Biblia Todo Logo
Bib sou entènèt

- Piblisite -




ପ୍ରେରିତ 13:21 - ପବିତ୍ର ବାଇବଲ

21 ଏହା ପରେ ସେମାନେ ଜଣେ ରାଜା ଗ୍ଭହିଁଲେ। ପରମେଶ୍ୱର ସେମାନଙ୍କୁ ବିନ୍ୟାମିନ ଗୋଷ୍ଠୀ କୀଶର ପୁତ୍ର ଶାଉଲଙ୍କୁ ରାଜାରୂପେ ଦେଲେ। ସେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ଵର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ।

Gade chapit la Kopi

ଓଡିଆ ବାଇବେଲ

21 ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ୱର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

21 ଯେତେବେଳେ ସେମାନେ ଜଣେ ରାଜା ଚାହିଁଲେ, ଈଶ୍ୱର ସେମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବା ପାଇଁ ବେଞ୍ଜାମିନ୍ ବଂଶଜାତ କୀଶର ପୁତ୍ର ଶାଉଲଙ୍କୁ ନିଯୁକ୍ତି କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ବର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ୍ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ।

Gade chapit la Kopi




ପ୍ରେରିତ 13:21
8 Referans Kwoze  

ଶାମୁୟେଲ ଏକ ସ୍ୱତନ୍ତ୍ର ତୈଳପାତ୍ର ନେଇ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହେବା ପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସେମାନଙ୍କର ଚତୁର୍ଦ୍ଦିଗର ଶତ୍ରୁମାନଙ୍କଠାରୁ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହେବା ପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ୟତା ପ୍ରତିପାଦନ କରିବ।


ଥରେ ଶାମୁୟେଲ ଶାଉଲଙ୍କୁ କହିଲେ, “ସଦାପ୍ରଭୁ ମୋତେ ରାଜପଦରେ ତୁମ୍ଭକୁ ଅଭିଷେକ କରିବା ପାଇଁ ପଠାଇଥିଲେ। ବର୍ତ୍ତମାନ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ।


ତା'ପରେ ସମସ୍ତେ ଗି‌ଲ୍‌ଗଲ୍ ଗଲେ, ସେଠାରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜାରୂପେ ଅଭିଷକ୍ତ କଲେ। ସେମାନେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇସ୍ରାଏଲୀୟମାନେ ମହା ଆନନ୍ଦରେ ଏହା ପାଳନ କଲେ।


ଇସ୍ରାଏଲର ପ୍ରାଚୀନଗଣ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ ବୃଦ୍ଧ ହୋଇଯାଇଛ ଏବଂ ତୁମ୍ଭର ପୁଅମାନେ ତୁମ୍ଭପରି ଜୀବନଯାପନ କରୁ ନାହାନ୍ତି। ତେଣୁ ଆମ୍ଭମାନଙ୍କୁ ଗୋଟିଏ ଶାସକ ଦିଅ। ଆମ୍ଭମାନଙ୍କୁ ଶାସନ କଲାଭଳି ଯାହା ଅନ୍ୟ ଜାତିମାନଙ୍କର ଅଛି।”


ସେହି ସମୟରେ ବିନ୍ୟାମୀନବଂଶୀୟ କୀଶ୍ ନାମକ ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ। ସେ ଅବୀୟଲର ପୁତ୍ର ଥିଲେ, ଯିଏ କି ସରୋରର ପୁତ୍ର ଥିଲା, ଯିଏ କି ବଖୋରତର ପୁତ୍ର ଥିଲା, ଯିଏ କି ବିନ୍ୟାମୀନୀୟ ଅଫୀହର ପୁତ୍ର ଥିଲା।


ଶାଉଲ ଆସିବାର ଦିନକପୂର୍ବରୁ ସଦାପ୍ରଭୁ ଶାମୁୟେଲଙ୍କୁ ଏହି କଥା କହିଥିଲେ,


Swiv nou:

Piblisite


Piblisite