Biblia Todo Logo
Bib sou entènèt

- Piblisite -




ପ୍ରେରିତ 15:11 - ପବିତ୍ର ବାଇବଲ

11 ଆମ୍ଭର ବିଶ୍ୱାସ ଯେ ଆମ୍ଭେ ଓ ଏ ଲୋକମାନେ ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ରକ୍ଷା ପାଇଛୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 କିନ୍ତୁ ସେମାନେ ଯେପ୍ରକାର, ଆମ୍ଭେମାନେ ମଧ୍ୟ ସେପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରାଣ ପାଇବୁ ବୋଲି ବିଶ୍ଵାସ କରୁଅଛୁ।

Gade chapit la Kopi

ଓଡିଆ ବାଇବେଲ

11 କିନ୍ତୁ ସେମାନେ ଯେପ୍ରକାର, ଆମ୍ଭେମାନେ ମଧ୍ୟ ସେପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରାଣ ପାଇବୁ ବୋଲି ବିଶ୍ୱାସ କରୁଅଛୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ନା, ଏହା ଠିକ୍ ନୁହେଁ। ସେମାନେ ଯେଉଁ ବିଶ୍ୱାସ କରି ପରିତ୍ରାଣ ପାଇଛନ୍ତି, ଆମେ ମଧ୍ୟ ଠିକ୍ ସେହିପରି ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଅଛୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କିନ୍ତୁ ସେମାନେ ଯେପ୍ରକାର, ଆମ୍ଭେମାନେ ମଧ୍ୟ ସେପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରାଣ ପାଇବୁ ବୋଲି ବିଶ୍ୱାସ କରୁଅଛୁ।

Gade chapit la Kopi




ପ୍ରେରିତ 15:11
14 Referans Kwoze  

ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଲୋକେ ତାହାଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। ଏହା ବିନା ମୂଲ୍ୟର ଅନୁଗ୍ରହଦାନ ଅଟେ। ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପାପରୁ ମୁକ୍ତ ହୋଇ ଲୋକେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି।


ପରମେଶ୍ୱରଙ୍କ ଅନୁଗ୍ରହ ମିଳିଥୁବାରୁ ଆମ୍ଭେ ସେହିଭଳି ଜୀବନଯାପନ କରିବା କଥା। ସେହି ଅନୁଗ୍ରହ ପ୍ରତ୍ୟେକ ଲୋକଙ୍କୁ ଉଦ୍ଧାର କରିପାରେ।


ଆମ୍ଭେ ଜାଣୁ ଯେ ନିୟମ ପାଳନ ଦ୍ୱାରା କେହି ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଆମ୍ଭେ ନିୟମ ପାଳନ ପାଇଁ ନୁହେଁ ବରଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖିଥିବାରୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। କେବଳ ବ୍ୟବସ୍ଥା ପାଳନ ଦ୍ୱାରା କୌଣସି ଲୋକ ଧାର୍ମିକ ହୋଇପାରେ ନାହିଁ।


ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭେମାନେ ଜାଣ ଯେ, ଖ୍ରୀଷ୍ଟ ଈଶ୍ୱରଙ୍କଠାରେ ଧନୀ ହୋଇଥିଲେ ମଧ୍ୟ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହେବା ଦ୍ୱାରା ତୁମ୍ଭେମାନେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଏପରି କଲେ।


ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ।


ପାପର ସ୍ୱାଭାବିକ ପରିଣତି ମୃତ୍ୟୁ। କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।


କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆଦମର ପାପ ପରି ନୁହେଁ। ଜଣେ ଲୋକର ପାପ କାରଣରୁ ଅନେକ ଲୋକ ମୃତ୍ୟୁ ବରଣ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ଲୋକେ ଯେଉଁ ଅନୁଗ୍ରହ ପାଇଲେ, ତାହା ବହୁତ ଅଧିକ ଥିଲା। ଅନେକ ଲୋକ ଜଣେ ଲୋକର ଅନୁଗ୍ରହ ହେତୁ ଜୀବନରୂପେ ଅନୁଗ୍ରହଦାନ ପାଇଲେ।


ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ୱର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଡାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ଯ୍ୟ ହେଲି ଯେ, ତୁମ୍ଭେମାନେ ସେହି ପରମେଶ୍ୱରଙ୍କଠାରୁ ଦୂରେଇ ଯାଇ, କୌଣସି ଅନ୍ୟ ସୁସମାଗ୍ଭରକୁ ବିଶ୍ୱାସ କରୁଛ।


ସେମାନେ ମେଷଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ: “ତୁମ୍ଭେ ଚର୍ମପତ୍ର ଗ୍ରହଣ କରିବାକୁ ଏବଂ ମୁଦ୍ରା ଖୋଲିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ; ଏବଂ ତୁମ୍ଭର ରକ୍ତରେ ପ୍ରତ୍ୟେକ ଗୋଷ୍ଠୀ, ଭାଷା, ବଂଶ ଓ ଜାତି ମଧ୍ୟରୁ ପରମେଶ୍ୱରଙ୍କ ପାଇଁ ଲୋକମାନଙ୍କୁ କିଣିଥିଲ


Swiv nou:

Piblisite


Piblisite