Biblia Todo Logo
Bib sou entènèt

- Piblisite -




ପ୍ରେରିତ 16:18 - ପବିତ୍ର ବାଇବଲ

18 ସେ ଏପରି ବହୁତ ଦିନ ପର୍ଯ୍ୟନ୍ତ କଲା, ପାଉଲ ଏଥିଲେ ବିରକ୍ତ ହୋଇପଡ଼ିଲେ। ସେ ସେହି ଆତ୍ମାକୁ କହିଲେ, “ମୁଁ ଯୀଶୁଙ୍କ ନାମରେ ଆଦେଶ ଦେଉଛି, ଏହି ଝିଅଟି ଦେହରୁ ବାହାରିଯା।” ସେହି ସମୟରେ ସେ ଆତ୍ମାଟି ବାହାରକୁ ଗ୍ଭଲିଆସିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା। କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାʼଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି। ଏଥିରେ ସେ ସେହି ମୁହୂର୍ତ୍ତରେ ବାହାରିଗଲା।

Gade chapit la Kopi

ଓଡିଆ ବାଇବେଲ

18 ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା । କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାହାଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି । ଏଥିରେ ସେ ସେହି ମୁହୁର୍ତ୍ତରେ ବାହାରିଗଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

18 ବାଳିକାଟି ଅନେକ ଦିନ ଧରି ଏପରି କଲା। ଶେଷରେ ପାଉଲ ବିବ୍ରତ ହୋଇ ପଛକୁ ବୁଲିପଡ଼ି ପ୍ରେତାତ୍ମାକୁ ଧମକ ଦେଇ କହିଲେ, “ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଦେଶ ଦେଉଛି, ତା’ଠାରୁ ବାହାରି ଯା”, ସେହି ମୁହୂର୍ତ୍ତରେ ପ୍ରେତାତ୍ମା ତା’ଠାରୁ ବାହାରିଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା। କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାହାଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି। ଏଥିରେ ସେ ସେହି ମୁହୂର୍ତ୍ତରେ ବାହାରିଗଲା।

Gade chapit la Kopi




ପ୍ରେରିତ 16:18
12 Referans Kwoze  

ଯେଉଁମାନେ ମୋତେ ବିଶ୍ୱାସ କରିବେ, ସେମାନେ ତା'ର ପ୍ରମାଣ ସ୍ୱରୂପ ଏହିସବୁ କାମ କରିବାକୁ ସକ୍ଷମ ହେବେ: ସେମାନେ ଲୋକମାନଙ୍କଠାରୁ ମୋ’ ନାମରେ ଭୂତମାନଙ୍କୁ ବାହାର କରି ଦେଇ ପାରିବେ। କେବେ ହେଲେ ଶିଖି ନ ଥିବା ନୂଆ ନୂଆ ଅନେକ ଭଷାରେ କଥାବାର୍ତ୍ତା କରିବେ।


ପିତର ତାହାକୁ କହିଲେ, “ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି, ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼। ଏହା କହିବା ମାତ୍ରେ ସେ ଉଠିଗଲା।”


କିନ୍ତୁ ପିତର କହିଲେ, “ମୋ’ ପାଖରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଛି। ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉଠି ଗ୍ଭଲ।”


ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ଅନେକ ଲୋକଙ୍କୁ ଯୀଶୁ ସୁସ୍ଥ କରିଦେଲେ। ସେ ମଧ୍ୟ ଲୋକଙ୍କ ଦେହରୁ ଅନେକ ଭୂତାତ୍ମା ବାହାରି ଗ୍ଭଲି ଯିବାକୁ ବାଧ୍ୟ କଲେ, କିନ୍ତୁ ସେ କିଏ ବୋଲି ଭୂତମାନେ ଜାଣି ଥିବାରୁ ସେ ସେମାନଙ୍କୁ ପଦେ ହେଲେ କହିବାକୁ ସୁଯୋଗ ଦେଲେ ନାହିଁ।


ପରମେଶ୍ୱର ଆତ୍ମିକ ଶାସକ ଓ ଶକ୍ତିଗୁଡ଼ିକୁ ପରାଜିତ କଲେ। କ୍ରୁଶ ଦ୍ୱାରା ସେ ଏମାନଙ୍କୁ ପରାଜିତ କଲେ ଓ ନିଜେ ବିଜୟୀ ହେଲେ। ପରମେଶ୍ୱର ସଂସାରକୁ ଦେଖାଇ ଦେଲେ ଯେ ସେମାନେ ଶକ୍ତିହୀନ ଅଟନ୍ତି।


ଯୀଶୁ ବାରଜଣ ପ୍ରେରିତଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ। ସେ ପ୍ରେରିତମାନଙ୍କୁ ରୋଗ ଭଲ କରିଦେବା ପାଇଁ ମଧ୍ୟ ଶକ୍ତି ଦେଲେ।


ସେତେବେଳକୁ ହ୍ରଦ ଭିତରେ ଡଙ୍ଗା ଅନେକ ଦୂରକୁ ଗ୍ଭଲିଯାଇଥିଲା। ଢେଉରେ ଧ‌କ୍‌କା ଖାଇ ଡଙ୍ଗାଟି ଟଳମଳ ହେଉଥିଲା। ଖୁବ୍ ଜୋ‌ର୍‌‌ରେ ପ୍ରତିକୂଳ ପବନ ବହୁଥିଲା।


Swiv nou:

Piblisite


Piblisite