Biblia Todo Logo
Bib sou entènèt

- Piblisite -




ପ୍ରେରିତ 11:3 - ପବିତ୍ର ବାଇବଲ

3 ସେମାନେ କହିଲେ, “ତୁମ୍ଭେ ସୁନ୍ନତ ନ ହୋଇଥିବା ଲୋକଙ୍କ ଘରକୁ ଯାଇଛ ଓ ସେମାନଙ୍କ ସହିତ ଭୋଜନ ମଧ୍ୟ କରିଛ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତୁମ୍ଭେ ଅସୁନ୍ନତି ଲୋକମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ।

Gade chapit la Kopi

ଓଡିଆ ବାଇବେଲ

3 ତୁମ୍ଭେ ଅସୁନ୍ନତି ଲୋକମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 “ଆପଣ ଅସୁନ୍ନତ ଅଣଇହୁଦୀମାନଙ୍କ ଗୃହରେ ଅତିଥି ହେଲେ, ଏପରି କି ସେମାନଙ୍କ ସହିତ ଭୋଜନ କଲେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତୁମ୍ଭେ ଅସୁନ୍ନତି ବିଶ୍ୱାସୀମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ।

Gade chapit la Kopi




ପ୍ରେରିତ 11:3
10 Referans Kwoze  

ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ଯିବା ଯିହୂଦୀ ବ୍ୟବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ ‘ଅପବିତ୍ର’ ଓ ‘ଅପରିଚ୍ଛନ୍ନ’ ନ କହିବା ପାଇଁ ପରମେଶ୍ୱର ମୋତେ ଦେଖାଇଛନ୍ତି।


ଯେତେବେଳେ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲେ, ସେ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲେ ଓ ସଂମ୍ପର୍କ ରଖିଥିଲେ। ମାତ୍ର ଯେତେବେଳେ ଯାକୁବଙ୍କ ନିକଟରୁ କେତେକ ଯିହୂଦୀଲୋକ ଆସିଲେ, ସେମାନେ ଆସିଲା ପରେ ପିତର ଅଣଯିହୂଦୀଲୋକଙ୍କ ସହିତ ଖିଆପିଆ ବନ୍ଦ କରିଦେଲେ, ଓ ସେମାନଙ୍କଠାରୁ ଦୂରରେ ରହିଲେ। ସୁନ୍ନତ ହେବା କଥାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଭୟରେ ପିତର ଏପରି ଆଚରଣ କଲେ।


ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।”


ଯଦି ତୁମ୍ଭ ପାଖକୁ କେହି ଆସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତେବେ ତାହାକୁ ଗୃହରେ ସ୍ୱାଗତ ଓ ଗ୍ରହଣ କର ନାହିଁ।


ମୋର ଲେଖିବାର ଅର୍ଥ ଥିଲା, ଯେ ଯେଉଁ ଲୋକ ନିଜକୁ ଖ୍ରୀଷ୍ଟଙ୍କର ଭାଇ ବୋଲି ଘୋଷଣା କରି ଏବେ ମଧ୍ୟ ଯୌନଗତ ପାପ କରୁଛି କିଅବା ସ୍ୱାର୍ଥ, ମୂର୍ତ୍ତିପୂଜକ, ଲୋକମାନଙ୍କୁ ମନ୍ଦ କଥା କୁହେ, କିମ୍ବା ମଦୁଆ କି ଲୋକମାନଙ୍କୁ ଠକୁଛି। ସେହିଭଳି ଲୋକମାନଙ୍କ ସହିତ ସମ୍ପର୍କ ରଖିବ ନାହିଁ। ଏହିପରିକି ଏଭଳି ଲୋକ ସହିତ ବସି ଭୋଜନ ମଧ୍ୟ ଗ୍ରହଣ କର ନାହିଁ।


ତେଣୁ ପିତର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବା ପାଇଁ କର୍ଣ୍ଣୀଲିୟ, ତାହାଙ୍କର ଆତ୍ମୀୟସ୍ୱଜନ ଓ ବନ୍ଧୁମାନଙ୍କୁ ଆଦେଶ ଦେଲେ। ତା'ପରେ ଲୋକମାନେ ପିତରଙ୍କୁ ସେମାନଙ୍କ ସହିତ ଆଉ କିଛି ଦିନ ରହିବା ପାଇଁ ଅନୁରୋଧ କଲେ।


ତେଣୁ ପିତର ସେମାନଙ୍କୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ। ତହିଁ ଆରଦିନ ସେ ସେମାନଙ୍କ ସହିତ ପ୍ରସ୍ତୁତ ହୋଇ ଗ୍ଭଲିଗଲେ। ଯାଫୋର କେତେକ ଭାଇମାନେ ମଧ୍ୟ ତାହାଙ୍କ ସହିତ ଆସିଥିଲେ।


ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଗ୍ଭରିଲେ, “ତୁମ୍ଭର ଗୁରୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?”


ତା'ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଘରୁ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସେମାନେ ନିଜକୁ ଅପବିତ୍ର କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ସେମାନେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଗ୍ଭହୁଁଥିଲେ।


ତେଣୁ ଯାଫୋକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଏଠାକୁ ଡକାଅ। ସେ ସମୁଦ୍ର କୂଳରେ ଚମାର ଶିମୋନଙ୍କ ଘରେ ରହୁଛନ୍ତି।’


Swiv nou:

Piblisite


Piblisite