Biblia Todo Logo
Bib sou entènèt

- Piblisite -




ପ୍ରେରିତ 12:23 - ପବିତ୍ର ବାଇବଲ

23 ହେରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶେଷରେ ସେ ମୃତ୍ୟୁବରଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ଵରଙ୍କୁ ଗୌରବ ଦେଲେ ନାହିଁ, ଆଉ ସେ କୀଟ ଦ୍ଵାରା ଭକ୍ଷିତ ହୋଇ ପ୍ରାଣତ୍ୟାଗ କଲେ।

Gade chapit la Kopi

ଓଡିଆ ବାଇବେଲ

23 ତତ୍‌କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

23 ସେହିକ୍ଷଣି ପ୍ରଭୁଙ୍କର ଦୂତ ହେରୋଦଙ୍କୁ ଆଘାତ କଲେ, କାରଣ ଈଶ୍ୱରଙ୍କୁ ଯେଉଁ ଗୌରବ ଦେବା କଥା, ସେ ତାହା ତାଙ୍କୁ ଦେଇ ନ ଥିଲେ। କୀଟଦ୍ରଂଷ୍ଟ ହୋଇ ସେ ମୃତ୍ୟୁଭୋଗ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ତତ୍‌କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କୁ ଆଘାତ କଲେ, କାରଣ ସେ ଈଶ୍ବରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାହାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ।

Gade chapit la Kopi




ପ୍ରେରିତ 12:23
30 Referans Kwoze  

ସେହି ମନ୍ଦ ବ୍ୟକ୍ତି, ପରମେଶ୍ୱରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ୱାରା ଉପାସିତ, ଏହିପରି ପ୍ରତ୍ୟେକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରତ୍ୟେକଠାରୁ ଉଚ୍ଚ ବୋଲି ଦେଖାଏ, ଈଶ୍ୱରଙ୍କ ନାମରେ ଖ୍ୟାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବିରୋଧ କରେ। ସେ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ଯାଇ, ସିଂହାସନରେ ବସି ନିଜକୁ ପରମେଶ୍ୱର ବୋଲି ଘୋଷଣା କରେ।


ହେ ସଦାପ୍ରଭୁ, ଆମ୍ଭେମାନେ କୌଣସି ମହିମାର ଯୋଗ୍ୟ ନୁହଁ। ମହିମା ତ ତୁମ୍ଭର। ତୁମ୍ଭର ପ୍ରେମ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।


ଦଶ ଦିନ ପରେ ସଦାପ୍ରଭୁ ନାବଲର ମୃତ୍ୟୁର କାରଣ ହେଲେ।


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “‘ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି, ତୁମ୍ଭେ କହିଅଛ, “ମୁଁ ପରମେଶ୍ୱର ଅଟେ, ମୁଁ ସମୁଦ୍ରମାନଙ୍କ ମଧ୍ୟସ୍ଥାନରେ ପରମେଶ୍ୱରଙ୍କ ଆସନରେ ବସିଅଛି;” “‘ମାତ୍ର ନିଜ ଚିତ୍ତକୁ ଦେବତାଙ୍କ ଚିତ୍ତ ତୁଲ୍ୟ ମନେ କଲେ ମଧ୍ୟ ତୁମ୍ଭେ ପରମେଶ୍ୱର ନୁହଁ, ତୁମ୍ଭେ ମନୁଷ୍ୟ ମାତ୍ର।


“ପୁଣି ସେମାନେ ବାହାରେ ଯାଇ ଆମ୍ଭ ବିରୁଦ୍ଧାଚରଣ କରୁଥିବା ପାପୀ ଲୋକମାନଙ୍କର ଶବ ଦେଖିବେ। କାରଣ ସେମାନଙ୍କର କୀଟ ମରିବ ନାହିଁ କିମ୍ବା ସେମାନଙ୍କର ଅଗ୍ନି ନିର୍ବାପିତ ହେବ ନାହିଁ। ଆଉ ମଧ୍ୟ ସେମାନେ ସମସ୍ତେ ମର୍ତ୍ତ୍ୟର ଘୃଣାର ପାତ୍ର ହେବେ।”


କାରଣ ସେମାନେ ଜୀର୍ଣ୍ଣ ବସ୍ତୁ ସଦୃଶ ଓ କୀଟ ସେମାନଙ୍କୁ ଖାଇ ପକାଇବ ଓ ପୋକ ପଶମ ବସ୍ତୁକୁ ଖାଇଲା ପରି ସେମାନଙ୍କୁ ଖାଇ ପକାଇବ। ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ହେବ ଓ ଆମ୍ଭର ପରିତ୍ରାଣ ଚିରକାଳ ବିରାଜିତ ହେବ।”


ମଧ୍ୟରାତ୍ରରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ।


ତୁମ୍ଭେ କ’ଣ ତୁମ୍ଭ ଯାଜକ ସମ୍ମୁଖରେ “ମୁଁ ପରମେଶ୍ୱର” ବୋଲି କହିବ? କିନ୍ତୁ ତୁମ୍ଭେ ନିଜ ଘାତକ ନିକଟରେ ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, ପରମେଶ୍ୱର ନୁହଁ।


ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ? କାହା ବିରୁଦ୍ଧରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ? ପୁଣି ଗର୍ବରେ ଦୃଷ୍ଟି ଊର୍ଦ୍ଧ୍ୱକୁ କରିଅଛ। ଏସବୁ ଇସ୍ରାଏଲ ପବିତ୍ର ସ୍ୱରୂପ ବିରୁଦ୍ଧରେ ନୁହେଁ କି?


ତୁମ୍ଭର ବଡ଼ିମା ରସାତଳଗାମୀ ହୋଇଛି। ତୁମ୍ଭ ବୀଣାର ସ୍ୱର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘୋଷଣା କରୁଛି। ମାଛି ତୁମ୍ଭର ଶରୀରକୁ ଭକ୍ଷ୍ୟଣ କରିବ। ତୁମ୍ଭେ ସେମାନଙ୍କ ଉପରେ ବିଛଣା ସଦୃଶ ପଡ଼ିବ। କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।


ମୋର ଚମଡ଼ା ଧ୍ୱଂସ ହେଲା ପରି, ବିନା ମାଂସରେ ମୁଁ ପରମେଶ୍ୱରଙ୍କୁ ଦେଖିବି।


ଯଦିଓ ମୋର ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର। ମୋର ଚର୍ମ ଫାଟିଯାଏ ଏବଂ ବହୁଥିବା ଘାଁରେ ଢାଙ୍କି ହୋଇଯାଏ।


ଏହା ପରେ ସଦାପ୍ରଭୁ ଅଶୂର ରାଜାର ଛାଉଣିକୁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ। ସେହି ସ୍ୱର୍ଗଦୂତ ଅଶୂରର ସୈନ୍ୟଦଳର ସମସ୍ତ ସୈନ୍ୟ, ନେତାଗଣ ଓ ସେନାଧିକାରୀମାନଙ୍କୁ ହତ୍ୟା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫେରିଗଲା ଓ ତାହାର ଲୋକମାନେ ତା’ ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦେବତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତେଜଣ ସେହି ସ୍ଥାନରେ ତାହାକୁ ଏକ ‌‌ଖ‌ଡ଼୍‌ଗରେ ବଧ କଲେ।


ଅନନ୍ତର ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ଅଶୂରୀୟମାନଙ୍କର ଛାଉଣିରେ 185,000 ଲୋକ ସଂହାର କଲେ। ଅବଶିଷ୍ଟ ସୈନ୍ୟମାନେ ପ୍ରଭାତରେ ମୃତ ଶରୀର ଦେଖିଲେ।


ସେହି ସମୟରେ ସଦାପ୍ରଭୁ ମିଶର ମଝିରେ ଯିବେ ଏବଂ ମିଶରୀୟମାନଙ୍କୁ ହତ୍ୟା କରିବେ। ସଦାପ୍ରଭୁ ଯେଉଁ ଦ୍ୱାରରେ ରକ୍ତ ଚିହ୍ନ ଦେଖିବେ ସେହି ଘରକୁ ଛାଡ଼ି ଦେବେ। ସେ ମୃତ୍ୟୁ ଦୂତକୁ ତୁମ୍ଭ ଘରେ ପଶି ତୁମ୍ଭକୁ ହତ୍ୟା କରିବାକୁ ଦେବେ ନାହିଁ।


“ଆଜି ରାତ୍ରିରେ ମୁଁ ମିଶର ଦେଶ ମଧ୍ୟଦେଇ ଯିବି ଓ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବି। ଏହି ପ୍ରକାରରେ ମିଶରର ସମସ୍ତ ଦେବତାମାନଙ୍କର ବିଗ୍ଭର କରିବି। ମୁଁ ତାଙ୍କୁ ଦେଖାଇବି ଯେ, ମୁଁ ହେଉଛି ସଦାପ୍ରଭୁ।


ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘କେତେ ଦିନ ତୁମ୍ଭେ ମୋତେ ଅମାନ୍ୟ କରିବ? ମୋର ଲୋକମାନଙ୍କୁ ଯିବାକୁ ଦିଅ ଓ ସେମାନଙ୍କୁ ମୋର ଉପାସନା କରିବାକୁ ଦିଅ।


ତଥାପି ମଧ୍ୟ ତୁମ୍ଭେ ମୋର ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମୋର ଲୋକମାନଙ୍କୁ ମୁକ୍ତ କରୁ ନାହଁ।


କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତିରେ ସେହି କାରାଗାରର କବାଟ ଖୋଲି ସେମାନଙ୍କୁ ବାହାର କରିଦେଲେ ଓ କହିଲେ,


ଲୋକମାନେ ପାଟିକରି କହିଲେ, “ଏହା ଦେବତାର ସ୍ୱର, ମନୁଷ୍ୟର ନୁହେଁ।”


ସେ କହୁଥିବା ଜ୍ଞାନ କଥା ପାଇଁ ମନୁଷ୍ୟ ପ୍ରଶଂସିତ ହେବ। କିନ୍ତୁ ସେହି ମନୁଷ୍ୟ ଯାହାର ହୃଦୟ ଦୁଷ୍ଟ ଓ ଜି‌‌‌ଦ୍‌‌‌ଖୋର ତାକୁ ଲୋକମାନେ ତୁଚ୍ଛ ବୋଲି ଭାବିବେ।


Swiv nou:

Piblisite


Piblisite