Biblia Todo Logo
Bib sou entènèt

- Piblisite -




୩ ଯୋହନ 1:8 - ପବିତ୍ର ବାଇବଲ

8 ତେଣୁ ଆମ୍ଭେ ସେହି ଭାଇମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ତାହାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆମ୍ଭେ ସତ୍ୟ ନିମନ୍ତେ ସେମାନଙ୍କର କାର୍ଯ୍ୟରେ ଭାଗୀଦାର ହୋଇପାରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଅତଏବ, ଆମ୍ଭେମାନେ ଯେପରି ସତ୍ୟ ସକାଶେ ସେମାନଙ୍କର ସହକାର୍ଯ୍ୟକାରୀ ହୋଇ ପାରୁ, ଏଥିନିମନ୍ତେ ସେମାନଙ୍କର ଉପକାର କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ।

Gade chapit la Kopi

ଓଡିଆ ବାଇବେଲ

8 ଅତଏବ, ଆମ୍ଭେମାନେ ଯେପରି ସତ୍ୟ ସକାଶେ ସେମାନଙ୍କର ସହକାର୍ଯ୍ୟକାରୀ ହୋଇ ପାରୁ, ଏଥି ନିମନ୍ତେ ସେମାନଙ୍କର ଉପକାର କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ଆମେ ଖ୍ରୀଷ୍ଟବିଶ୍ୱାସୀମାନେ ସେମାନଙ୍କୁ ସାହାଯ୍ୟ କରି ସତ୍ୟର ପ୍ରାଶ ପାଇଁ ସେମାନଙ୍କ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ଉଚିତ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଅତଏବ, ଆମ୍ଭେମାନେ ଯେପରି ସତ୍ୟ ସକାଶେ ସେମାନଙ୍କର ସହକର୍ମୀ ହୋଇପାରୁ, ଏଥିନିମନ୍ତେ ସେମାନଙ୍କର ଉପକାର କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ।

Gade chapit la Kopi




୩ ଯୋହନ 1:8
17 Referans Kwoze  

ମୁଁ ସେଠାରୁ ଆସିଲେ, ଦିୟତ୍ରିଫାର କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟରେ ମିଥ୍ୟା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସେବା କରୁଥିବା ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁ ନାହିଁ। ଯେଉଁମାନେ ସେହି ଭାଇମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ମଧ୍ୟ ସେ ମନା କରୁଛି। ସେ ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦିଏ।


ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।


ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମୋନ, ଆମ୍ଭର ଭଉଣୀ ଆ‌ପ୍‌ପିୟା, ସାଥୀ ସୈନିକ ଆର୍ଖି‌ପ୍‌ପ, ଓ ତୁମ୍ଭ ଘରଠାରେ ଏକତ୍ରିତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ।


ଅତଏବ ଆଥୀନୀରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ୱରଙ୍କ ଲାଗି ମୋ’ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କରନ୍ତି। ତୁମ୍ଭମାନଙ୍କ ବିଶ୍ୱାସରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ।


ଯୁସ୍ତ ନାମରେ ମଧ୍ୟ ଖ୍ୟାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ଯିହୂଦୀ ବିଶ୍ୱାସୀମାନଙ୍କ ମଧ୍ୟରେ କେବଳ ଏମାନେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହିତ କାମ କରନ୍ତି। ସେମାନେ ଏପର୍ଯ୍ୟନ୍ତ ମୋର ସାନ୍ତ୍ୱନାର କାରଣ ହୋଇଛନ୍ତି।


ହେ ବନ୍ଧୁ, ତୁମ୍ଭେ ଯେହେତୁ ମୋ’ ସହିତ ବିଶ୍ୱସ୍ତ ଭାବରେ ସେବା କରୁଛ, ଯେଉଁ ସ୍ତ୍ରୀଲୋକମାନେ ମୁଁ ସୁସମାଗ୍ଭର ପ୍ରଗ୍ଭର କଲାବେଳେ ମୋ’ ସହିତ ପରିଶ୍ରମ କରିଅଛନ୍ତି, ସେମାନଙ୍କୁ ସାହାଯ୍ୟ କର ବୋଲି ତୁମ୍ଭକୁ ମୁଁ ନିବେଦନ କରେ। ସେମାନେ କ୍ଳେମେ‌ନ୍‌ସ ଏବଂ ମୋର ଅନ୍ୟ ସହକାରୀମାନଙ୍କ ସହିତ ସେବାକାର୍ଯ୍ୟ କରିଛନ୍ତି। ସେମାନଙ୍କ ନାମ “ଜୀବନ-ପୁସ୍ତକ”ରେ ଲେଖାଅଛି।


ତୀତସଙ୍କ ସମ୍ବନ୍ଧରେ ଏହା କୁହେ ଯେ, ସେ ମୋର ସହକର୍ମୀ ଓ ସେ ମୋ’ ସହିତ କାର୍ଯ୍ୟ କରି ତୁମ୍ଭମାନଙ୍କୁ ସାହାଯ୍ୟ କରୁଛନ୍ତି। ଅନ୍ୟ ଭାଇମାନଙ୍କ ବିଷୟରେ ଏହା କ ହେ ଯେ, ସେମାନେ ବିଭିନ୍ନ ମଣ୍ଡଳୀଗୁଡ଼ିକରୁ ପଠା ଯାଇଛନ୍ତି, ଓ ଖ୍ରୀଷ୍ଟଙ୍କ ପାଇଁ ଗୌରବ ସ୍ୱରୂପ।


ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ।


ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେବ, ‘ତୁମ୍ଭେ ଗ୍ଭଲିଯାଅ। ମୋତେ ହଇରାଣ କର ନାହିଁ। ଦୁଆର ବନ୍ଦ ହୋଇ ଗଲାଣି। ମୁଁ ଓ ମୋ’ ପିଲାମାନେ ଶୋଇବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦେବାକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।’


“ଯେଉଁ ଲୋକ ତୁମ୍ଭକୁ ସ୍ୱୀକାର କରେ, ସେ ମୋତେ ମଧ୍ୟ ସ୍ୱୀକାର କରେ, ଯେଉଁ ଲୋକ ମୋତେ ସ୍ୱୀକାର କରେ, ସେ ମୋତେ ପଠାଇଥିବା ପରମେଶ୍ୱରଙ୍କକୁ ମଧ୍ୟ ସ୍ୱୀକାର କରେ।


ଯଦି କେହିହେଲେ ତୁମ୍ଭର ସ୍ୱାଗତ କରୁ ନାହାନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାନ୍ତି, ତେବେ ସେ ଘର ବା ନଗର ଛାଡ଼ିଦିଅ। ତୁମ୍ଭ ପାଦରେ ଲାଗିଥିବା ଧୂଳି ମଧ୍ୟ ସେହିଠାରେ ଝାଡ଼ିଦିଅ।


ସେହି ଭାଇମାନେ ଖ୍ରୀଷ୍ଟଙ୍କର ସେବା ପାଇଁ ଭ୍ରମଣ କରନ୍ତି। ସେମାନେ ବିଶ୍ୱାସ ନ କରୁଥିବା ଲୋକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ।


ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସେଠାରେ ନେତା ହୋଇ ରହିବା ପାଇଁ ଗ୍ଭହେଁ।


ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ? ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ?


Swiv nou:

Piblisite


Piblisite