Biblia Todo Logo
Bib sou entènèt

- Piblisite -




ପ୍ରେରିତ 10:40 - ପବିତ୍ର ବାଇବଲ

40 କିନ୍ତୁ ତାହାଙ୍କ ମୃତ୍ୟୁର ତିନି ଦିନ ପରେ ପରମେଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ପୁନର୍ଜୀବିତ କରି ଉଠାଇଲେ ଓ ଲୋକଙ୍କ ନିକଟରେ ତାହାଙ୍କୁ ଦେଖାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 ତାହାଙ୍କୁ ଈଶ୍ଵର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ;

Gade chapit la Kopi

ଓଡିଆ ବାଇବେଲ

40 ତାହାଙ୍କୁ ଈଶ୍ୱର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

40 କିନ୍ତୁ ଈଶ୍ୱର ତିନି ଦିନ ଭିତରେ ତାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରି ପ୍ରତ୍ୟକ୍ଷ କରାଇଲେ -

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 ତାହାଙ୍କୁ ଈଶ୍ବର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ;

Gade chapit la Kopi




ପ୍ରେରିତ 10:40
16 Referans Kwoze  

ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ବିଶ୍ୱାସ କର। ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। ତା'ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ୱାସ ଓ ଭରସା ପରମେଶ୍ୱରଙ୍କଠାରେ ଅଛି।


କାରଣ ଆମ୍ଭେ ଜାଣୁ ଯେ, ଯେଉଁ ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ପୁନରୁ‌ତ୍‌‌ଥିତ କଲେ, ସେ ଆମ୍ଭକୁ ମଧ୍ୟ ଯୀଶୁଙ୍କ ସହ ପୁନରୁ‌ତ୍‌‌ଥିତ କରିବେ।


କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।


ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!


ସେଥିପାଇଁ ଖ୍ରଷ୍ଟ ମୃତ୍ୟୁ ବରଣ କଲେ ଓ ମୃତ୍ୟୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁମାନେ ମରି ସାରିଛନ୍ତି ଓ ଯେଉଁମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହୋଇ ପାରିବେ।


ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା'ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ।


ସେ ଦାଉଦଙ୍କ ବଂଶରେ ମନୁଷ୍ୟ ରୂପରେ ଜନ୍ମ ହୋଇଥିଲେ। କିନ୍ତୁ, ପବିତ୍ରଆତ୍ମା ଦ୍ୱାରା ପୁନରୁତ୍‌‌ଥାନର ଫଳ ସ୍ୱରୂପ ସେ ମହାନ ଶକ୍ତି ସହିତ ପରମେଶ୍ୱରଙ୍କର ପୁତ୍ର ରୂପେ ଘୋଷିତ ହେଲେ।


ସେ ଜଣଙ୍କୁ ନ୍ୟାୟ ବିଗ୍ଭର ପାଇଁ ନିଯୁକ୍ତି ଦେଇଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସେହି ସମଗ୍ର ବିଶ୍ୱକୁ ତାହାଙ୍କ ଦ୍ୱାରା ନ୍ୟାୟ ସହିତ ବିଗ୍ଭର କରିବେ। ସେ ପ୍ରତ୍ୟେକଙ୍କ ଆଗରେ ଯୀଶୁଙ୍କର ମୃତ୍ୟୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦେଇଛନ୍ତି।”


ତା'ପରେ ଯିହୂଦା (ଇଷ୍କାରିୟୋତ ନୁହନ୍ତି) ତାହାଙ୍କୁ ପଗ୍ଭରିଲେ, “କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠାରେ ନିଜକୁ ଦେଖାଇବା ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦେଖାଉ ନାହାନ୍ତି।”


ଏହି ଯୀଶୁଙ୍କୁ ଈଶ୍ୱର ଯେ ମୃତ୍ୟୁରୁ ଉଠାଇଛନ୍ତି, ଆମ୍ଭେମାନେ ସେଥିରେ ନିଜେ ସାକ୍ଷୀ ଅଟୁ।


Swiv nou:

Piblisite


Piblisite