Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 9:1 - ପବିତ୍ର ବାଇବଲ

1 ଦାଉଦ ପଗ୍ଭରିଲେ, “ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁଁ ସେମାନଙ୍କ ଉପରେ ଦୟା କରିବାକୁ ଗ୍ଭହେଁ। ମୁଁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହୁଁଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଦାଉଦ ପଚାରିଲେ, ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି?

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଦାଉଦ ପଚାରିଲେ, “ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଦାଉଦ ପଚାରିଲେ, “ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି?”

Gade chapit la Kopi




2 ଶାମୁୟେଲ 9:1
15 Referans Kwoze  

ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ। ଆମ୍ଭେ ସଦାପ୍ରଭୁଙ୍କ ନିକଟରେ ଶପଥ କରିଅଛୁ, ଆମ୍ଭେ ସର୍ବଦା ବନ୍ଧୁ ହୋଇ ରହିବା। ଆମ୍ଭେ କହିଲୁ ଯେ, ଆମ୍ଭେ ଓ ଆମ୍ଭ ସଦାପ୍ରଭୁ ଚିରଦିନ ପାଇଁ ଆମ୍ଭ ଓ ଆମ୍ଭର ବଂଶଧରମାନଙ୍କର ସାକ୍ଷୀ।”


“ସେତେବେଳେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି। ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣକ ପାଇଁ ଯାହାକିଛି କଲ, ତାହା ତୁମ୍ଭେ ମୋ’ ପାଇଁ କଲ।’


ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ।


ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯଦି କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦିଏ, ତେବେ ତାକୁ ଏଥିପାଇଁ ନିଶ୍ଚୟ ପୁରସ୍କାର ମିଳିବ।


“ଗିଲିୟଦୀୟରୁ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମେଜ ନିକଟରେ ସେମାନଙ୍କ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାୟନ କଲାବେଳେ ସେମାନେ ମୋତେ ସାହାଯ୍ୟ କରିଥିଲେ।


ହେ ମୋର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ଦୁଃଖ କରୁଅଛି। ମୁଁ ତୁମ୍ଭ ସହିତ ଥିବାରୁ ଆନନ୍ଦ ଉପଭୋଗ କରୁଅଛି। ମୋର ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ ଓ ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା।


ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ୟାଗ କର ନାହିଁ। ତୁମ୍ଭର ବିପଦ ଦିନରେ ଆପଣା ଭାଇର ଗୃହକୁ ଯାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପଡ଼ୋଶୀ ଭଲ।


“ଯଦି କେହି ଲୋକ ମୋର ଏହି ଛୋଟ ଓ ସରଳ ଶିଷ୍ୟମାନଙ୍କ ମଧ୍ୟରୁ କାହାରିକୁ ମୋର ଶିଷ୍ୟ ବୋଲି କହି ସାହାଯ୍ୟ କରେ, ତେବେ ସେ ନିଶ୍ଚୟ ତା'ର ପୁରସ୍କାର ପାଇବ। ସେ ଯଦି ମୋ’ ଶିଷ୍ୟମାନଙ୍କୁ କାହାକୁ କେବଳ ଗିନାଏ ଥଣ୍ଡା ପାଣି ଦେଇଥାଏ, ତଥାପି ସେ ତା'ର ପୁରସ୍କାର ପାଇବ।”


ଦାଉଦ ମଫୀବୋଶ‌‌ତ୍‌‌କୁ କହିଲେ, “ଭୟ କର ନାହିଁ, ମୁଁ ତୁମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁଁ ତୁମ୍ଭକୁ ଦୟା ଦେଖାଉଛି। ମୁଁ ତୁମ୍ଭକୁ ତୁମ୍ଭ ଜେଜେ ବାପା ଶାଉଲଙ୍କର ସମସ୍ତ ସମ୍ପତ୍ତି ତୁମ୍ଭକୁ ଫେରାଇ ଦେବି। ତୁମ୍ଭେ ମଧ୍ୟ ମୋ’ ପାଖରେ ସବୁଦିନ ଭୋଜନ କରିବ।”


ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତକୁ ରାଜା ରକ୍ଷା କଲେ। ଯେହେତୁ ସେମାନଙ୍କ ମଧ୍ୟରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କ ଶପଥ ଥିଲା।


Swiv nou:

Piblisite


Piblisite