Biblia Todo Logo
Bib sou entènèt

- Piblisite -




ପ୍ରେରିତ 10:41 - ପବିତ୍ର ବାଇବଲ

41 ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦେଖାଗଲେ ନାହିଁ। ପରମେଶ୍ୱର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସେହିମାନେ କେବଳ ତାହାଙ୍କୁ ଦେଖି ପାରିଲେ। ଆମ୍ଭେମାନେ ସେହି ସାକ୍ଷୀ ଅଟୁ। ଯୀଶୁ ମୃତ୍ୟୁରୁ ଉଠିଲାପରେ ଆମ୍ଭେମାନେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ଵରଙ୍କ ଦ୍ଵାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ। ସେ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କଲା ଉତ୍ତାରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ,

Gade chapit la Kopi

ଓଡିଆ ବାଇବେଲ

41 ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ୱରଙ୍କ ଦ୍ୱାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ । ସେ ମୃତମାନଙ୍କ ମଧ୍ୟରୁ ଉଠିଲା ପରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

41 ସେ ସମସ୍ତଙ୍କ ନିକଟରେ ନୁହେଁ, କେବଳ ଈଶ୍ୱରଙ୍କର ମନୋନୀତ ସାକ୍ଷୀ, ଅର୍ଥାତ୍ ଆମ୍ଭମାନଙ୍କ ନିକଟରେ ଦୃଶ୍ୟମାନ ହେଲେ। ଈଶ୍ୱର ତାଙ୍କୁ ପୁନରୁତ୍ଥିତ କଲା ପରେ ଆମେ ତାଙ୍କ ସହିତ ଭୋଜନ ପାନ କଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ବରଙ୍କ ଦ୍ୱାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ। ସେ ମୃତମାନଙ୍କ ମଧ୍ୟରୁ ଉଠିଲା ପରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ,

Gade chapit la Kopi




ପ୍ରେରିତ 10:41
15 Referans Kwoze  

ତା'ପରେ ଯିହୂଦା (ଇଷ୍କାରିୟୋତ ନୁହନ୍ତି) ତାହାଙ୍କୁ ପଗ୍ଭରିଲେ, “କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠାରେ ନିଜକୁ ଦେଖାଇବା ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦେଖାଉ ନାହାନ୍ତି।”


ଯୀଶୁ ଖାଦ୍ୟ ନିକଟକୁ ଆସି ରୋଟୀ ଘେନି ସେମାନଙ୍କୁ ଦେଲେ। ସେ ସେମାନଙ୍କୁ ମାଛ ମଧ୍ୟ ଦେଲେ।


ସେହି ସାହାଯ୍ୟକାରୀ ଜଣକ ସତ୍ୟମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେହେତୁ ଜଗତ ତାହାଙ୍କୁ ଦେଖୁ ନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟରେ ବାସ କରିବେ।


“ଯୀଶୁ ଯିହୂଦା ଦେଶରେ ଓ ଯିରୁଶାଲମରେ ଯାହାସବୁ କରିଥିଲେ ସେହିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସେମାନେ ତାହାଙ୍କୁ ବଧକଲେ। କାଠ ନିର୍ମିତ କ୍ରୁଶରେ ସେମାନେ ତାହାଙ୍କୁ ଚଢ଼ାଇ ହତ୍ୟା କଲେ।


“ସେ ତାହାଙ୍କ ସହିତ ଗାଲିଲୀରୁ ଯିରୁଶାଲମକୁ ଆସିଥିବା ଲୋକମାନଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଦର୍ଶନ ଦେଲେ। ସେମାନେ ଲୋକମାନଙ୍କ ଆଗରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି।


“ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ।


ଯୀଶୁ ସେମାନଙ୍କ ସହିତ ଖାଇବା ପାଇଁ ବସି ପଡ଼ିଲେ। ସେ ହାତରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ୟବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସେମାନଙ୍କୁ ଦେଲେ।


ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମୋତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମୋତେ ଦେଖି ପାରିବ। ତୁମ୍ଭେମାନେ ଜୀବିତ ରହିବ, କାରଣ ମୁଁ ଜୀବିତ।


ତୁମ୍ଭେ ମୋ’ ବିଷୟରେ ଲୋକମାନଙ୍କୁ ମଧ୍ୟ କହିବ, କାରଣ ତୁମ୍ଭେମାନେ ପ୍ରଥମରୁ ମୋ’ ସହିତ ରହିଛ।


ଦିନେ ଯେତେବେଳେ ଯୀଶୁ ସେମାନଙ୍କ ସାଙ୍ଗରେ ଭୋଜନ କରୁଥିଲେ, ସେତେବେଳେ ସେ ପ୍ରେରିତମାନଙ୍କୁ ଯିରୁଶାଲମ ନ ଛାଡ଼ିବା ପାଇଁ କହିଲେ। ଯୀଶୁ କହିଲେ, “ପରମେଶ୍ୱର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦେଇଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟରେ ଆଗରୁ କହି ସାରିଛି। ତେଣୁ ସେହି ପ୍ରତିଜ୍ଞା ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୁଶାଲମରେ ଅପେକ୍ଷାରେ ରୁହ।


Swiv nou:

Piblisite


Piblisite