Biblia Todo Logo
Bib sou entènèt

- Piblisite -




ପ୍ରେରିତ 12:6 - ପବିତ୍ର ବାଇବଲ

6 ହେରୋଦ ଯେଉଁଦିନ ପିତରଙ୍କୁ ବିଗ୍ଭର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା'ପୂର୍ବ ରାତ୍ରିରେ ପିତର ଦୁଇଟି ଶିକୁଳିରେ ବନ୍ଧା ହୋଇ ଦୁଇଜଣ ସୈନିକଙ୍କ ମଝିରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖରେ ରହି କାରାଗାରକୁ ଜଗି ରହିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଜଞ୍ଜିରରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ଵାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ।

Gade chapit la Kopi

ଓଡିଆ ବାଇବେଲ

6 ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଶିକୁଳିରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ଯେଉଁ ଦିନ ହେରୋଦ ପିତରଙ୍କୁ ଲୋକମାନଙ୍କ ସମ୍ମୁଖକୁ ଆଣିବା ପାଇଁ ସଂକଳ୍ପ କରିଥିଲେ, ତା’ର ପୂର୍ବ ରାତ୍ରିରେ ପିତର ଦୁଇ ଜଣ ପ୍ରହରୀଙ୍କ ମଝିରେ ଶୋଇଥିଲେ। ଦୁଇଟି ଜଞ୍ଜିରରେ ତାଙ୍କୁ ବନ୍ଧା ହୋଇଥିଲା ଓ କାରାଗାରର ଦ୍ୱାର ପାଖରେ ପ୍ରହରୀମାନେ ଜଗି ରହିଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଜଞ୍ଜିରରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ।

Gade chapit la Kopi




ପ୍ରେରିତ 12:6
17 Referans Kwoze  

ତା'ପରେ ସେନାପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳିରେ ବାନ୍ଧି ଦେବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା'ପରେ ପାଉଲ କିଏ ଓ ସେ କ’ଣ କରିଛନ୍ତି ବୋଲି ସେନାପତି ପଗ୍ଭରିଲେ।


ଅତଏବ ଆମ୍ଭେ ନିସନ୍ଦେହ ଭାବରେ କହିପାରିବା: “ପ୍ରଭୁ ହେଉଛନ୍ତି ମୋର ସାହାଯ୍ୟକାରୀ, ମୁଁ ଭୟ କରିବି ନାହିଁ, ମନୁଷ୍ୟ ମୋର କିଛି କରି ପାରିବ ନାହିଁ।”


ମୁଁ ଜେ‌‌‌‌‌‌‌‌ଲ୍‌‌‌‌‌‌‌ରେ ରହିବା ଦ୍ୱାରା ସେ ଲଜ୍ଜିତ ହୋଇ ନାହାନ୍ତି।


ମୋର କାମ ହେଉଛି, ସୁସମାଗ୍ଭର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘରେ ମଧ୍ୟ କରୁଅଛି। ମୋ’ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତେବେଳେ ସୁସମାଗ୍ଭର ପ୍ରଗ୍ଭର କରେ, ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପାରେ।


ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହେବା ପାଇଁ ଗ୍ଭହିଁଲି। ଇସ୍ରାଏଲର ଭରସାରେ ବିଶ୍ୱାସ କରୁଥିବା ହେତୁ ମୁଁ ଆଜି ଏହି ଶିକୁଳିରେ ବନ୍ଧା ହୋଇଛି।”


“ଆମ୍ଭେ କାରାଗାରରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ୱାର ପାଖରେ ଠିଆ ହେବାର ମଧ୍ୟ ଦେଖିଲୁ। କିନ୍ତୁ ଆମ୍ଭେ ଯେତେବେଳେ କାରାଗାର ଖୋଲି ଦେଖିଲୁ, ସେତେବେଳେ ସେଠାରେ କେହି ନ ଥିଲେ।”


କବରକୁ ଜଗି ରହିଥିବା ସୈନ୍ୟମାନେ ସ୍ୱର୍ଗଦୂତଙ୍କୁ ଦେଖି ଡରିଗଲେ। ସେମାନେ ଭୟରେ ଥରିବାକୁ ଲାଗିଲେ। ସେମାନେ ମୃତ ପ୍ରାୟ ହୋଇଗଲେ।


ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ମୁକ୍ତ କଲି। ଯଦି ତୁମ୍ଭେ ମୋ’ ସହିତ ବାବିଲ ଯିବାକୁ ଇଚ୍ଛା କରୁଛ, ତେବେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନେବି। ଯଦି ତୁମ୍ଭେ ମୋ’ ସହିତ ଯିବାକୁ ଇଚ୍ଛା ନ କରୁଛ, ତେବେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେକୌଣସି ସ୍ଥାନକୁ ଯିବାକୁ ଭଲ ମନେ କରୁଛ, ସେଠାକୁ ଯାଅ।


ମୁଁ ବିଛଣାରେ ଶାନ୍ତିରେ ଶୟନ କରେ, କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋତେ ରକ୍ଷାକରି ନିରାପଦରେ ଶୋଇବାକୁ ସୁଯୋଗ ଦେଇଛ।


ତେଣୁ ଅବ୍ରହାମ ସେହି ସ୍ଥାନର ନାମ ଦେଲେ, “ଯିହୋବାଃ-ଯିରି” ଏପରିକି ଆଜି ମଧ୍ୟ ଲୋକମାନେ କୁହନ୍ତି, “ପର୍ବତରେ ସଦାପ୍ରଭୁ ପ୍ରଦାନ କରନ୍ତି।”


“‘ଆମ୍ଭେ ଚିନ୍ତା କଲୁ ଇସ୍ରାଏଲୀୟମାନଙ୍କୁ ଧ୍ୱଂସ କରିବା ପାଇଁ। ତେଣୁ ଲୋକମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଭୁଲିଯିବେ।


ଯିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ରାମା ନଗରରେ ଯାଇ ମୁକ୍ତ କଲେ। ଏହା ପରେ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।


ତେଣୁ ପିତର କାରାଗାରରେ ବନ୍ଦୀ ହୋଇ ରହିଲେ। ତାହାଙ୍କ ପାଇଁ ମଣ୍ଡଳୀର ସମସ୍ତେ ପରମେଶ୍ୱରଙ୍କ ନିକଟରେ ନୀରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ।


Swiv nou:

Piblisite


Piblisite