Biblia Todo Logo
Bib sou entènèt

- Piblisite -




୨ ତୀମଥି 2:11 - ପବିତ୍ର ବାଇବଲ

11 ଏହି ଶିକ୍ଷା ସତ୍ୟ ଅଟେ: ଯଦି ଆମ୍ଭେ ତାହାଙ୍କ ସହିତ ମରୁ, ତା'ହେଲେ ଆମ୍ଭେ ତାହାଙ୍କ ସହିତ ବଞ୍ଚିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଏହି ବାକ୍ୟ ବିଶ୍ଵାସ୍ୟ, ଯଦି ଆମ୍ଭେମାନେ ତାହାଙ୍କ ସହିତ ମୃତ୍ୟୁ ଭୋଗ କରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ସଜୀବ ହେବା;

Gade chapit la Kopi

ଓଡିଆ ବାଇବେଲ

11 ଏହି ବାକ୍ୟ ବିଶ୍ୱାସଯୋଗ୍ୟ, ଯଦି ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ଏ କଥା ଏକ ନିରାଟ ସତ୍ୟ: ତାଙ୍କ ସହିତ ଆମ୍ଭେମାନେ ଯଦି ମୃତ୍ୟୁଭୋଗ କରିଛୁ, ତାଙ୍କ ସହିତ ସଜୀବ ହୋଇ ମଧ୍ୟ ରହିବୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏହି ବାକ୍ୟ ବିଶ୍ୱାସଯୋଗ୍ୟ, ଯଦି ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା;

Gade chapit la Kopi




୨ ତୀମଥି 2:11
12 Referans Kwoze  

ଆମ୍ଭେ ଯଦି ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁବରଣ କରିଛୁ, ତା'ହେଲେ ଜାଣୁ ଯେ ଆମ୍ଭେ ମଧ୍ୟ ତାହାଙ୍କ ସହିତ ଜୀବିତ ରହିବା।


ମୁଁ ଯାହା କହୁଛି ତାହା ସତ୍ୟ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସେମାନଙ୍କ ମଧ୍ୟରେ ସବୁଠାରୁ ଜଘନ୍ୟ ପାପୀ।


ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ ଓ ଆମ୍ଭେ ମଧ୍ୟ ମୃତ୍ୟୁ ଦ୍ୱାରା ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ। ଖ୍ରୀଷ୍ଟ ମୃତ୍ୟୁରୁ ଜୀବିତ ହେବା ଭଳି ଆମ୍ଭେ ମଧ୍ୟ ମୃତ୍ୟୁରୁ ଜୀବିତ ହୋଇ ତାହାଙ୍କ ସହିତ ସଂଯୁକ୍ତ ହେବା।


ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ୟୁର ସମ୍ମୁଖୀନ ଯେପରିକି ତାହାଙ୍କର ଜୀବନ ମଧ୍ୟ ଆମ୍ଭ ଭିତରେ ପ୍ରକାଶିତ ହେବ।


ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମୋତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମୋତେ ଦେଖି ପାରିବ। ତୁମ୍ଭେମାନେ ଜୀବିତ ରହିବ, କାରଣ ମୁଁ ଜୀବିତ।


ତାହା ହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ୱାସ ଯୋଗ୍ୟ ଅଟେ। ମୁଁ ଗ୍ଭହେଁ ଯେ ଲୋକେ ଏହି ବିଷୟ ବୁଝନ୍ତୁ ବୋଲି ତୁମ୍ଭେ ନିଶ୍ଚିତ ହୁଅ। ତା'ହେଲେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକେ, ଭଲ କାମଗୁଡ଼ିକ କରିବା ପାଇଁ ନିଜ ଜୀବନକୁ ନିୟୋଜିତ କରିବା ବିଷୟରେ ଆଗ୍ରହୀ ହେବେ। ଏହି କଥାଗୁଡ଼ିକ ଭଲ ଓ ସବୁ ଲୋକଙ୍କୁ ସାହାଯ୍ୟ କରିବ।


ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ରହି ପାରିବା ବୋଲି, ସେ ଆମ୍ଭ ପାଇଁ ମଲେ। ଯେତେବେଳେ ଯୀଶୁ ଆସିବେ, ସେହି ସମୟରେ ଆମ୍ଭେ ଜୀବିତ ରହିବା କି ମରିଯାଇଥିବା, ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ।


ତା'ପରେ ସେ ସମୟରେ ଆମ୍ଭେ ଜୀବିତ ଥିବା ଲୋକେ ମୃତଲୋକମାନଙ୍କ ସହିତ ଏକାଠି ରୁଣ୍ଡ ହେବା। ଆମ୍ଭକୁ ମେଘମାଳା ଭିତରକୁ ନିଆଯିବ ଓ ସେଠାରେ ବାୟୁମଣ୍ଡଳରେ ଆମ୍ଭେ ପ୍ରଭୁଙ୍କୁ ସାକ୍ଷାତ କରିବୁ।


ଏହା ସତ୍ୟ ଯେ, ଯେତେବେଳେ ଖ୍ରୀଷ୍ଟ କ୍ରୁଶ ଉପରେ ଚଢ଼ିଲେ ସେତେବେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ୱରଙ୍କ ମହାଶକ୍ତିରେ ସେ ଜୀବିତ। ଆମ୍ଭେ ମଧ୍ୟ ଖ୍ରୀଷ୍ଟଙ୍କଠାରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ୱରଙ୍କ ଶକ୍ତିରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ୟ ଜୀବିତ ହୋଇ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ।


ମୁଁ ଯାହା କହୁଛି ତାହା ସତ୍ୟ: ଯଦି କେହି ଅଧ୍ୟକ୍ଷ ହେବା ପାଇଁ ଚେଷ୍ଟା କରେ, ତେବେ ସେ ଭଲ କାର୍ଯ୍ୟ ଗ୍ଭହୁଁଛନ୍ତି।


Swiv nou:

Piblisite


Piblisite