Biblia Todo Logo
Bib sou entènèt

- Piblisite -




ପ୍ରେରିତ 16:16 - ପବିତ୍ର ବାଇବଲ

16 ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ଯିବା ସମୟରେ ଗୋଟିଏ ଗ୍ଭକରାଣୀକୁ ଦେଖିଲୁ। ତା’ ଦେହରେ ଏପରି ଆତ୍ମାଟିଏ ଥିଲା, ଯାହାଦ୍ୱାରା ସେ ଭବିଷ୍ୟତ କଥା ସବୁ କହି ପାରୁଥିଲା। ସେ ଏହିପରି ଭବିଷ୍ୟତ କଥା ସବୁ କହି ତା’ ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଦିନେ ଆମ୍ଭେମାନେ ପ୍ରାର୍ଥନାସ୍ଥାନକୁ ଯାଉ ଯାଉ ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାʼର ଭାଗ୍ୟଗଣନା ଦ୍ଵାରା ତାʼର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା।

Gade chapit la Kopi

ଓଡିଆ ବାଇବେଲ

16 ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ମନ୍ଦ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାହାର ଭାଗ୍ୟଗଣନା ଦ୍ୱାରା ତାହାର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥଳକୁ ଯାଉଥିବାବେଳେ ଗୋଟିଏ କ୍ରୀତଦାସୀ ବାଳିକାକୁ ଭେଟିଲୁ। ତା’ ମଧ୍ୟରେ ଥିବା ପ୍ରେତାତ୍ମାର ଶକ୍ତି ଦ୍ୱାରା ସେ ଭବିଷ୍ୟତ କଥା କହିପାରୁଥିଲା। ସେ ଲୋକମାନଙ୍କର ଭାଗ୍ୟ ଗଣନା କରି, ମାଲିକମାନଙ୍କ ପାଇଁ ବହୁତ ଟଙ୍କା ଉପାର୍ଜନ କରୁଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାହାର ଭାଗ୍ୟଗଣନା ଦ୍ୱାରା ତାହାର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା।

Gade chapit la Kopi




ପ୍ରେରିତ 16:16
21 Referans Kwoze  

“ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିଆମାନଙ୍କର ଅନୁସରଣ କର ନାହିଁ। ସେମାନଙ୍କ ନିକଟକୁ ଗଲେ, ସେମାନଙ୍କର ଦ୍ୱାରା ଅପବିତ୍ର ହେବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।


କେତେକ ଲୋକ କୁହନ୍ତି, “ଭବିଷ୍ୟ‌ଦ୍‌ବକ୍ତା ଓ ଗୁଣିଆମାନଙ୍କୁ କ’ଣ କରିବାକୁ ହେବ ପଗ୍ଭର। ଏହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ପକ୍ଷୀ ପରି ଗୁଣୁଗୁଣୁ ହୋଇ ମନ୍ତ୍ର କୁହନ୍ତି, ଫଳରେ ଲୋକମାନେ ଭାବନ୍ତି ସେମାନେ ବହୁ ଗୋପନୀୟ ମୃତ ଓ ଜୀବିତମାନଙ୍କ ବିଷୟରେ ଜାଣନ୍ତି।” ମାତ୍ର ମୁଁ ତୁମ୍ଭକୁ କହୁଛି ଯେ “ଲୋକମାନେ ସେମାନଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା କରିବା ଉଚିତ୍। ସେହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ମୃତ ବ୍ୟକ୍ତିଙ୍କ ବିଷୟରେ ପଗ୍ଭରନ୍ତି। ସେମାନେ କ’ଣ ଜୀବିତମାନଙ୍କ ବିଷୟରେ ମୃତମାନଙ୍କଠାରୁ ଜାଣି ପାରିବେ?”


ମୂର୍ତ୍ତିପୂଜା, ଯାଦୁବିଦ୍ୟା, ଘୃଣା, ଝଗଡ଼ା, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ,


ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ନ ଥିବାରୁ ମୃତ୍ୟୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ୟ ଯାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ।


ତା'ପରେ ଶାଉଲ ନିଜର ଦାସମାନଙ୍କୁ ଆଦେଶ ଦେଲେ, “ମୋ’ ପାଇଁ ଏକ ସ୍ତ୍ରୀଲୋକ ଖୋଜ ଯେ କି ମୃତ ଲୋକମାନଙ୍କର ଆତ୍ମା ସହିତ କଥା ହୋଇ ପାରିବ। ମୁଁ ତାକୁ ପଗ୍ଭରିବି ଯାହାସବୁ ଘଟିବାକୁ ଯାଉଛି।” ତାଙ୍କର ଦାସମାନେ ତାଙ୍କୁ କହିଲେ, “ଐନ ନଗରରେ ଏହିପରି ଏକ ସ୍ତ୍ରୀଲୋକ ଅଛି।”


ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭରେ କେତେ ଲୋକ ସତ୍ୟ ବିଶ୍ୱାସକୁ ଛାଡ଼ି ଦେଇଛନ୍ତି। କିନ୍ତୁ ସେହିପରି କରିବା ଦ୍ୱାରା ସେମାନେ ନିଜ ଉପରକୁ ଅନେକ ଦୁଃଖ ଟାଣି ଆଣିଛନ୍ତି।


ସେମାନେ ମୋଶାଙ୍କୁ ବିରୋଧ କରିଥିଲେ। ସେହିଭଳି ଏହି ଲୋକମାନେ ମଧ୍ୟ ସତ୍ୟର ବିରୋଧ କରନ୍ତି, ସେମାନଙ୍କର ମନ ବିପଥଗାମୀ। ଈଶ୍ୱର ବିଶ୍ୱାସର ଅନୁସରଣ କରିବାରେ ଏମାନେ ବିଫଳ ହୋଇଛନ୍ତି।


ସେ ଏପରି ବହୁତ ଦିନ ପର୍ଯ୍ୟନ୍ତ କଲା, ପାଉଲ ଏଥିଲେ ବିରକ୍ତ ହୋଇପଡ଼ିଲେ। ସେ ସେହି ଆତ୍ମାକୁ କହିଲେ, “ମୁଁ ଯୀଶୁଙ୍କ ନାମରେ ଆଦେଶ ଦେଉଛି, ଏହି ଝିଅଟି ଦେହରୁ ବାହାରିଯା।” ସେହି ସମୟରେ ସେ ଆତ୍ମାଟି ବାହାରକୁ ଗ୍ଭଲିଆସିଲା।


ବିଶ୍ରାମବାର ଦିନ ଆମ୍ଭେ ନଗରଦ୍ୱାର ବାହାରେ ନଦୀ କୂଳ ଆଡ଼େ ଗଲୁ। ଆମ୍ଭେ ଭାବିଥିଲୁ ଯେ, ସେଠାରେ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମ୍ଭେ ସେଠାରେ ବସିଲୁ ଓ ସେଠାରେ ଏକତ୍ରିତ ହୋଇଥିବା ସ୍ତ୍ରୀମାନଙ୍କ ସହିତ କଥା ହେଲୁ।


ଶାମୁୟେଲ ମରି ଯାଇଥିଲେ, ସମସ୍ତ ଇସ୍ରାଏଲୀୟବାସୀ ଶାମୁୟେଲଙ୍କର ମୃତ୍ୟୁ ପ୍ରତି ଦୁଃଖର ସହ ସମବେଦନା ଜଣାଇ ଶୋକ କରି ତାଙ୍କର ନିଜ ସ୍ଥାନ ରାମାଠାରେ କବର ଦେଇଥିଲେ। ଶାଉଲ ଭୂତୁଡ଼ିୟା ଓ ଗୁଣିଆମାନଙ୍କୁ ଦେଶରୁ ବିତାଡ଼ିତ କରି ଦେଇଥିଲେ।


ସେହି ଭଣ୍ଡ ଶିକ୍ଷକମାନେ କେବଳ ତୁମ୍ଭର ଧନ ଗ୍ଭହାନ୍ତି। ସେମାନେ ଖାଲି ମିଛ କଥା କହି ତୁମ୍ଭର ମନ ନେବେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ୟାୟ ବିଗ୍ଭର ବହୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। ପରମେଶ୍ୱର ସେମାନଙ୍କୁ ନଷ୍ଟ କରିଦେବେ। ସେମାନେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।


ସେଠାରେ ଦୀମୀତ୍ରିୟ ନାମକ ଜଣେ ରୂପା ବଣିଆ ଥିଲା। ସେ ଦେବୀ ଆର୍ତ୍ତେମୀର ରୂପା ମନ୍ଦିର ନିର୍ମାଣ କରୁଥିଲା। ସେ ରୂପା କାରୀଗରମାନଙ୍କୁ ବହୁତ କାର୍ଯ୍ୟ ଯୋଗଇ ଦେଉଥିଲା।


“ଯେଉଁ ଲୋକ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ବ୍ୟଭିଗ୍ଭର କରିବାକୁ ଅନୁସରଣ କରେ, ସେହି ପ୍ରାଣୀ ବିରୁଦ୍ଧରେ ଆମ୍ଭେ ଯିବା। ଯେହେତୁ ସେ ଆମ୍ଭ ପ୍ରତି ଅବିଶ୍ୱସ୍ତ, ଆମ୍ଭେ ତାକୁ ତାହାର ଲୋକମାନଙ୍କ ମଧ୍ୟରୁ ପୃଥକ ରଖିବା।


“ଯେଉଁ ପୁରୁଷ ବା ସ୍ତ୍ରୀ ଭୂତୁଡ଼ିଆ ବା ଗୁଣିଆ ହେବ ସେମାନେ ନିଶ୍ଚୟ ହତ ହେବେ। ଲୋକମାନେ ସେମାନଙ୍କୁ ପଥର ଫିଙ୍ଗି ବଧ କରିବେ। ସେମାନେ ନିଶ୍ଚିତ ନିହତ ହେବେ।”


ମନଃଶି ଆପଣା ପୁତ୍ରକୁ ଅଗ୍ନିରେ ଉତ୍ସର୍ଗ କଲେ। ସେ ଶୁଭ ଶୁଭ କହିବାର ବିଦ୍ୟା, ଗଣକତା, ଯାଦୁବିଦ୍ୟା, ଭୂତ ପ୍ରେତ ଓ ଗୁଣୀ ଗାରେଡ଼ି କାର୍ଯ୍ୟରେ ଅଭ୍ୟସ୍ତ ହେଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ, ଯଦ୍ଦ୍ୱାରା ସଦାପ୍ରଭୁ କ୍ରୋଧିତ ହେଲେ।


ସେହି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସେମାନେ ଜାଣି ପାରିଲେ ଯେ, ସେମାନେ ଆଉ ଏ ବାଳିକା ଦ୍ୱାରା ଧନ ଉପାର୍ଜନ କରି ପାରିବେ ନାହିଁ। ତେଣୁ ସେମାନେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସେମାନଙ୍କୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗରେ ସେମାନଙ୍କୁ ଠିଆ କରାଇଲେ।


Swiv nou:

Piblisite


Piblisite