Biblia Todo Logo
Bib sou entènèt

- Piblisite -




ପ୍ରେରିତ 17:13 - ପବିତ୍ର ବାଇବଲ

13 ଥେସଲନୀକୀୟ ଯିହୂଦୀୟମାନେ ବେରୟା ନଗରରେ ପାଉଲ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରୁଛନ୍ତି ବୋଲି ଜାଣି ପାରିଲେ। ତେଣୁ ସେମାନେ ସେଠାକୁ ଆସି ଆନ୍ଦୋଳନ କରି ଲୋକ ସମୂହକୁ ମତେଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 କିନ୍ତୁ ଯେତେବେଳେ ଥେସଲନୀକୀୟ ଯିହୁଦୀମାନେ ଜାଣିଲେ ଯେ, ଈଶ୍ଵରଙ୍କ ବାକ୍ୟ ପାଉଲଙ୍କ ଦ୍ଵାରା ବେରୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ଉଦ୍ବିଗ୍ନ କଲେ।

Gade chapit la Kopi

ଓଡିଆ ବାଇବେଲ

13 କିନ୍ତୁ ଯେତେବେଳେ ଥେସଲନୀକୀୟ ଯିହୂଦୀମାନେ ଜାଣିଲେ ଯେ, ଈଶ୍ୱରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 କିନ୍ତୁ ଯେତେବେଳେ ଥେସଲନିକୀୟ ଇହୁଦୀମାନେ ଶୁଣିଲେ ଯେ ବେରିଆରେ ମଧ୍ୟ ପାଉଲ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଛନ୍ତି, ସେମାନେ ସେଠାକୁ ଆସି ଗଣ୍ଡଗୋଳ କରିବା ପାଇଁ ଲୋକମାନଙ୍କୁ ମତାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 କିନ୍ତୁ ଯେତେବେଳେ ଥେସଲନୀକୀ ସହରରେ ଯିହୁଦୀମାନେ ଜାଣିଲେ ଯେ, ଈଶ୍ବରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରିୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ।

Gade chapit la Kopi




ପ୍ରେରିତ 17:13
14 Referans Kwoze  

ସାତ ଦିନ ପୁରି ଯିବା ଦିନ ଏସିଆର କେତେକ ଯିହୂଦୀମାନେ ତାହାଙ୍କୁ ମନ୍ଦିରରେ ଦେଖିଲେ। ସେମାନେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧରେ ଉତ୍ତେଜିତ କଲେ ଓ ତାହାଙ୍କୁ ଧରି ପକେଇଲେ।


କିନ୍ତୁ ଅବିଶ୍ୱାସୀ ଯିହୂଦୀୟମାନେ ଈର୍ଷାପରାୟଣ ହୋଇ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଗୋଟିଏ ଦଳ ଏକାଠି କଲେ ଓ ନଗରରେ ଗଣ୍ଡଗୋଳ ସୃଷ୍ଟିକଲେ। ସେମାନେ ନଗରରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେଷ୍ଟା କଲେ।


ମାତ୍ର ଯେଉଁ ଯିହୂଦୀମାନେ ଅବିଶ୍ୱାସ କରୁଥିଲେ, ସେମାନେ ଅନ୍ୟ ଜାତୀୟ ଲୋକମାନଙ୍କ ମନରେ ଭାଇମାନଙ୍କ ବିରୁଦ୍ଧରେ ଖରାପ ଧାରଣା ଜନ୍ମାଇଲେ।


ଏହା କରିବା ଦ୍ୱାରା ସେମାନେ ପୁରୁଖା ଯିହୂଦୀ ନେତାଙ୍କୁ ଆଇନର ଶିକ୍ଷକମାନଙ୍କୁ ଓ ଲୋକମାନଙ୍କୁ ଉତ୍ତେଜିତ କଲେ ଓ ସ୍ତିଫାନଙ୍କୁ ଧରିନେଇ ମହାସଭାକୁ ନେଇ ଆସିଲେ।


“ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ।


ଜଣେ ଲୋଭି ମନୁଷ୍ୟ କଳହ ସୃଷ୍ଟି କରେ। କିନ୍ତୁ ସେହି ମନୁଷ୍ୟ ଯିଏ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖେ ସେ ଉନ୍ନତି କରିବ।


ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଶାନ୍ତି ଦେବା ପାଇଁ ଏ ପୃଥିବୀକୁ ଆସିଛି? ନା, ମୁଁ ପୃଥିବୀକୁ ଭାଗ ଭାଗ କରିଦେବାକୁ ଆସିଛି।


କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ଧୈର୍ଯ୍ୟ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ।


ଆହାବ ନିଜର ପତ୍ନୀ ଈଷେବଲ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ଯେତେ ମନ୍ଦକର୍ମ କଲେ, ସେପରି ଆଉ କେହି କରି ନ ଥିଲେ।


ପାଉଲ ଓ ଶୀଲା ଆଂଫିପଲି ଓ ଆପଲ୍ଲୋନିଆ ନଗର ଦେଇ ଥେସଲନୀକୀ ନଗରରେ ପହଞ୍ଚିଲେ। ସେଠାରେ ଯିହୂଦୀୟମାନଙ୍କର ଗୋଟିଏ ସମାଜଗୃହ ଥିଲା।


ପାଉଲ ଓ ଶୀଲାଙ୍କୁ ଭାଇମାନେ ସେହି ରାତିରେ ସାଙ୍ଗେ ସାଙ୍ଗେ ବେରୟା ନଗରକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ।


ତାହାଙ୍କ ସହିତ ବେରୟା ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥେସଲନୀକୀୟର ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।


ମୁଁ ଅନେକ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କରେ ନଦୀରେ ଲୁଣ୍ଠନକାରୀମାନଙ୍କଠାରୁ ମୋର ନିଜ ଲୋକମାନଙ୍କଠାରୁ, ଅଣଯିହୂଦୀମାନଙ୍କଠାରୁ ମୁଁ ବିପଦରେ ଥିଲି। ନଗରମାନଙ୍କରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ରରେ, ମଧ୍ୟ ମୁଁ ବିପଦରେ ପଡ଼ିଥିଲି। ଯେଉଁ ଲୋକମାନେ ମିଛରେ ଭାଇ ବୋଲାଉ ଥିଲେ ସେମାନଙ୍କ ପାଇଁ ମୁଁ ବିପଦରେ ପଡ଼ିଥିଲି।


Swiv nou:

Piblisite


Piblisite