Biblia Todo Logo
Bib sou entènèt

- Piblisite -




ପ୍ରେରିତ 10:22 - ପବିତ୍ର ବାଇବଲ

22 ସେମାନେ ତାହାଙ୍କୁ କହିଲେ, “ଆମ୍ଭମାନଙ୍କୁ ସୈନ୍ୟବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ୱରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ୟକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ୱର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦେଇ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ଵରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୁଦୀ ଜାତିଙ୍କ ନିକଟରେ ସୁଖ୍ୟାତିପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ଵାରା ପ୍ରତ୍ୟାଦେଶ ପାଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

22 ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ୱରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୂଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ସେମାନେ ଉତ୍ତର ଦେଲେ, “ସେନାପତି କର୍ଣ୍ଣୀଲିୟ ଆମକୁ ପଠାଇଛନ୍ତି। ସେ ଜଣେ ଧର୍ମପ୍ରାଣ ବ୍ୟକ୍ତି। ସେ ଈଶ୍ୱରଙ୍କୁ ଆରାଧନା କରନ୍ତି ଓ ଇହୁଦୀମାନେ ସମସ୍ତେ ତାଙ୍କୁ ବିଶେଷ ଭକ୍ତି କରନ୍ତି। ଆପଣଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଆପଣଙ୍କର ଶିକ୍ଷା ଶୁଣିବା ପାଇଁ ଈଶ୍ୱରଙ୍କ ଜଣେ ଦୂତ ତାଙ୍କୁ ଆଦେଶ ଦେଇଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତ-ସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ବରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୁଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି।

Gade chapit la Kopi




ପ୍ରେରିତ 10:22
36 Referans Kwoze  

ସେ ତୁମ୍ଭକୁ ଓ ତୁମ୍ଭ ଘରେ ରହୁଥିବା ଲୋକମାନଙ୍କୁ ବାକ୍ୟ କହିବେ, ଯାହାଦ୍ୱାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।’


ସେ ଜଣେ ଧାର୍ମିକ ଲୋକ ଥିଲେ ଓ ତାହାଙ୍କ ଗୃହରେ ବାସ କରୁଥିବା ଲୋକମାନଙ୍କ ସହ ସେ ସତ୍ୟ ପରମେଶ୍ୱରଙ୍କର ଉପାସନା କରୁଥିଲେ। ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।


ଦୀମୀତ୍ରିୟଙ୍କ ବିଷୟରେ ସମସ୍ତେ ଭଲକଥା କହନ୍ତି। ସେମାନେ ଯାହା କହନ୍ତି, ସତ୍ୟ ଏଥିର ସାକ୍ଷ୍ୟ ଦିଏ। ଆମ୍ଭେ ମଧ୍ୟ ତାହା ବିଷୟରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ୟ ସତ୍ୟ ଅଟେ।


ପବିତ୍ର ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ଅତୀତରେ ଯାହାକିଛି କହି ଯାଇଛନ୍ତି ମୁଁ ଗ୍ଭହେଁ ଯେ, ସେଗୁଡ଼ିକୁ ତୁମ୍ଭେମାନେ ମନେ ପକାଅ। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯେଉଁ ଆଜ୍ଞା ଦେଇଛନ୍ତି, ସେଗୁଡ଼ିକୁ ମଧ୍ୟ ମନେ ପକାଅ। ତୁମ୍ଭମାନଙ୍କ ପ୍ରେରିତମାନଙ୍କ ମାଧ୍ୟମରେ ସେ ଆମ୍ଭକୁ ଏହି ଆଜ୍ଞା ଦେଇଥିଲେ।


ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରଥମଜାତ ସନ୍ତାନମାନଙ୍କ ମିଳନ ସ୍ଥଳରେ ଆସି ପହଞ୍ଚିଛି। ସେମାନଙ୍କ ନାମ ସ୍ୱର୍ଗରେ ଲେଖା ରହିଛି। ସବୁଲୋକଙ୍କର ବିଗ୍ଭରପତି ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହୋଇ ସାରିଛନ୍ତି, ସେହିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭେମାନେ ଆସିଛ।


ପ୍ରାଚୀନ କାଳରେ, ଲୋକମାନଙ୍କର ଏହିଭଳି ବିଶ୍ୱାସ ଥିଲା ବୋଲି, ପରମେଶ୍ୱର ସେମାନଙ୍କ ଉପରେ ପ୍ରସନ୍ନ ଥିଲେ।


ଯେଉଁ ଲୋକ ମୋ’ ସହିତ ଧାର୍ମିକ, ତା'ର ବିଶ୍ୱାସ ହେତୁ ସେ ଜୀବିତ ରହିବ। କିନ୍ତୁ ଯଦି ସେ ଲୋକ ଭୟରେ ମୁହଁ ମୋଡ଼େ, ମୁଁ ତା’ ଉପରେ ପ୍ରସନ୍ନ ହେବି ନାହିଁ।”


ଯେଉଁମାନେ ମଣ୍ଡଳୀର ସଦସ୍ୟ ନୁହନ୍ତି, ବାହାରର ସେହି ଲୋକମାନଙ୍କର ମଧ୍ୟ, ଅଧ୍ୟକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ୟକ। ତହିଁରେ ସେ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ ନାହିଁ କି ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।


ଏହିସବୁ ବିଷୟ ପରମେଶ୍ୱରଙ୍କଠାରୁ ଆସିଛି। ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ନିଜେ ଆମ୍ଭମାନଙ୍କ ସହ ଶାନ୍ତି ସ୍ଥାପନ କରିଛନ୍ତି। ଓ ଲୋକମାନେ ଯେପରି ପରମେଶ୍ୱରଙ୍କ ସହ ଶାନ୍ତି ସ୍ଥାପନ କରିବେ, ଏହି ଦାୟିତ୍ୱ ଆମ୍ଭମାନଙ୍କୁ ଦେଇଛନ୍ତି।


ପରମେଶ୍ୱର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ୱାସରେ ଶେଷ ହୁଏ। ଯେପରି ଧର୍ମଶାସ୍ତ୍ରରେ କୁହାଯାଇଛି, “ବିଶ୍ୱାସ ଦ୍ୱାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।”


ଏହି ବ୍ୟକ୍ତିମାନଙ୍କ ଭଳି, ମୁଁ ମଧ୍ୟ ପରମେଶ୍ୱରଙ୍କଠାରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ୟୁରୁ ପୁନରୁ‌‌ତ୍‌‌ଥାନ ହେବ।


“ହନନିୟ ନାମକ ଜଣେ ଭକ୍ତ ଦମ୍ମେସକ ନଗରରେ ଥିଲେ। ସେ ମୋଶାଙ୍କ ବ୍ୟବସ୍ଥା ମାନୁଥିଲେ। ସେଠାରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ।


ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡକେଇ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ।”


ପିତର ସମୁଦ୍ରକୂଳ ପାଖରେ ରହୁଥିବା ଶିମୋନ ନାମକ ଜଣେ ଚମାର ସଙ୍ଗେ ରହୁଛନ୍ତି।”


ଏଥିପାଇଁ ହେ ଭାଇମାନେ, ତୁମ୍ଭେମାନେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସେମାନେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ରଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ ହୋଇଥିବେ। ଆମ୍ଭେମାନେ ସେମାନଙ୍କୁ ଏହି କାମ କରିବା ପାଇଁ ଦେବୁ।


“ମୁଁ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ ଓ ଏହି ଲୋକମାନଙ୍କର ଶିକ୍ଷା ହେତୁ ମୋ'ଠାରେ ବିଶ୍ୱାସ କରିବାକୁ ଯାଉଥିବା ସମସ୍ତ ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି।


ମୋତେ ତୁମ୍ଭେ ଯେଉଁ ଉପଦେଶ ଦେଇଥିଲ, ମୁଁ ସେହି ଉପଦେଶ ଏହି ଲୋକଙ୍କୁ ଦେଇଛି। ସେମାନେ ତାହା ଗ୍ରହଣ କରିଛନ୍ତି। ସେମାନେ ଜାଣି ପାରିଲେ ଯେ, ମୁଁ ପ୍ରକୃତରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମୋତେ ପଠାଇଛ ବୋଲି ସେମାନେ ବିଶ୍ୱାସ କରିଛନ୍ତି।


ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋତେ ପଠାଇଥିବା ବ୍ୟକ୍ତିକୁ ଯିଏ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ। ମୋତେ ଯେଉଁ ଲୋକ ଗ୍ରହଣ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”


ଶିମୋନ ପିତର ଉତ୍ତର ଦେଲେ, “ପ୍ରଭୁ, ଆମ୍ଭେ କାହା ପାଖକୁ ଯିବୁ? ତୁମ୍ଭ ପାଖରେ ଅନନ୍ତ ଜୀବନ ଅଛି।


ଶରୀର ମନୁଷ୍ୟକୁ ଜୀବନ ଦାନ କରେ ନାହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ।


“ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ଯଦି କୌଣସି ବ୍ୟକ୍ତି ମୋର କହିବା କଥା ଶୁଣେ ଓ ମୋତେ ଯିଏ ପଠାଇଛନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତେବେ ସେ ବ୍ୟକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ ନାହିଁ। ସେ ମୃତ୍ୟୁକୁ ପାର ହୋଇ ଜୀବନ ଭିତରେ ପ୍ରବେଶ କରି ସାରିଛି।


ଯିହୂଦୀମାନଙ୍କର ହାରାମାଥୀୟା ନଗରର ଜଣେ ଲୋକ ସେଠାରେ ଥିଲେ। ତାହାଙ୍କ ନାମ ଯୋଷେଫ। ସେ ଯିହୂଦୀ ମହାସଭାର ଜଣେ ସଦସ୍ୟ ଥିଲେ। ସେ ଜଣ ଉତ୍ତମ ଓ ଧାର୍ମିକ ଲୋକଥିଲେ। ସେ ପରମେଶ୍ୱରଙ୍କ ରାଜ୍ୟକୁ ଅପେକ୍ଷା କରୁଥିଲେ। ଅନ୍ୟ ଯିହୂଦୀ ନେତାମାନେ ଯୀଶୁଙ୍କୁ ହତ୍ୟା କରିବାକୁ ସ୍ଥିର କଲାବେଳେ ସେ ସେଥିରେ ରାଜି ହୋଇ ନ ଥିଲେ।


ଯିରୁଶାଲମରେ ଶିମିୟୋନ ନାମରେ ଜଣେ ଅତ୍ୟନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇସ୍ରାଏଲକୁ ସାନ୍ତ୍ୱନା କରିବା ନିମନ୍ତେ ପରମେଶ୍ୱର କେବେ ଆସିବେ, ସେହି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ରଆତ୍ମା ତାହାଙ୍କ ମଧ୍ୟରେ ଥିଲେ।


ଏହି ଯୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ୟଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କେହି ଲୋକ ମୋ’ ନାମ ଓ ମୋ’ ଉପଦେଶ ଯୋଗୁଁ ଲଜ୍ଜା ବୋଧ କରେ ତେବେ ମନୁଷ୍ୟପୁତ୍ର ଯେତେବେଳେ ସ୍ୱର୍ଗ ଦୂତମାନଙ୍କ ସହିତ ନିଜ ପରମପିତାଙ୍କ ମହିମା ସହିତ ଆସିବେ, ସେତେବେଳେ ସେ ମଧ୍ୟ ସେହି ଲୋକ ଯୋଗୁଁ ଲଜ୍ଜା ବୋଧ କରିବେ।”


ହେରୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହେରୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହେରୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ ହେରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।


କିନ୍ତୁ ତାଙ୍କର ଭାବୀପତି ଯୋଷେଫ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁ ନ ଥିଲେ। ସେ ତାହାଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପନରେ ଯୋଜନା କଲେ।


ଅହଂକାରୀ ବ୍ୟକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସେପରି ଅହଂକାରୀ ଲୋକ ଫୁତ୍କାରରେ ଉଡ଼ିଯାଏ। କିନ୍ତୁ ଧାର୍ମିକ ଲୋକମାନେ ସେମାନଙ୍କର ବିଶ୍ୱାସ ବଳରେ ହିଁ ବଞ୍ଚିବେ।”


ଜଣେ ଜ୍ଞାନୀ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ବୁଝେ। ଜଣେ କର୍ମଠ ବ୍ୟକ୍ତି ଏହିସବୁ ଜିନିଷଗୁଡ଼ିକୁ ଶିକ୍ଷା କରିବା ଉଚିତ୍। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସେହି ମାର୍ଗ ଦ୍ୱାରା ବଞ୍ଚିବେ ଓ ପାପୀମାନେ ତା’ ଦ୍ୱାରା ମୃତ୍ୟୁବରଣ କରିବେ।


କିନ୍ତୁ ପରମେଶ୍ୱର ସେମାନଙ୍କୁ ହେରୋଦଙ୍କ ପାଖକୁ ଫେରି ନ ଯିବାକୁ ସ୍ୱପ୍ନରେ ସାବଧାନ କରାଇ ଦେଲେ। ତେଣୁ ସେମାନେ ଅନ୍ୟ ଏକ ପଥ ଦେଇ ନିଜ ଦେଶକୁ ଫେରିଗଲେ।


ଯଦି କୌଣସି ଲୋକ ମୋ’ ପାଇଁ ବା ମୋ’ ଉପଦେଶ ପାଇଁ ଲଜ୍ଜିତ ହୋଇଥାଏ, ତେବେ ମୁଁ ମଧ୍ୟ ତା’ ପାଇଁ ଲଜ୍ଜିତ ହେବି। ଯେତେବେଳେ ମନୁଷ୍ୟପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ୱର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତେବେଳେ ସେ ତା’ ପାଇଁ ଲଜ୍ଜିତ ହେବେ।


ପିତର ତଳକୁ ଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହାକୁ ଖୋଜୁଛ ମୁଁ ସେହି ଲୋକ। ତୁମ୍ଭେମାନେ ଏଠାକୁ କାହିଁକି ଆସିଛ?”


କର୍ଣ୍ଣୀଲିୟ କହିଲେ, “ମୁଁ ଠିକ୍ ଗ୍ଭରି ଦିନ ଆଗରୁ ମୋ’ ଘରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥନା କରୁଥିଲି। ସେତେବେଳେ ହଠାତ୍ ଜଣେ ସ୍ୱର୍ଗଦୂତ, ଉଜ୍ଜ୍ୱଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମୋ’ ସାମନାରେ ଠିଆ ହୋଇଗଲେ।


ସେହି ଲୋକ ପରମେଶ୍ୱରଙ୍କ କ୍ରୋଧର ସୁରା ପାନ କରିବ। ଏହି ସୁରା ପରମେଶ୍ୱରଙ୍କ କ୍ରୋଧର ପାତ୍ରରେ ଅମିଶ୍ରିତ ଭାବେ ଢଳା ହୋଇଛି। ସେ ପବିତ୍ର ଦୂତଗଣ ଓ ମେଷଶାବକଙ୍କ ସମ୍ମୁଖରେ ଜ୍ୱଳନ୍ତ ଗନ୍ଧକରେ ଯନ୍ତ୍ରଣା ପାଇବ।


ଏହି ନିର୍ଦ୍ଦେଶ ସମୁଦ୍ରର ଆର ପାରିରେ ନାହିଁ ଯେ, ତେଣୁ ତୁମ୍ଭେ କହିବ, ‘କିଏ ସମୁଦ୍ର ପାର ହୋଇ ଆମ୍ଭମାନଙ୍କ ପାଇଁ ତାହା ଆଣି ଶୁଣାଇବେ ଓ ଆମ୍ଭେ ଶୁଣିବୁ।’


Swiv nou:

Piblisite


Piblisite