୁ କହିଲେ, “ଖ୍ରୀଷ୍ଟଙ୍କୁ ମାରି ଦିଆଯିବା ଓ ମୃତ୍ୟୁରୁ ତିନି ଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲେଖା ଅଛି।


ହେ ଗାଲାତୀୟ ଲୋକେ! ଯୀଶୁ ଖ୍ରୀଷ୍ଟଙ୍କୁ କିପରି ଭାବରେ କ୍ରୁଶ ଉପରେ ମୃତ୍ୟୁ ଦିଆଗଲା, ତାହା ତୁମ୍ଭକୁ ସ୍ପଷ୍ଟ ଭାବରେ କୁହା ଯାଇଥିଲା। କିନ୍ତୁ ତୁମ୍ଭେମାନେ ମୂର୍ଖ। ତୁମ୍ଭେ କାହାର ଛଳନାରେ ପଡ଼ିଗଲ।


ଦିନେ ଯେତେବେଳେ ଯୀଶୁ ସେମାନଙ୍କ ସାଙ୍ଗରେ ଭୋଜନ କରୁଥିଲେ, ସେତେବେଳେ ସେ ପ୍ରେରିତମାନଙ୍କୁ ଯିରୁଶାଲମ ନ ଛାଡ଼ିବା ପାଇଁ କହିଲେ। ଯୀଶୁ କହିଲେ, “ପରମେଶ୍ୱର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦେଇଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟରେ ଆଗରୁ କହି ସାରିଛି। ତେଣୁ ସେହି ପ୍ରତିଜ୍ଞା ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୁଶାଲମରେ ଅପେକ୍ଷାରେ ରୁହ।


ଧର୍ମଶାସ୍ତ୍ର ଅନୁସାରେ ‘ଯୀଶୁ ମୃତ୍ୟୁରୁ ଅବଶ୍ୟ ପୁନର୍ଜୀବିତ ହେବେ’, ଏହାର ଅର୍ଥ ସେହି ଶିଷ୍ୟମାନେ ଏପର୍ଯ୍ୟନ୍ତ ବୁଝି ପାରି ନ ଥିଲେ।


ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।”


ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଗ୍ଭର ପ୍ରଗ୍ଭର କରିବାରେ ଦେଲେ। ସେ ଯିହୂଦୀମାନଙ୍କ ଆଗରେ ପ୍ରମାଣିତ କରିଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି।


Swiv nou:

Piblisite


Piblisite