Biblia Todo Logo
Bib sou entènèt

- Piblisite -




ପ୍ରେରିତ 16:12 - ପବିତ୍ର ବାଇବଲ

12 ସେଠାରୁ ଆମ୍ଭେ ମାକିଦନିଆ ଜିଲ୍ଲାର ଗୋଟିଏ ପ୍ରଧାନ ନଗର ଫିଲପ୍ପୀକୁ ଗଲୁ। ଏହା ରୋମୀୟମାନଙ୍କର ନଗର ଥିଲା। ଆମ୍ଭେ ସେହି ନଗରରେ କିଛି ଦିନ ରହିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେଠାରୁ ଫିଲିପ୍‍ପୀକୁ ଗଲୁ, ଏହା ମାକିଦନିଆର ସେହି ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ।

Gade chapit la Kopi

ଓଡିଆ ବାଇବେଲ

12 ସେଠାରୁ ଫିଲିପ୍ପୀକୁ ଗଲୁ, ଏହା ମାକିଦନିଆର ସେହି ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି, ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ସେଠାରୁ ଆମ୍ଭେମାନେ ମାସିଦୋନିଆ ଜିଲ୍ଲାର ପ୍ରଧାନ ନଗରୀ ଫିଲିପ୍ପୀକୁ ଗଲୁ। ଏହି ନଗରୀ ଏକ ରୋମୀୟ ଉପନିବେଶ ଥିଲା। ଆମେ ସେଠାରେ ଅନେକ ଦିନ କଟାଇଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେଠାରୁ ଫିଲିପ୍ପୀକୁ ଗଲୁ, ଏହା ମାକିଦନିଆ ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି, ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ।

Gade chapit la Kopi




ପ୍ରେରିତ 16:12
14 Referans Kwoze  

ତୁମ୍ଭମାନଙ୍କ ପାଖକୁ ଯିବା ପୂର୍ବରୁ ଫିଲି‌ପ୍‌ପୀଠାରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟରେ ତୁମ୍ଭେମାନେ ଜାଣିଛ। ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତେବେଳେ ଅନେକ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ୱରଙ୍କ ସାହାଯ୍ୟରୁ ଆମ୍ଭେ ସାହସୀ ହୋଇ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଗ୍ଭର କହିବା ପାଇଁ ସେ ଆମ୍ଭକୁ ସାହାଯ୍ୟ କଲେ।


ଯୀଶୁ ଖ୍ରୀଷ୍ଟଙ୍କ ସେବକ ପାଉଲ ଓ ତୀମଥି, ଫିଲି‌ପ୍‌ପୀର ଖ୍ରୀଷ୍ଟ ଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ ଏବଂ ବିଶେଷ ସେବକମାନଙ୍କୁ ପତ୍ର।


ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲି‌ପ୍‌ପୀ ନଗରରୁ ଜଳପଥରେ ସେମାନଙ୍କ ପାଖରେ ତ୍ରୋୟାରେ ପହଞ୍ଚିଲୁ। ଆମ୍ଭେ ସେଠାରେ ସାତ ଦିନ ପର୍ଯ୍ୟନ୍ତ ରହିଲୁ।


ଆମ୍ଭେମାନେ ରୋମୀୟ। ଏଣୁ ଏମାନେ ଲୋକମାନଙ୍କୁ ଯେଉଁ କଥା କହୁଛନ୍ତି, ସେହି ପ୍ରଥାଗୁଡ଼ିକ ଆମ୍ଭମାନଙ୍କ ଗ୍ରହଣ ଯୋଗ୍ୟ ନୁହେଁ। ତେଣୁ ଆମ୍ଭେ ଏସବୁ କରି ପାରିବୁ ନାହିଁ।”


ରାତିରେ ପାଉଲ ଏକ ଦର୍ଶନ ପାଇଲେ। ସେଥିରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗରେ ଠିଆ ହୋଇ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, “ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାଯ୍ୟ କର।”


ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ଯିବା ପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସେମାନଙ୍କ ନିକଟରେ ସୁସମାଗ୍ଭର ପହଞ୍ଚାଇବା ପାଇଁ ଆମ୍ଭକୁ ଡାକିଛନ୍ତି।


ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଗ୍ଭର ପ୍ରଗ୍ଭର କରିବାରେ ଦେଲେ। ସେ ଯିହୂଦୀମାନଙ୍କ ଆଗରେ ପ୍ରମାଣିତ କରିଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି।


ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାୟା ବାଟ ଦେଇ ଯିରୁଶାଲମ ଯିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, “ଯିରୁଶାଲମ ଗଲାପରେ ମୁଁ ରୋମକୁ ଯିବା କଥା।”


ସମ୍ପୂର୍ଣ୍ଣ ସହରରେ ଚହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀୟା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନେଇ ସେମାନେ ଖେଳ ପଡ଼ିଆ ଆଡ଼କୁ ଦୌଡ଼ିଲେ।


ଉତ୍ତେଜନା ଶାନ୍ତ ହେବା ପରେ ପାଉଲ ଯୀଶୁଙ୍କର ଶିଷ୍ୟମାନଙ୍କୁ ଡକାଇ ପାଠାଇଲେ ଓ ସେମାନଙ୍କୁ ଉତ୍ସାହିତ କଲେ। ତା'ପରେ ସେମାନଙ୍କଠାରୁ ବିଦାୟ ନେଇ ସେ ମାକିଦନିଆକୁ ଯାତ୍ରା କଲେ।


ସେଠାରେ ସେ ତିନି ମାସ ପର୍ଯ୍ୟନ୍ତ ରହିଲେ। ସେଠାରୁ ସୁରିଆକୁ ଜଳଯାତ୍ରା କରିବା ପାଇଁ ଗ୍ଭହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆକୁ ଫେରି ଯିବା ପାଇଁ ସ୍ଥିର କଲେ।


ସେହି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥେସଲନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ।


ଯିରୁଶାଲମଠାରେ ଥିବା ପରମେଶ୍ୱରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସେମାନେ ସେମାନଙ୍କର ସହାୟ ହୋଇପାରିବେ।


ଲୋକମାନଙ୍କୁ ସୁସମାଗ୍ଭର ଶୁଣାଇଲା ବେଳେ, ତୁମ୍ଭମାନଙ୍କଠାରୁ ପାଇଥିବା ସାହାଯ୍ୟ ପାଇଁ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ବିଶ୍ୱାସ କରିବା ପ୍ରଥମଦିନଠାରୁ ଏବେ ପର୍ଯ୍ୟନ୍ତ ତୁମ୍ଭେ ସାହାଯ୍ୟ କରି ଆସୁଛ।


Swiv nou:

Piblisite


Piblisite