୨ ଥେସଲନୀକୀୟ 2:3 - ପବିତ୍ର ବାଇବଲ3 ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକାରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ ସଂଘଟିତ ନ ହେଲା ପର୍ଯ୍ୟନ୍ତ ପ୍ରଭୁଙ୍କର ସେହି ଦିନଟି ଆସିବ ନାହିଁ। ମନ୍ଦ ବ୍ୟକ୍ତିର ଦେଖା ନ ଦେବା ପର୍ଯ୍ୟନ୍ତ ସେହି ଦିନଟି ଆସିବ ନାହିଁ। ସେହି ମନ୍ଦ ବ୍ୟକ୍ତି ନରକର ଅଟେ। Gade chapit laପବିତ୍ର ବାଇବଲ (Re-edited) - (BSI)3 କେହି କୌଣସି ପ୍ରକାରେ ତୁମ୍ଭମାନଙ୍କର ଭ୍ରାନ୍ତି ନ ଜନ୍ମାଉ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ। Gade chapit laଓଡିଆ ବାଇବେଲ3 କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ । Gade chapit laପବିତ୍ର ବାଇବଲ (CL) NT (BSI)3 ଏହିପରି କହି ତୁମ୍ଭମାନଙ୍କୁ କେହି କୌଣସି ପ୍ରକାରେ ପ୍ରତାରଣା ନ କରୁ। ଈଶ୍ୱରଙ୍କ ବିରୁଦ୍ଧରେ ଅନ୍ତିମ ବିଦ୍ରୋହ ନ ଘଟିବା ପର୍ଯ୍ୟନ୍ତ ଓ ସେହି ନରକଗାମୀ “ପାପାତ୍ମା” ଆତ୍ମପ୍ରକାଶ ନ କରିବା ପର୍ଯ୍ୟନ୍ତ ସେହି ଦିନ ଆସିବ ନାହିଁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଆଗମନର ଦିନ ଉପସ୍ଥିତ ହେବ ନାହିଁ। Gade chapit la |
ଅଥବା, ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। ନିଜକୁ ପ୍ରତାରଣା କର ନାହିଁ। ଯେଉଁମାନେ ଯୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ୟଭିଗ୍ଭରୀ, ସମଲିଙ୍ଗୀ, ସ୍ୱାର୍ଥପର, ଗ୍ଭେର, ମଦୁଆ, ପରନିନ୍ଦକ ଓ ଠକୁଆ, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ।