Biblia Todo Logo
Bib sou entènèt

- Piblisite -




୩ ଯୋହନ 1:2 - ପବିତ୍ର ବାଇବଲ

2 ପ୍ରିୟ ବନ୍ଧୁ, ମୁଁ ଜାଣେ, ତୁମ୍ଭର ଆତ୍ମା କୁଶଳରେ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ତୁମ୍ଭେ ସବୁ ଦୃଷ୍ଟିରୁ ଭଲରେଥିବ। ତୁମ୍ଭର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପ୍ରିୟ ବନ୍ଧୁ, ତୁମ୍ଭ ଆତ୍ମାର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଓ ତୁମ୍ଭେ ସ୍ଵାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା।

Gade chapit la Kopi

ଓଡିଆ ବାଇବେଲ

2 ପ୍ରିୟ ବନ୍ଧୁ, ତୁମ୍ଭ ଆତ୍ମାର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଓ ତୁମ୍ଭେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ପ୍ରିୟ ବନ୍ଧୁ, ତୁମର ସ୍ୱାସ୍ଥ୍ୟ ଓ ସର୍ବଶୁଭ କାମନା କରି ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି- ମୁଁ ଜାଣେ, ଆଧାତ୍ମିକ ଜୀବରେ ତୁମେ ବେଶ୍ ସୁସ୍ଥ ଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପ୍ରିୟ ବନ୍ଧୁ, ତୁମ୍ଭ ଜୀବନର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଏବଂ ତୁମ୍ଭେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା।

Gade chapit la Kopi




୩ ଯୋହନ 1:2
19 Referans Kwoze  

କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।


ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର।


ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ୍ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ୱାସ ଯେହେତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି।


କେବଳ ନିଜ ଜୀବନ ବିଷୟରେ ଆଗ୍ରହୀ ନ ହୋଇ, ଅନ୍ୟ ଲୋକମାନଙ୍କର ଜୀବନ ବିଷୟରେ ମଧ୍ୟ ଆଗ୍ରହୀ ହୁଅ।


“ମୁଁ ତୁମ୍ଭର କଷ୍ଟ ଜାଣେ। ମୁଁ ଜାଣେ, ତୁମ୍ଭେ ଗରିବ। କିନ୍ତୁ ପ୍ରକୃତରେ ତୁମ୍ଭେ ଧନୀ। ତୁମ୍ଭ ବିରୁଦ୍ଧରେ ଅପବାଦ ମୁଁ ଶୁଣିଛି। ସେହି ମନ୍ଦକଥା କହିବା ଲୋକମାନେ ଯିହୂଦୀ ଅଟନ୍ତି। କିନ୍ତୁ ସେମାନେ ପ୍ରକୃତ ଯିହୂଦୀ ନୁହନ୍ତି। ସେମାନେ ଶୟତାନର ଦଳର ଲୋକ।


ମୋ’ ଭାଇ ଓ ଭଉଣୀମାନେ! ମନେରଖ ଯେକୌଣସି ପ୍ରତିଜ୍ଞା କଲାବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ସ୍ୱର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। “ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ୟସ୍ତ ହେବ ନାହିଁ।”


ସେ ଅସୁସ୍ଥ ଥିଲେ ଓ ମୃତ୍ୟୁର ଦ୍ୱାର ଦେଶରେ ଥିଲେ। କିନ୍ତୁ ପରମେଶ୍ୱର ତାହାଙ୍କୁ ଓ ମୋତେ ମଧ୍ୟ ସାହାଯ୍ୟ କଲେ, ଯେପରି ମୋ’ ପାଇଁ ଅଧିକ ଦୁଃଖ ନ ଘଟେ।


ଭାଇ ଓ ଭଉଣୀମାନେ! ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ୍। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଥିବା ଯୋଗୁଁ ତୁମ୍ଭେମାନେ ଉଦ୍ଧାର ପାଇଛ।


ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, “ଜଣେ ସୁସ୍ଥଲୋକ ପାଇଁ ଡାକ୍ତର ଆବଶ୍ୟକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର।


ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।


Swiv nou:

Piblisite


Piblisite