Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 9:13 - ପବିତ୍ର ବାଇବଲ

13 ମଫୀବୋଶ‌‌ତ୍‌‌ଙ୍କର ଦୁଇ ଗୋଡ଼ ଛୋଟା ଥିଲା। ସେ ସର୍ବଦା ଯିରୁଶାଲମରେ ବାସ କରୁଥିଲେ ଓ ରାଜା ଦାଉଦଙ୍କ ପାଖରେ ସର୍ବଦା ତାଙ୍କ ଟେବୁଲରେ ଖାଉଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଏହିରୂପେ, ମଫୀବୋଶତ୍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ତାହାର ଦୁଇ ପାଦ ଛୋଟା ଥିଲା।

Gade chapit la Kopi

ଓଡିଆ ବାଇବେଲ

13 ଏହିରୂପେ, ମଫୀବୋଶତ୍‍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ଯଦିଓ ତାହାର ଦୁଇ ପାଦ ଛୋଟା ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏହିରୂପେ, ମଫୀବୋଶତ୍‍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ଯଦିଓ ତାହାର ଦୁଇ ପାଦ ଛୋଟା ଥିଲା।

Gade chapit la Kopi




2 ଶାମୁୟେଲ 9:13
7 Referans Kwoze  

ଦାଉଦ ମଫୀବୋଶ‌‌ତ୍‌‌କୁ କହିଲେ, “ଭୟ କର ନାହିଁ, ମୁଁ ତୁମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁଁ ତୁମ୍ଭକୁ ଦୟା ଦେଖାଉଛି। ମୁଁ ତୁମ୍ଭକୁ ତୁମ୍ଭ ଜେଜେ ବାପା ଶାଉଲଙ୍କର ସମସ୍ତ ସମ୍ପତ୍ତି ତୁମ୍ଭକୁ ଫେରାଇ ଦେବି। ତୁମ୍ଭେ ମଧ୍ୟ ମୋ’ ପାଖରେ ସବୁଦିନ ଭୋଜନ କରିବ।”


ରାଜା କହିଲେ, “ଆଉ ଶାଉଲ ପରିବାରର କେହି ଅଛନ୍ତି କି? ପରମେଶ୍ୱରଙ୍କର ଦୟା ସେମାନଙ୍କୁ ଦେବାକୁ ଗ୍ଭହୁଁଛି।” ସୀବଃ ରାଜା ଦାଉଦକୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ମଧ୍ୟ ବଞ୍ଚିଛି। ସେ ଛୋଟା ଅଟେ।”


ମଫୀବୋଶ‌‌ତ୍‌‌ର ଏକ ସାନ ପୁତ୍ର ଥିଲା। ଯାହାର ନାମ ଥିଲା ମୀଖା। ସୀବଃ ବଂଶର ପ୍ରତ୍ୟେକ ଲୋକ ମଫୀବୋଶ‌‌ତ୍‌‌ର ଦାସ ହୋଇ ରହିଲେ।


ଆଉ ଯିହୋୟାଖୀନ୍ ଆପଣା କାରାଗାର ପୋଷାକ ବଦଳାଇ ଅବଶିଷ୍ଟ ଜୀବନ ରାଜାଙ୍କ ସମ୍ମୁଖରେ ଭୋଜନ କଲା।


ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଏକ ପୁତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତେବେଳେ ତାକୁ ମାତ୍ର ପାଞ୍ଚ ବର୍ଷ ବୟସ ହୋଇଥିଲା, ସେତେବେଳେ ଯିଷ୍ରିୟେଲରୁ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକୁ ହତ୍ୟା କରାଯାଇଛି। ଯେତେବେଳେ ମଫୀବୋଶ‌‌ତ୍‌‌ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକୁ ଉଠାଇଲା ଏବଂ ସେ ଭୟରେ ଦୌଡ଼ି ପଳାଇଲା। କିନ୍ତୁ ପିଲାଟି ତଳେ ପଡ଼ିଗଲା ଏବଂ ତା'ପରେ ତା'ର ଦୁଇ ଗୋଡ଼ ଛୋଟା ହୋଇଗଲା।


କିନ୍ତୁ ମୋର ଦାସ ମୋତେ ପ୍ରବଞ୍ଚନା କଲା। ସେ ହିଁ ଆପଣଙ୍କ ପାଖକୁ ଗଲା ଓ ସେ ଆପଣଙ୍କ ଆଗରେ ମୋର ଅପବାଦ କରିଅଛି। କିନ୍ତୁ ହେ ମୋର ପ୍ରଭୁ ଓ ମହାରାଜ, ଆପଣ ହେଉଛନ୍ତି ପରମେଶ୍ୱରଙ୍କର ଜଣେ ଦୂତପରି, ତେଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ତାହା କରନ୍ତୁ।


Swiv nou:

Piblisite


Piblisite