୨ ତୀମଥି 3:15 - ପବିତ୍ର ବାଇବଲ15 ପିଲାବେଳୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସେହି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରି ପାରିବ ଓ ସେହି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ୱାସ ମାଧ୍ୟମରେ ମୁକ୍ତି ଆଡ଼କୁ ଆଗେଇନେବ। Gade chapit laପବିତ୍ର ବାଇବଲ (Re-edited) - (BSI)15 ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସ ଦ୍ଵାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟକାଳଠାରୁ ଜ୍ଞାତ ଅଛ। Gade chapit laଓଡିଆ ବାଇବେଲ15 ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ । Gade chapit laପବିତ୍ର ବାଇବଲ (CL) NT (BSI)15 ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ପରିତ୍ରାଣ ଲାଭ କରିବା ଜ୍ଞାନ ଯେଉଁ ପବିତ୍ର ଧର୍ମଶାସ୍ତ୍ରରେ ସନ୍ନିବେଶିତ, ତୁମେ ବାଲ୍ୟକାଳରୁ ସେ ସବୁ ଶାସ୍ତ୍ର ପଢ଼ି ବୁଝିଛ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ। Gade chapit la |
ତା'ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ୱାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ୱରଙ୍କର ଜଣେ ସେବକ ମାତ୍ର। ତେଣୁ ପରମେଶ୍ୱରଙ୍କୁ ଉପାସନା କର! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେଉଛି ଭବିଷ୍ୟଦ୍ବାଣୀର ମୂଳ ଆତ୍ମା ସ୍ୱରୂପ।’’
ଯୋଶିୟ ପରମେଶ୍ୱରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ୱର ଅଷ୍ଟମ ବର୍ଷରେ ଅନୁସରଣ କରିଥିଲେ। ଯୋଶିୟ ପରମେଶ୍ୱରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ସେ ଅଳ୍ପ ବୟସ୍କ ଥିଲେ। ଯୋଶିୟଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ସେ ଯିହୁଦା ଓ ଯିରୁଶାଲମରେ ଥିବା ଉଚ୍ଚସ୍ଥାନ, ଆଶେରା ସ୍ତମ୍ଭ, ଖୋଦିତ ପ୍ରତିମା ଓ ଢାଞ୍ଚାରେ ଢଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।
ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। ବେଳେବେଳେ ପାଉଲଙ୍କ ପତ୍ରରେ କେତେକ କଥା ବୁଝିବା ପାଇଁ କଷ୍ଟକର ହୁଏ। କେତେଲୋକ ସେହି କଥାଗୁଡ଼ିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି। ସେମାନେ ମୂର୍ଖ ଓ ବିଶ୍ୱାସରେ ଦୁର୍ବଳ। ସେହି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ ମଧ୍ୟ ଭୁଲଭାବେ ବୁଝାଇଥା’ନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନେ ନିଜର ଅନିଷ୍ଟ କରୁଛନ୍ତି।