Biblia Todo Logo
Bib sou entènèt

- Piblisite -




ପ୍ରେରିତ 15:5 - ପବିତ୍ର ବାଇବଲ

5 କିନ୍ତୁ ଫାରୂଶୀମାନଙ୍କ ଦଳର କେତେକ ବିଶ୍ୱାସୀ ଲୋକ ଠିଆ ହୋଇ କହିଲେ, “ଅନ୍ୟ ଜାତୀୟମାନଙ୍କୁ ନିଶ୍ଚିତରୂପେ ସୁନ୍ନତ ହେବାକୁ ପଡ଼ିବ ଓ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ପଡ଼ିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କିନ୍ତୁ ଫାରୂଶୀଦଳର କେତେକ ଜଣ ବିଶ୍ଵାସୀ ଉଠି କହିଲେ, ବିଜାତୀୟ ଶିଷ୍ୟମାନଙ୍କୁ ସୁନ୍ନତ୍ କରିବା ଓ ମୋଶାଙ୍କର ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ।

Gade chapit la Kopi

ଓଡିଆ ବାଇବେଲ

5 କିନ୍ତୁ ଫାରୂଶୀଦଳର କେତେକ ଜଣ ଯେଉଁମାନେ ବିଶ୍ୱାସ କରୁଥିଲେ ଉଠି କହିଲେ, ଅଣଯିହୂଦୀ ଶିଷ୍ୟମାନଙ୍କୁ ସୁନ୍ନତ କରିବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 କିନ୍ତୁ ଫାରୂଶୀ ମତାବଲମ୍ବୀ କେତେକ ବିଶ୍ୱାସୀ ଠିଆ ହୋଇ କହିଲେ, “ଅଣଇହୁଦୀମାନେ ସୁନ୍ନତ ହେବାକୁ ବାଧ୍ୟ ଏବଂ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ସେମାନଙ୍କୁ କୁହାଯିବା ଉଚିତ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କିନ୍ତୁ ଫାରୂଶୀ-ଦଳର କେତେକ ଜଣ ଯେଉଁମାନେ ବିଶ୍ୱାସ କରୁଥିଲେ ଉଠି କହିଲେ, ଅଣଯିହୁଦୀ ଶିଷ୍ୟମାନଙ୍କୁ ସୁନ୍ନତ କରିବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ।

Gade chapit la Kopi




ପ୍ରେରିତ 15:5
14 Referans Kwoze  

କେତେକ ଲୋକ ଯିହୂଦାରୁ ଆନ୍ତିୟଖିଆକୁ ଆସିଲେ। ସେମାନେ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, “ତୁମ୍ଭେମାନେ ଯଦି ମୋଶାଙ୍କର ବ୍ୟବସ୍ଥା ଅନୁସାରେ ସୁନ୍ନତ ନ ହୁଅ, ତେବେ ତୁମ୍ଭେମାନେ ପରିତ୍ରାଣ ପାଇ ପାରିବ ନାହିଁ।”


ସେମାନେ ଏହା ଶୁଣି ପରମେଶ୍ୱରଙ୍କର ପ୍ରଶଂସା କଲେ। ସେମାନେ ପାଉଲଙ୍କୁ କହିଲେ, “ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ୱାସୀ ହୋଇ ଅଛନ୍ତି। କିନ୍ତୁ ସେମାନେ ମନେ କରନ୍ତି ଯେ, ବ୍ୟବସ୍ଥା ପାଳନ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ।


ଆମ୍ଭେ ଶୁଣିଲୁ ଯେ ଆମ୍ଭ ଭିତରୁ କେତେକ ଲୋକ ଆମ୍ଭଠାରୁ ଆଦେଶ ନ ପାଇ ତୁମ୍ଭମାନଙ୍କୁ ସେମାନଙ୍କ କଥା ଦ୍ୱାରା ଅସୁବିଧାରେ ପକାଇଛନ୍ତି ଓ ତୁମ୍ଭମାନଙ୍କୁ ବ୍ୟତିବ୍ୟସ୍ତ କରୁଛନ୍ତି।


ଏ ବ୍ୟକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ସେ ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ୟ ନେତା।


ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ?


ମହାଯାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୂକୀ ଦଳ ଈର୍ଷାନ୍ୱିତ ହୋଇ ସେମାନଙ୍କ ବିରୁଦ୍ଧରେ ଠିଆ ହେଲେ।


“କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ ‘ଦଳ’ ବୋଲି କହନ୍ତି, ସେହି ମତାନୁଯାୟୀ ମୁଁ ମୋର ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ଉପାସନା କରେ। କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଯାହାସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହାସବୁ ଲେଖାଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ।


ଆମ୍ଭେ ତୁମ୍ଭଠାରୁ ତୁମ୍ଭ ବିଗ୍ଭରଗୁଡ଼ିକ ବିଷୟରେ ଶୁଣିବାକୁ ଗ୍ଭହୁଁଛ। ଆମ୍ଭେ ଜାଣୁ ଯେ ଏହି ଦଳର ନିନ୍ଦା ସବୁଠାରେ ହେଉଛି।”


ପରମେଶ୍ୱରଙ୍କ ଆହ୍ୱାନ ପାଇବା ପୂର୍ବରୁ ଯଦି କାହାର ସୁନ୍ନତ ହୋଇ ଯାଇଛି, ସେ ତାହା ପରିବର୍ତ୍ତନ କରିବା ଉଚିତ୍ ନୁହେଁ। ଯଦି ଜଣେ ଆହ୍ୱାନ ପାଇବା ବେଳେ ସୁନ୍ନତ ହୋଇ ନାହିଁ, ତା'ର ମଧ୍ୟ ସୁନ୍ନତ ହେବା ଉଚିତ୍ ନୁହେଁ।


ପିତର ଆନ୍ତିୟଖିଆ ନଗରକୁ ଆସିଲେ। ସେ ସେଠାରେ କିଛି ଭୂଲ୍ କାମ କଲେ। ମୁଁ ତାଙ୍କ ବିରୁଦ୍ଧରେ ସିଧାସଳଖ କହିଲି, କାରଣ ସେ ଦୋଷୀ ଥିଲେ। ଘଟଣାଟି ଏହା:


ଏହି ଯିହୂଦୀମାନେ ଯାହା ଯାହା କଲେ, ମୁଁ ଦେଖିଲି। ସେମାନେ ସୁସମାଗ୍ଭର ସତ୍ୟର ପାଳନ କରୁ ନ ଥିଲେ। ତେଣୁ ସମସ୍ତ ଅନ୍ୟ ଯିହୂଦୀମାନେ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି: “ପିତର! ତୁମ୍ଭେ ଜଣେ ଯିହୂଦୀ! କିନ୍ତୁ ତୁମ୍ଭେ ଜଣେ ଯିହୂଦୀଙ୍କ ଭଳି ଜୀବନଯାପନ କରୁ ନାହଁ। ତୁମ୍ଭେ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଭେ ଅଣଯିହୂଦୀମାନଙ୍କୁ, ଯିହୂଦୀଲୋକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ୟ କରୁଛ?”


Swiv nou:

Piblisite


Piblisite