Biblia Todo Logo
Bib sou entènèt

- Piblisite -




ପ୍ରେରିତ 10:34 - ପବିତ୍ର ବାଇବଲ

34 ପିତର କହିବା ଆରମ୍ଭ କଲେ, “ମୁଁ ବର୍ତ୍ତମାନ ପ୍ରକୃତରେ ବୁଝିପାରୁଛି, ପରମେଶ୍ୱରଙ୍କ ଦୃଷ୍ଟିରେ ପ୍ରତ୍ୟେକ ଲୋକ ସମାନ। ତାହାଙ୍କ ପାଖରେ କୌଣସି ଭେଦଭାବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ସେଥିରେ ପିତର ମୁଖ ଫିଟାଇ କହିଲେ, ଈଶ୍ଵର ଯେ ମୁଖାପେକ୍ଷା କରନ୍ତି ନାହିଁ,

Gade chapit la Kopi

ଓଡିଆ ବାଇବେଲ

34 ସେଥିରେ ପିତର ମୁଖ ଫିଟାଇ କହିଲେ, ଈଶ୍ୱର ଯେ ପକ୍ଷପାତ କରନ୍ତି ନାହିଁ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

34 ପିତର ଶିକ୍ଷା ଦେବାକୁ ଆରମ୍ଭ କରି କହିଲେ, “ବର୍ତ୍ତମାନ ମୁଁ ବୁଝିପାରୁଛି ଯେ ପ୍ରକୃତରେ ଈଶ୍ୱର ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ସେଥିରେ ପିତର ମୁଖ ଫିଟାଇ କହିଲେ, ପ୍ରକୃତରେ ବର୍ତ୍ତମାନ ମୁଁ ଜାଣିଲି ଯେ ଈଶ୍ବର ପକ୍ଷପାତ କରନ୍ତି ନାହିଁ,

Gade chapit la Kopi




ପ୍ରେରିତ 10:34
23 Referans Kwoze  

ପରମେଶ୍ୱର ପ୍ରତ୍ୟେକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ୟାୟବିଗ୍ଭର କରନ୍ତି।


ବର୍ତ୍ତମାନ ତୁମ୍ଭେମାନେ ପ୍ରତ୍ୟେକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ନ୍ୟାୟବାନ ଅଟନ୍ତି, ତେଣୁ ତୁମ୍ଭେମାନେ ଯାହା କର, ସେ ବିଷୟରେ ବିଶେଷ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ୟକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।”


କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।


ମନେରଖ! ଭୁଲ୍ କର୍ମ ପାଇଁ, ପ୍ରତ୍ୟେକ ଲୋକ ଦଣ୍ଡ ପାଇବ। ପ୍ରଭୁ ପ୍ରତ୍ୟେକ ଲୋକକୁ ସମାନ ଭାବରେ ଦେଖନ୍ତି।


ପରମେଶ୍ୱର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ୱର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାରଣ ପରମେଶ୍ୱର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।


ତୁମ୍ଭେ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛ ଓ ପିତା ବୋଲି ଡାକୁଛ। ପରମେଶ୍ୱର ପ୍ରତ୍ୟେକ ଲୋକଙ୍କୁ ତାହାର କାର୍ଯ୍ୟ ଅନୁସାରେ ସମାନ ଭାବରେ ବିଗ୍ଭର କରନ୍ତି। ତେଣୁ ତୁମ୍ଭେ ଯେପର୍ଯ୍ୟନ୍ତ ପୃଥିବୀରେ ବଞ୍ଚି ରହିଛ, ତୁମ୍ଭେ ପରମେଶ୍ୱରଙ୍କ ପ୍ରତି ଭୟ ରଖି ବଞ୍ଚିବା ଉଚିତ୍।


ହେ ମାଲିକଗଣ! ଠିକ୍ ସେହିଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କର। ତାହାଙ୍କୁ ଧମକ ଦେଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସେହି ସମାନ ମାଳିକ ଯେ କି ସ୍ୱର୍ଗରେ ଅଛନ୍ତି। ସେହି ମାଲିକ (ପରମେଶ୍ୱର) କୌଣସି ପକ୍ଷପାତ ବିଗ୍ଭର କରନ୍ତି ନାହିଁ।


ସେହି ଲୋକମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଆମ୍ଭେ ଜାଣିଛୁ ଯେ ଆପଣ ଯାହା କହୁଛନ୍ତି ଓ ଉପଦେଶ ଦେଉଛନ୍ତି, ସେ ସବୁ ଠିକ୍। ଆପଣ କାହାପ୍ରତି ପକ୍ଷପାତପୂର୍ଣ୍ଣ ଆଚରଣ କରୁ ନାହାନ୍ତି। ଆପଣ ପରମେଶ୍ୱରଙ୍କ ମାର୍ଗ ବିଷୟରେ ଯେଉଁ ଉପଦେଶ ଦେଉଛନ୍ତି, ତାହା ସତ୍ୟ।


କିନ୍ତୁ ଯଦି ତୁମ୍ଭେ ଜଣକୁ ଅନ୍ୟ ଜଣକ ତୁଳନାରେ ଅଧିକ ମହତ୍ତ୍ୱ ଦେଉଛ, ତା'ହେଲେ ତୁମ୍ଭେ ପାପ କରୁଛ। ସେହି ରାଜକୀୟ ବ୍ୟବସ୍ଥା ପ୍ରମାଣିତ କରେ ଯେ, ତୁମ୍ଭେ ପରମେଶ୍ୱରଙ୍କ ନିୟମ ଭଙ୍ଗ କରିବାରେ ଦୋଷୀ ଅଟ।


ଏହି ନୂତନ ଜୀବନରେ ଯିହୂଦୀ ଓ ଅଣଯିହୂଦୀମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍କୁଥୀୟମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ୱାଧୀନ ଭିତରେ ମଧ୍ୟ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠାରେ ଅଛନ୍ତି। ଯାହା ମହତ୍ତ୍ୱପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।


କିନ୍ତୁ ସେହି “ପ୍ରତିଷ୍ଠିତ” ଲୋକମାନେ ମୁଁ କହିଥିବା ସୁସମାଗ୍ଭରର ପରିବର୍ତ୍ତନ କଲେ ନାହିଁ। ମୋ’ ପାଇଁ କିଏ ପ୍ରତିଷ୍ଠିତ ବା ନୁହେଁ, ତାହାର କିଛି ଅର୍ଥ ନାହିଁ। ପରମେଶ୍ୱରଙ୍କ ନିକଟରେ ସମସ୍ତେ ସମାନ।


ତୁମ୍ଭେ ଏ କ’ଣ କରୁଛ? ଏହା ଦ୍ୱାରା ତୁମ୍ଭେ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱ ପ୍ରଦାନ କରୁଛ! ମନ୍ଦ ଅଭିପ୍ରାୟ ରଖି ତୁମ୍ଭେ ନିର୍ଣ୍ଣୟ କରୁଛ ଯେ, କେଉଁ ଲୋକଟି ଅଧିକ ଭଲ।


ତୁମ୍ଭେ ସର୍ବଦା ନ୍ୟାୟବାନ ହେବ। ନ୍ୟାୟରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭେମାନେ ଉତ୍କୋଚ ନେଇ ଅନ୍ୟାୟ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମିକମାନଙ୍କର ବାକ୍ୟ ଅନ୍ୟଥା କରେ।


ସେମାନେ କେତେକ ହେରୋଦୀୟମାନଙ୍କ ସହିତ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯାଇ କହିଲେ, “ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ୱରଙ୍କ ମାର୍ଗ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି, ସେ ବିଷୟରେ ତୁମ୍ଭେ ଆଦୌ ଭୟ କର ନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।


ଏଥର ଯୀଶୁ ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ,


ତା'ପରେ ଫିଲି‌ପ୍‌ପ ଶାସ୍ତ୍ରର ସେହି ବାକ୍ୟରୁ ଆରମ୍ଭ କରି ଯୀଶୁଙ୍କର ସୁସମାଗ୍ଭର ପର୍ଯ୍ୟନ୍ତ ତାହାଙ୍କୁ କହିଲେ।


ତୁମ୍ଭେ ଯେତେବେଳେ ବିଗ୍ଭର କରୁଛ ସେତେବେଳେ କୌଣସି ଲୋକକୁ ପ୍ରାଧାନ୍ୟ ଦିଅ ନାହିଁ, ସମସ୍ତଙ୍କୁ ସମାନ ନ୍ୟାୟ ଦିଅ। ତୁମ୍ଭେ କାହାରିକୁ ଭୟ କର ନାହିଁ, କାରଣ ତୁମ୍ଭର ବିଗ୍ଭର ପରମେଶ୍ୱରଙ୍କଠାରୁ ଆସିଥାଏ। କିନ୍ତୁ କୌଣସି ବିଗ୍ଭର ଯଦି ତୁମ୍ଭକୁ କଷ୍ଟ ହୁଏ ବା ଜଟିଳ ହୁଏ, ତେବେ ସେ ସମସ୍ୟା ମୋ’ ପାଖକୁ ଆଣିବ, ମୁଁ ତା'ର ସମାଧାନ କରି ଦେବି।’


ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡକେଇ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ।”


ଏହା ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କର ଓ ସେମାନଙ୍କ ମଧ୍ୟରେ କୌଣସି ତଫାତ୍ ରଖିଲେ ନାହିଁ। ସେ ସେମାନଙ୍କର ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟକୁ ପବିତ୍ର କରିଲେ।


ପରମେଶ୍ୱର କେବଳ ଯିହୂଦୀମାନଙ୍କର ପରମେଶ୍ୱର ନୁହନ୍ତି। ଅଣଯିହୂଦୀମାନଙ୍କର ମଧ୍ୟ ସେ ପରମେଶ୍ୱର ଅଟନ୍ତି।


ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବିଶ୍ୱାସ କର। ଅତଏବ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବ ନାହିଁ।


Swiv nou:

Piblisite


Piblisite