Biblia Todo Logo
Bib sou entènèt

- Piblisite -




୩ ଯୋହନ 1:5 - ପବିତ୍ର ବାଇବଲ

5 ମୋର ପ୍ରିୟ ବନ୍ଧୁ, ଏହା ଉତ୍ତମ ଯେ ତୁମ୍ଭେ ଖ୍ରୀଷ୍ଟରେ ଥିବା ଭାଇମାନଙ୍କୁ ସାହାଯ୍ୟ କରୁଛ। ତୁମ୍ଭେ ଅପରିଚିତ ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପ୍ରିୟ ବନ୍ଧୁ, ତୁମ୍ଭେ ଭ୍ରାତୃଗଣ, ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ଵସ୍ତ ଭାବରେ କରୁଅଛ।

Gade chapit la Kopi

ଓଡିଆ ବାଇବେଲ

5 ପ୍ରିୟ ବନ୍ଧୁ, ତୁମ୍ଭେ ଭ୍ରାତୃଗଣ, ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ୱସ୍ତ ଭାବରେ କରୁଅଛ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ପ୍ରିୟ ବନ୍ଧୁ, ଖ୍ରୀଷ୍ଟୟାନ ପ୍ରତି, ଏପରି କି ସେମାନେ ଅପରିଚିତ ହୋଇଥିଲେ ସୁଦ୍ଧା, ସେମାନଙ୍କ ପ୍ରତି ତୁମେ ଅତି ବିଶ୍ୱସ୍ତ ଆଚରଣ କରୁଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପ୍ରିୟ ବନ୍ଧୁ, ତୁମ୍ଭେ ଆପଣା ଭ୍ରାତୃଗଣ ପ୍ରତି ଏବଂ ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ୱସ୍ତ ଭାବରେ କରୁଅଛ।

Gade chapit la Kopi




୩ ଯୋହନ 1:5
13 Referans Kwoze  

ତେଣୁ ଯେତେବେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁଯୋଗ ପାଉ, ଆମ୍ଭେ ଅବଶ୍ୟ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ୱାସୀ ଅଟନ୍ତି, ସେମାନଙ୍କ ପ୍ରତି ଆମ୍ଭକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।


ତୁମ୍ଭେମାନେ ଯାହା କହୁଛ, ଯାହାକିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ଯ୍ୟ ମଧ୍ୟରେ ପରମପିତା ପରମେଶ୍ୱରଙ୍କୁ ଯୀଶୁଙ୍କ ମାଧ୍ୟମରେ ଧନ୍ୟବାଦ ଜଣାଅ।


ଏହା ଶୁଣି ଯୀଶୁ କହିଲେ, “ବିଶ୍ୱାସୀ ଓ ବୁଦ୍ଧିମାନ ସେବକ କିଏ? ମାଲିକ ଅନ୍ୟ ସେବକମାନଙ୍କୁ ସେମାନଙ୍କର ଖାଦ୍ୟ ଠିକ୍ ସମୟରେ ଦେବା ପାଇଁ ଜଣେ ଗ୍ଭକରକୁ ଦାୟିତ୍ୱ ଦେଇଥା’ନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ୱାସ କରିବେ ସେ ସେବକ କିଏ?


“କିଏ ବିଶ୍ୱାସ ଯୋଗ୍ୟ ଓ ବିଜ୍ଞ ଗ୍ଭକର? ଯିଏ ଅନ୍ୟ ଗ୍ଭକରମାନଙ୍କୁ ଠିକ୍ ସମୟରେ ସେମାନଙ୍କର ଖାଦ୍ୟ ଦେବ, ମାଲିକ ସେହିଭଳି ଗ୍ଭକରକୁ ବିଶ୍ୱାସ କରିଥା’ନ୍ତି। କିଏ ସେ ଗ୍ଭକର, ସେହି କାମ କରିବା ପାଇଁ, ସେ କେଉଁ ଗ୍ଭକରକୁ ବିଶ୍ୱାସ କରିବେ?


ସେହି ସମୟରେ ସେଠାରେ ପ୍ରାୟ ଶହେକୋଡ଼ିଏ ଜଣ ବିଶ୍ୱାସୀ ଏକତ୍ର ହୋଇଥିଲେ। ପିତର ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ,


ପରମେଶ୍ୱରଙ୍କ ନିଜ ଲୋକମାନଙ୍କର କାମରେ ସାହାଯ୍ୟ କର। ଯେଉଁମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସେମାନଙ୍କୁ ଅତିଥି ଭାବରେ ସ୍ୱାଗତ କର।


ନିଜ ଘରେ ସ୍ୱାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବା କଥା ମନେରଖ। କେତେବେଳେ ଏହିପରି କରି ଅଜଣାତରେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରିଛନ୍ତି।


ଖ୍ରୀଷ୍ଟରେ କେତେକ ଭାଇମାନେ ଏଠାକୁ ଆସିଲେ ଓ ସତ୍ୟ ପ୍ରତି ତୁମ୍ଭର ବିଶ୍ୱସ୍ତତା ସମ୍ପର୍କରେ କହିଲେ। ସେମାନେ ମୋତେ କହିଲେ ଯେ ତୁମ୍ଭେ ଅବିରତ ସତ୍ୟ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି।


ମୁଁ ସେଠାରୁ ଆସିଲେ, ଦିୟତ୍ରିଫାର କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟରେ ମିଥ୍ୟା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସେବା କରୁଥିବା ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁ ନାହିଁ। ଯେଉଁମାନେ ସେହି ଭାଇମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ମଧ୍ୟ ସେ ମନା କରୁଛି। ସେ ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦିଏ।


ଯେଉଁ ଗ୍ଭକରଟି ପାଞ୍ଚ ତୋଡ଼ା ରୂପାଟଙ୍କା ନେଇଥିଲା, ସେ ତୁରନ୍ତ ସେହି ଟଙ୍କାକୁ ବ୍ୟବସାୟରେ ଲଗାଇଦେଲା। ସେ ଆଉ ପାଞ୍ଚ ତୋଡ଼ା ରୂପାଟଙ୍କା ଲାଭକଲା।


Swiv nou:

Piblisite


Piblisite