Biblia Todo Logo
Bib sou entènèt

- Piblisite -




ପ୍ରେରିତ 15:22 - ପବିତ୍ର ବାଇବଲ

22 ଏହା ପରେ ପ୍ରେରିତ, ପ୍ରାଚୀନ ଓ ସମଗ୍ର ମଣ୍ଡଳୀ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ବାଛିଲେ। ସେମାନ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କ ସହିତ ସେମାନଙ୍କୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସେମାନେ ଯିହୂଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣ‌ବ୍‌‌ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧ୍ୟରେ ନେତା ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମଣ୍ତଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ, ଅର୍ଥାତ୍, ଭ୍ରାତୃବୃନ୍ଦଙ୍କ ମଧ୍ୟରେ ଅଗ୍ରଗଣ୍ୟ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ବିହିତ ବୁଝିଲେ,

Gade chapit la Kopi

ଓଡିଆ ବାଇବେଲ

22 ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମଣ୍ଡଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ, ଅର୍ଥାତ୍ ଭ୍ରାତୃବୃନ୍ଦଙ୍କ ମଧ୍ୟରେ ଅଗ୍ରଗଣ୍ୟ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ନିଷ୍ପତ୍ତି ନେଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ପରେ ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ, ତଥା ମଣ୍ଡଳୀର ସମସ୍ତେ, ଦଳର କେତେକ ଲୋକଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବାଙ୍କ ସହିତ ସେମାନଙ୍କୁ ଆଣ୍ଟିୟୋଖକୁ ପଠାଇବା ପାଇଁ ସ୍ଥିର କଲେ। ବର୍ଶବା ନାମରେ ପରିଚିତ ଯିହୁଦା ଓ ଶୀଲା ବିଶ୍ୱାସୀମାନଙ୍କ ମଧ୍ୟରେ ବିଶେଷ ସମ୍ମାନିତ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମଣ୍ଡଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ, ଅର୍ଥାତ୍‍ ଭ୍ରାତୃବୃନ୍ଦଙ୍କ ମଧ୍ୟରେ ଅଗ୍ରଗଣ୍ୟ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ନିଷ୍ପତ୍ତି ନେଲେ,

Gade chapit la Kopi




ପ୍ରେରିତ 15:22
29 Referans Kwoze  

ସେଥିପାଇଁ ଆମ୍ଭେ ଯିହୂଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଲୁ। ସେମାନେ ତୁମ୍ଭମାନଙ୍କୁ ମୌଖିକ ଭାବେ ମଧ୍ୟ ଏହିସବୁ କଥା କହିବେ।


ପାଉଲ ଶୀଲାଙ୍କୁ ତାହାଙ୍କ ସହିତ ନେବା ପାଇଁ ବାଛିଲେ। ଆନ୍ତିୟଖିଆରେ ଭାଇମାନେ ପାଉଲଙ୍କୁ ପ୍ରଭୁଙ୍କ ଅନୁଗ୍ରହ ଓ ତତ୍ତ୍ୱାବଧାନରେ ସମର୍ପଣ କରି ବିଦାୟ ଦେଲେ।


ସିଲାନ୍ ସାହାଯ୍ୟରେ ମୁଁ ଏହି ଛୋଟ ପତ୍ରଟି ଲେଖିଲି। ସେ ଖ୍ରୀଷ୍ଟରେ ଜଣେ ବିଶ୍ୱସ୍ତ ଭ୍ରାତା ବୋଲି ମୁଁ ଜାଣେ। ଏହା ତୁମ୍ଭକୁ ସାନ୍ତ୍ୱନା ଦେବା ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଗ୍ଭହିଁଥିଲି ଯେ ଏହା ହେଉଛି ପରମେଶ୍ୱରଙ୍କ ଅନୁଗ୍ରହ। ସେହି ଅନୁଗ୍ରହରେ ଦୃଢ଼ ହୋଇ ରୁହ।


ପାଉଲ, ଶୀଲା ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ଏହି ପତ୍ର। ତୁମ୍ଭେମାନେ ସମସ୍ତେ ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଛ।


ପାଉଲ, ସିଲ୍ୱାନ୍ ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।


ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଗ୍ଭର ପ୍ରଗ୍ଭର କରିବାରେ ଦେଲେ। ସେ ଯିହୂଦୀମାନଙ୍କ ଆଗରେ ପ୍ରମାଣିତ କରିଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି।


ଯିହୂଦା ଓ ଶୀଲା ଦୁହେଁ ମଧ୍ୟ ଭାବବାଦୀ ଥିଲେ। ସେମାନେ ଭାଇମାନଙ୍କୁ ଉତ୍ସାହ ଦେଇ ଅନେକ କଥା କହିଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ।


ଏଥିପାଇଁ ପ୍ରେରିତମାନେ ଦୁଇଜଣ ଲୋକଙ୍କ ନାମ ପ୍ରସ୍ତାବ କଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଯୋଷେଫ, ଯାହାଙ୍କୁ ବର୍ଶ‌ବ୍‌ବା ବୋଲି କୁହାଯାଉଥିଲା, ଏହାଙ୍କୁ ଯୂସ୍ତ ମଧ୍ୟ କୁହାଯାଉଥିଲା ଏବଂ ଅନ୍ୟ ଜଣେ ମଥିୟ।


ସେଥିପାଇଁ ଭାଇମାନେ ପାଉଲଙ୍କୁ ସମୁଦ୍ର କୂଳକୁ ପଠାଇଦେଲେ, କିନ୍ତୁ ଶୀଲା ଓ ତୀମଥି ସେଠାରେ ରହିଲେ।


ପାଉଲ ଓ ଶୀଲାଙ୍କୁ ଭାଇମାନେ ସେହି ରାତିରେ ସାଙ୍ଗେ ସାଙ୍ଗେ ବେରୟା ନଗରକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ।


ସେମାନଙ୍କ ମଧ୍ୟରୁ କେତେକ ଲୋକ ପରିବର୍ତ୍ତିତ ହେଲେ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ୟ ପରମେଶ୍ୱରଙ୍କୁ ପୂଜା କରୁଥିବା ଅନେକ ଗ୍ରୀକ୍ ଲୋକ ଓ ଅନେକ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ୟ ସେମାନଙ୍କ ସହିତ ଯୋଗଦେଲେ।


ସେ ସଙ୍ଗେ ସଙ୍ଗେ ଗୋଟିଏ ଦ୍ୱୀପ ଆଣିବା ପାଇଁ ଆଦେଶ ଦେଇ ଦୌଡ଼ି ଆସି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ।


ପାଉଲ ଓ ଶୀଲା ମଧ୍ୟରାତ୍ରି ବେଳେ ପରମେଶ୍ୱରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ। ଅନ୍ୟ ବନ୍ଦୀମାନେ ତାହା ସବୁ ଶୁଣୁଥିଲେ।


ସେହି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସେମାନେ ଜାଣି ପାରିଲେ ଯେ, ସେମାନେ ଆଉ ଏ ବାଳିକା ଦ୍ୱାରା ଧନ ଉପାର୍ଜନ କରି ପାରିବେ ନାହିଁ। ତେଣୁ ସେମାନେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସେମାନଙ୍କୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗରେ ସେମାନଙ୍କୁ ଠିଆ କରାଇଲେ।


ସେଥିପାଇଁ ଆମ୍ଭେ ଏକମତ ଓ ସ୍ଥିର ହୋଇ କେତେକ ଲୋକଙ୍କୁ ବାଛିଛୁ। ଆମ୍ଭେ ସେମାନଙ୍କୁ ଆମ୍ଭର ପ୍ରିୟ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କ ସହିତ ପଠାଇବୁ।


ସେମାନେ ତାହାଙ୍କ ହାତରେ ଏହି ଚିଠିଟି ଦେଲେ: ଆନ୍ତିୟଖିଆ, ସୁରିଆ, କିଲିକିଆସ୍ଥ ଅନ୍ୟଜାତୀୟ ବିଶ୍ୱାସୀ ଭାଇମାନଙ୍କୁ ପ୍ରେରିତ, ପ୍ରାଚୀନ ଓ ଅନ୍ୟ ଭାଇମାନଙ୍କର ନମସ୍କାର।


ଆନ୍ତିୟଖିଆର ଏହି ନୂଆ ବିଶ୍ୱାସୀମାନଙ୍କ ବିଷୟରେ ଯିରୁଶାଲମର ବିଶ୍ୱାସୀ ମଣ୍ଡଳୀ ଶୁଣିବାକୁ ପାଇଲେ। ତେଣୁ ସେମାନେ ବର୍ଣ୍ଣ‌ବ୍‌‌ବାଙ୍କୁ ଆନ୍ତିୟଖିଆକୁ ପଠାଇଦେଲେ।


ପ୍ରେରିତମାନେ ଯିରୁଶାଲମରେ ଶୁଣିଲେ ଯେ, ଶମିରୋଣର ଲୋକ ପରମେଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି। ତେଣୁ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ପାଖକୁ ପଠାଇଲେ।


ଆହୁରି ମଧ୍ୟ ଯିହୁଦାରେ ପରମେଶ୍ୱରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରିତ କଲା, ଯେପରି ସେମାନେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ୟ ହୋଇପାରନ୍ତି। ଏହି ପ୍ରକାରେ, ସେମାନେ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ।


ଏହି ଚୁକ୍ତି ରାଜା ହିଜକିୟ ଓ ସମଗ୍ର ଜନତାଙ୍କୁ ସନ୍ତୁଷ୍ଟ କଲା।


ସମସ୍ତ ଲୋକ ଏ କଥା ବୁଝିଲେ, ରାଜା ଯାହା କରୁଛନ୍ତି ସମସ୍ତଙ୍କ ଦୃଷ୍ଟିରେ ତାହା ଭଲ ଥିଲା ବୋଲି ସମସ୍ତେ ତାହା ହୃଦୟଙ୍ଗମ କଲେ।


ସ୍ତିଫାନ ମୃତ ହେବାପରେ ଯେଉଁ ତାଡ଼ନା ଘଟିଲା, ସେଥିପାଇଁ ବିଶ୍ୱାସୀମାନେ ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇଗଲେ। ସେମାନଙ୍କ ମଧ୍ୟରୁ କେତେଜଣ ଫୈନୀକିଆ, କୁପ୍ର ଓ ଆନ୍ତିୟଖିଆକୁ ଗଲେ। ସେଠାରେ ସେମାନେ ଯିହୂଦୀମାନଙ୍କ ବ୍ୟତୀତ ଅନ୍ୟ କାହାରି ନିକଟରେ ସୁସମାଗ୍ଭର ପ୍ରଗ୍ଭର କଲେ ନାହିଁ।


ଏହି ବିଶ୍ୱାସୀମାନଙ୍କ ମଧ୍ୟରେ କେତେଜଣ କୁପ୍ର ଓ କୁରୀଣୀର ଲୋକ ଥିଲେ। ସେମାନେ ଆନ୍ତିୟଖିଆକୁ ଆସି ଗ୍ରୀ‌କ୍‌‌ମାନଙ୍କୁ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ଦେଲେ।


ସେତେବେଳେ କେତେକ ଭାବବାଦୀ ଯିରୁଶାଲମରୁ ଆନ୍ତିୟଖିଆକୁ ଆସିଲେ।


ଖ୍ରୀଷ୍ଟିୟ ମଣ୍ଡଳୀ ଦ୍ୱାରା ସେମାନଙ୍କୁ ପଠାଗଲା। ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଗଲେ। ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ୱରଙ୍କ ପ୍ରତି ମନ ଫେରାଇଛନ୍ତି, ଏହା ସେମାନେ ସେଠାରେ କହିଲେ। ଏହା ଶୁଣି ଭାଇମାନେ ବହୁତ ଖୁସୀ ହେଲେ।


ତା'ପରେ ବର୍ଣ୍ଣ‌ବ୍‌‌ବା, ପାଉଲ, ଯିହୂଦା ଓ ଶୀଲା ଯିରୁଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ। ସେଠାରେ ସେମାନେ ଏକାଠି ହୋଇଥିବା ବିଶ୍ୱାସୀମାନଙ୍କୁ ପତ୍ର ଦେଲେ।


ମୁଁ ଏବଂ ସିଲ୍ୱାନ୍ ଓ ତୀମଥିଙ୍କ ଦ୍ୱାରା ପ୍ରଗ୍ଭରିତ ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଉଭୟ “ହଁ’ ଓ “ନା’ ଏକ ସମୟରେ କହନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟଙ୍କଠାରେ ସର୍ବଦା “ହଁ” କଥା “ହଁ” ହୁଏ।


Swiv nou:

Piblisite


Piblisite