Biblia Todo Logo
Bib sou entènèt

- Piblisite -




ପ୍ରେରିତ 13:22 - ପବିତ୍ର ବାଇବଲ

22 ଶାଉଳଙ୍କୁ ବାହାର କରି ଦେଲାପରେ ପରମେଶ୍ୱର ଦାଉଦଙ୍କୁ ସେମାନଙ୍କ ରାଜା ଭାବରେ ମନୋନୀତ କଲେ। ପରମେଶ୍ୱର ଦାଉଦଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ‘ମୁଁ ମୋର ମତ ଅନୁସାରେ ଯିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମୋ’ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ପରେ ସେ ତାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୟର ପୁତ୍ର ଦାଉଦକୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବ।

Gade chapit la Kopi

ଓଡିଆ ବାଇବେଲ

22 ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦକୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ତା’ପରେ ଈଶ୍ୱର ତାଙ୍କୁ ପଦଚ୍ୟୁତ କରି ଦାଉଦଙ୍କୁ ସେମାନଙ୍କ ରାଜା କଲେ। ଈଶ୍ୱର ତାଙ୍କ ବିଷୟରେ କହିଥିଲେ, ‘ମୁଁ ଯେଉଁ ପ୍ରକାର ଲୋକମାନଙ୍କୁ ଭଲ ପାଏ, ଯେଶୀର ପୁତ୍ର ଦାଉଦ ସେହିପରି ଜଣେ; ସେ ମୋର ଇଚ୍ଛାନୁଯାୟୀ ସମସ୍ତ କାର୍ଯ୍ୟ କରିବ।’

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦଙ୍କୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ।

Gade chapit la Kopi




ପ୍ରେରିତ 13:22
32 Referans Kwoze  

ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ଯ୍ୟ କରୁଥିଲେ। କେବଳ ହିତ୍ତୀୟ ଉରିୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ନିଜ ଜୀବନ କାଳରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ।


ଶାମୁୟେଲ ତୈଳ ଶିଙ୍ଗ ନେଇ ତାଙ୍କ ଭାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ। ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହା ପରେ ଶାମୁୟେଲ ଉଠି ରାମାକୁ ଗ୍ଭଲିଗଲେ।


ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେକାଳ ଶାଉଲଙ୍କ ପାଇଁ ଶୋକ କରିବ? ମୁଁ ତାଙ୍କୁ ଇସ୍ରାଏଲର ରାଜା ରୂପେ ପ୍ରତ୍ୟାଖ୍ୟାନ କରିଅଛି। ତୁମ୍ଭେ ଆପଣା ଶିଙ୍ଗ ତୈଳରେ ପୂର୍ଣ୍ଣ କରିଗ୍ଭଲ, ମୁଁ ତୁମ୍ଭକୁ ବୈ‌ଥ୍‌ଲେହମର ଯିଶୀ ନାମକ ବ୍ୟକ୍ତି ନିକଟକୁ ପଠାଇବି। କାରଣ ତାହାର ପୁତ୍ରମାନଙ୍କ ମଧ୍ୟରୁ ମୁଁ ଆପଣା ପାଇଁ ଏକ ରାଜା ଦେଖିଅଛୁ।”


ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ଇସ୍ରାଏଲର ରାଜତ୍ୱ ତୁମ୍ଭଠାରୁ ନେଇଗଲେ ଓ ତୁମ୍ଭଠାରୁ ଜଣେ ଉତ୍ତମ ବ୍ୟକ୍ତିକୁ ଦେଲେ, ଯିଏ କି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ।


କିନ୍ତୁ ଶାମୁୟେଲ ଶାଉଲଙ୍କୁ କହିଲେ, “ମୁଁ ତୁମ୍ଭ ସଙ୍ଗେ ଫେରି ଯିବି ନାହିଁ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ପାଇଁ ମନା କରିଅଛନ୍ତି।”


ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ।


ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମରେ ଲିପ୍ତ ଥିଲେ ସେ ମଧ୍ୟ ସେହିସବୁ ପାପକର୍ମ କରି ଗ୍ଭଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କ ପ୍ରତି ସର୍ବାନ୍ତଃକରଣରେ ବିଶ୍ୱସ୍ତ ନ ଥିଲେ।


“ତେଣୁ ଏବେ ତୁମ୍ଭେ ମୋ’ ଦାସ ଦାଉଦକୁ ଏପରି କୁହ, ‘ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହନ୍ତି, ମୁଁ ତୁମ୍ଭକୁ ଆଣିଲି। ଯେତେବେଳେ ତୁମ୍ଭେ ଗ୍ଭରଣଭୂମିରେ ମେଷପଲଗୁଡ଼ିକ ପଛରେ ଅନୁସରଣ କରୁଥିଲ। ମୁଁ ତୁମ୍ଭକୁ ମୋର ଇସ୍ରାଏଲୀୟ ଲୋକମାନଙ୍କ ଉପରେ ନେତା କରିବା ପାଇଁ ନେଇ ଆସିଲି।


ଯିହୁଦାର ଲୋକମାନେ ହିବ୍ରୋଣକୁ ଆସି ଦାଉଦଙ୍କୁ ଯିହୁଦାର ରାଜା ଭାବରେ ଅଭିଷିକ୍ତ କଲେ। ତା'ପରେ ସେମାନେ ଦାଉଦଙ୍କୁ କହିଲେ, “ଯାବେଶ୍ ଗିଲିୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ।”


ବିଦ୍ରୋହିତା ମନ୍ତ୍ରପାଠ ପାପତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନଙ୍କର ପୂଜାତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ। ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହେବା ପାଇଁ ତୁଚ୍ଛ କରିଅଛନ୍ତି।”


ପରମେଶ୍ୱର ସମସ୍ତଙ୍କ ଅନ୍ତରର ଭାବନା ଜାଣନ୍ତି। ସେ ସେହି ଅନ୍ୟ ଜାତୀୟମାନଙ୍କୁ ଗ୍ରହଣ କଲେ। ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମାଙ୍କୁ ଦାନ କରିଥିଲେ, ସେହିପରି ସେମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦାନ କରିଅଛନ୍ତି।


ତା'ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା'ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ।


ତାହାହେଲେ ଆମ୍ଭେ ଯାକୁବର ବଂଶଧର ଏବଂ ଆମ୍ଭର ସେବକ ଦାଉଦର ବଂଶଧରଗଣଙ୍କୁ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବର ବଂଶଧରଗଣ ଉପରେ ଶାସକରୂପେ ମନୋନୀତ କରିବାକୁ ପ୍ରତ୍ୟାଖାନ କରିବା କି? ଏହା ହେବ ନାହିଁ, କାରଣ ଆମ୍ଭେ ସେମାନଙ୍କର ପୂର୍ବ ଅବସ୍ଥା ସ୍ଥାପନ କରିବା ଓ ସେମାନଙ୍କ ଉପରେ କୃପା କରିବା।”


ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ନ ଥିବାରୁ ମୃତ୍ୟୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ୟ ଯାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ।


ମୁଁ କେବେ ତା’ ପ୍ରତି ମୋର କରୁଣା ଓ ପ୍ରେମ ବନ୍ଦ କରିବି ନାହିଁ। ମୁଁ ଶାଉଲଠାରୁ ମୋର ପ୍ରେମ ଓ କରୁଣା ଦୂର କଲି, କିନ୍ତୁ ମୁଁ ତୁମ୍ଭକୁ ସେପରି କରିବି ନାହିଁ।


ତେଣୁ ଶାଉଲ, ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ସମସ୍ତେ ସେଦିନ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ମଲେ।


ସଦାପ୍ରଭୁ କହିଲେ, “ଶାଉଲ ମୋତେ ଅନୁସରଣ କରୁ ନାହିଁ। ତେଣୁ ଶାଉଲଙ୍କୁ ରାଜା କରିଥିବାରୁ ମୁଁ ଦୁଃଖିତ ଅଟେ। ସେ ମୋର ଆଦେଶକୁ ଅବଜ୍ଞା କଲା।” ଏଥିରେ ଶାମୁୟେଲ କ୍ରୋଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।


କିନ୍ତୁ ଯଦି ତୁମ୍ଭେମାନେ କ୍ରମାଗତ କୁକର୍ମ କରିବାରେ ଆଗ୍ରହ ପ୍ରକାଶ କର, ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ରାଜା ଧ୍ୱଂସ ହେବ।”


ପୁଣି ସେମାନଙ୍କ ଉପରେ ମୋର ମେଷପାଳକ ଦାଉଦଙ୍କୁ ନିଯୁକ୍ତ କରିବି। ସେ ସେମାନଙ୍କୁ ଚରାଇବ ଓ ସେମାନଙ୍କର ପାଳକ ହେବ।


ମାତ୍ର ସେତେବେଳେ ଆମ୍ଭର ସେବକ ଦାଉଦ ସହିତ ନିୟମ ଭଙ୍ଗ କରାଯିବ। ତା'ର ବଂଶଧର ମଧ୍ୟରୁ ଜଣେ ସର୍ବଦା ଯିରୁଶାଲମରେ ଶାସନ କରିବ ଏବଂ ଏହି ଲେବୀୟ ଚିରଦିନ ମୋର ଯାଜକ ରୂପେ ସେବା କରିବ।


ଶାମୁୟେଲ କହିଲେ, “ସଦାପ୍ରଭୁ ତୁମ୍ଭକୁ ପରିତ୍ୟାଗ କରିଛନ୍ତି। ବର୍ତ୍ତମାନ ସେ ତୁମ୍ଭର ପଡ଼ୋଶୀ ଦାଉଦଙ୍କ ପକ୍ଷରେ ଅଛନ୍ତି। ତେଣୁ ତୁମ୍ଭେ ମୋତେ କାହିଁକି ବ୍ୟସ୍ତ କରୁଅଛ?


ଦାଉଦ ତାହାଙ୍କ ଯୁଗରେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସେବାକାର୍ଯ୍ୟ କରି ସାରିଲାପରେ ଦେହତ୍ୟାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।


ବୋୟାଜ ଓବେଦଙ୍କର ପିତା ଥିଲେ। ଓବେଦ ଯିଶୀଙ୍କର ପିତା ଥିଲେ।


Swiv nou:

Piblisite


Piblisite