Biblia Todo Logo
Bib sou entènèt

- Piblisite -




ପ୍ରେରିତ 16:19 - ପବିତ୍ର ବାଇବଲ

19 ସେହି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସେମାନେ ଜାଣି ପାରିଲେ ଯେ, ସେମାନେ ଆଉ ଏ ବାଳିକା ଦ୍ୱାରା ଧନ ଉପାର୍ଜନ କରି ପାରିବେ ନାହିଁ। ତେଣୁ ସେମାନେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସେମାନଙ୍କୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗରେ ସେମାନଙ୍କୁ ଠିଆ କରାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 କିନ୍ତୁ ତାʼର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ।

Gade chapit la Kopi

ଓଡିଆ ବାଇବେଲ

19 କିନ୍ତୁ ତାହାର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ଯେତେବେଳେ ତାହାର ମାଲିକମାନେ ନିଜର ଅର୍ଥ ଉପାର୍ଜନ ପନ୍ଥା ହରାଇଛନ୍ତି ବୋଲି ଜାଣିଲେ, ପାଉଲ ଓ ଶୀଲାଙ୍କୁ ଧରି ସହରର କେନ୍ଦ୍ରସ୍ଥଳରେ ଥିବା ରୋମୀୟ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଆଣି କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 କିନ୍ତୁ ତାହାର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ।

Gade chapit la Kopi




ପ୍ରେରିତ 16:19
24 Referans Kwoze  

ପୁରା ନଗରଟାରେ ଉତ୍ତେଜନା ସୃଷ୍ଟି ହୋଇଗଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନେଇଗଲେ। ସଙ୍ଗେ ସଙ୍ଗେ ଦ୍ୱାର ଗୁଡ଼ିକ ବନ୍ଦ ହୋଇଗଲା।


ସେମାନେ ତାହାଙ୍କୁ ନ ପାଇ ଯାସୋନ ଓ କେତେକ ଭାଇମାନଙ୍କୁ ନଗରକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ। ସେମାନେ ପାଟି କରି କହିଲେ, “ଏହି ଲୋକମାନେ ସାରା ଜଗତରେ ଭୟଙ୍କର ଅରାଜକତା ସୃଷ୍ଟି କରୁଛନ୍ତି। ସେମାନେ ବର୍ତ୍ତମାନ ଏଠାକୁ ମଧ୍ୟ ଆସିଲେଣି।


ଆମ୍ଭକୁ ମାଡ଼ ଦିଆଯାଏ, କାରାଗାରରେ ରଖାଯାଏ। ଲୋକେ ଆମ୍ଭ ବିରୁଦ୍ଧରେ ଉଠନ୍ତି। ଆମ୍ଭେ କଠୋର ପରିଶ୍ରମ କରୁ, ବେଳେବେଳେ ଆମ୍ଭେ ଅନିଦ୍ରା ରହୁ, ଓ ଭୋକଉପାସରେ ରହୁ।


ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ଯିବା ସମୟରେ ଗୋଟିଏ ଗ୍ଭକରାଣୀକୁ ଦେଖିଲୁ। ତା’ ଦେହରେ ଏପରି ଆତ୍ମାଟିଏ ଥିଲା, ଯାହାଦ୍ୱାରା ସେ ଭବିଷ୍ୟତ କଥା ସବୁ କହି ପାରୁଥିଲା। ସେ ଏହିପରି ଭବିଷ୍ୟତ କଥା ସବୁ କହି ତା’ ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା।


ବର୍ଣ୍ଣ‌ବ୍‌‌ବା ଓ ପାଉଲ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ପାଇଁ ସେମାନଙ୍କର ଜୀବନକୁ ଉତ୍ସର୍ଗ କରିଛନ୍ତି।


କିନ୍ତୁ ତା'ପରେ କେତେକ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସେମାନେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲେଣି ଭାବି ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ।


ଅନ୍ୟଜାତୀୟ ଓ ଯିହୂଦୀୟ ଲୋକମାନେ ସେମାନଙ୍କ ସହ ଖରାପ ବ୍ୟବହାର କରିବା ପାଇଁ ଓ ସେମାନଙ୍କ ଉପରେ ପଥର ପକାଇବା ନିମନ୍ତେ ନେତାମାନଙ୍କ ସହିତ ମିଶିଲେ।


ଅଣଯିହୂଦୀ, ରାଜା ଓ ଇସ୍ରାଏଲର ଲୋକମାନଙ୍କ ଆଗରେ ସେ ମୋ’ ନାମରେ ସାକ୍ଷ୍ୟ ଦେବ। ମୋ’ ନାମ ପାଇଁ ତାହାକୁ ଯେ, କେତେ କଷ୍ଟ ଦେଇ ଯିବାକୁ ହେବ ମୁଁ ନିଜେ ତାହାକୁ ଜଣାଇବି।”


“ତୁମ୍ଭେମାନେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଗ୍ଭରାଳୟରେ ସମର୍ପି ଦେବେ। ସେମାନେ ତୁମ୍ଭମାନଙ୍କୁ ସେମାନଙ୍କର ସମାଜଗୃହଗୁଡ଼ିକରେ ପିଟିବେ। ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗରେ ଠିଆ ହେବାକୁ ବାଧ୍ୟ କରାଯିବ। ତୁମ୍ଭେମାନେ ମୋ’ ବିଷୟରେ ପ୍ରମାଣ ଦେବ।


“ସେତେବେଳେ ଲୋକେ ତୁମ୍ଭମାନଙ୍କ ପ୍ରତି ଖରାପ ବ୍ୟବହାର କରିବେ। ସେମାନେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ପାଇଁ ଧରାଇ ଦେବେ। ସେମାନେ ତୁମ୍ଭମାନଙ୍କୁ ମାରିଦେବେ। ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ।


କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସେହିମାନେ ତୁମ୍ଭକୁ କଚେରୀକୁ ଟାଣି ନେଇ ଯାଆନ୍ତି।


ଏହା ପରେ ପ୍ରେରିତ, ପ୍ରାଚୀନ ଓ ସମଗ୍ର ମଣ୍ଡଳୀ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ବାଛିଲେ। ସେମାନ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କ ସହିତ ସେମାନଙ୍କୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସେମାନେ ଯିହୂଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣ‌ବ୍‌‌ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧ୍ୟରେ ନେତା ଥିଲେ।


ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭରେ କେତେ ଲୋକ ସତ୍ୟ ବିଶ୍ୱାସକୁ ଛାଡ଼ି ଦେଇଛନ୍ତି। କିନ୍ତୁ ସେହିପରି କରିବା ଦ୍ୱାରା ସେମାନେ ନିଜ ଉପରକୁ ଅନେକ ଦୁଃଖ ଟାଣି ଆଣିଛନ୍ତି।


ତେଣୁ ସେମାନେ ରାଜାଙ୍କ ପାଖକୁ ଗଲେ ଓ ରାଜକୀୟ ବିଧି ବିଷୟରେ ତାଙ୍କୁ ମନେ ପକାଇ ଦେଲେ। ସେମାନେ କହିଲେ, “ହେ ମହାରାଜା, ଯେକୌଣସି ଲୋକ ତିରିଶ୍ ଦିନ ମଧ୍ୟରେ ଆପଣଙ୍କ ବିନା କୌଣସି ଦେବତା କି ମନୁଷ୍ୟ ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ। ଏପରି ଏକ ନିଷେଧ ପତ୍ରରେ ଆପଣ ସ୍ୱାକ୍ଷର କରି ନାହାନ୍ତି କି?” ରାଜା କହିଲେ, “ହଁ, ମୁଁ ସେ ନିଷେଧ ପତ୍ରରେ ସ୍ୱାକ୍ଷର କରିଛି।’ ଆଉ ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ତାହା ସ୍ଥିର ହୋଇଅଛି।”


ପାଉଲ ଶୀଲାଙ୍କୁ ତାହାଙ୍କ ସହିତ ନେବା ପାଇଁ ବାଛିଲେ। ଆନ୍ତିୟଖିଆରେ ଭାଇମାନେ ପାଉଲଙ୍କୁ ପ୍ରଭୁଙ୍କ ଅନୁଗ୍ରହ ଓ ତତ୍ତ୍ୱାବଧାନରେ ସମର୍ପଣ କରି ବିଦାୟ ଦେଲେ।


ସେମାନଙ୍କୁ ନଗରପାଳମାନଙ୍କ ପାଖରେ ପହଞ୍ଚାଇ କହିଲେ, “ଏମାନେ ଯିହୂଦୀୟଲୋକ। ଏମାନେ ଆମ୍ଭ ନଗରରେ ବହୁତ ଉପଦ୍ରବ ସୃଷ୍ଟି କରୁଛନ୍ତି।


ପାଉଲ ଓ ଶୀଲା ମଧ୍ୟରାତ୍ରି ବେଳେ ପରମେଶ୍ୱରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ। ଅନ୍ୟ ବନ୍ଦୀମାନେ ତାହା ସବୁ ଶୁଣୁଥିଲେ।


ସେ ସଙ୍ଗେ ସଙ୍ଗେ ଗୋଟିଏ ଦ୍ୱୀପ ଆଣିବା ପାଇଁ ଆଦେଶ ଦେଇ ଦୌଡ଼ି ଆସି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ।


ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ତୁମ୍ଭେମାନେ ମୋତେ ସୁସମାଗ୍ଭର ବିରୁଦ୍ଧରେ ଥିବା ଲୋକଙ୍କ ସହିତ ସଂଘର୍ଷ କରିବା ଦେଖିଛ। ତୁମ୍ଭେ ଏବେ ଶୁଣୁଛ ଯେ ମୁଁ ଏଠାରେ ସଂଘର୍ଷରତ। ତୁମ୍ଭେମାନେ ମଧ୍ୟ ସେହିଭଳି ଏବେ ସଂଘର୍ଷରତ ଅଛ।


ତୁମ୍ଭମାନଙ୍କ ପାଖକୁ ଯିବା ପୂର୍ବରୁ ଫିଲି‌ପ୍‌ପୀଠାରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟରେ ତୁମ୍ଭେମାନେ ଜାଣିଛ। ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତେବେଳେ ଅନେକ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ୱରଙ୍କ ସାହାଯ୍ୟରୁ ଆମ୍ଭେ ସାହସୀ ହୋଇ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଗ୍ଭର କହିବା ପାଇଁ ସେ ଆମ୍ଭକୁ ସାହାଯ୍ୟ କଲେ।


Swiv nou:

Piblisite


Piblisite