Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 8:12 - ପବିତ୍ର ବାଇବଲ

12 ଦାଉଦ ଅରାମ, ମୋୟାବ, ଅମ୍ମୋନ, ପଲେଷ୍ଟୀୟ, ଅମାଲେକୀୟ ଏବଂ ସେ ମଧ୍ୟ ସୋବାର ରାଜା ରେହବର ପୁତ୍ର ହଦଦେଷରକୁ ପରାସ୍ତ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଅର୍ଥାତ୍, ଅରାମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟ ଲୋକ ଓ ଅମାଲେକୀୟ-ମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା , ପୁଣି ସୋବାର ରାଜା ରହୋବର ପୁତ୍ର ହଦଦେଷରଠାରୁ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ।

Gade chapit la Kopi

ଓଡିଆ ବାଇବେଲ

12 ଅର୍ଥାତ୍‍, ଅରାମ ଓ ମୋୟାବ ଓ ଅମ୍ମୋନ ସନ୍ତାନଗଣ ଓ ପଲେଷ୍ଟୀୟ ଲୋକ ଓ ଅମାଲେକୀୟମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା, ପୁଣି ସୋବାର ରାଜା ରହୋବର ପୁତ୍ର ହଦଦେଷରଠାରୁ ପ୍ରାପ୍ତ ଲୁଟିତ ଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଅର୍ଥାତ୍‍, ଅରାମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟ ଲୋକ ଓ ଅମାଲେକୀୟମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା, ପୁଣି ସୋବାର ରାଜା ରହୋବର ପୁତ୍ର ହଦଦେଷରଠାରୁ ପ୍ରାପ୍ତ ଲୁଟିତ ଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ।

Gade chapit la Kopi




2 ଶାମୁୟେଲ 8:12
10 Referans Kwoze  

ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନୀୟମାନେ ଅବୀଶୟଙ୍କ ସମ୍ମୁଖରୁ ନିଜର ନଗରକୁ ପଳାୟନ କଲେ। ତା'ପରେ ଯୋୟାବ ଅମ୍ମୋନୀୟଙ୍କୁ ଆକ୍ରମଣ କରି ସାରିବା ପରେ ଯିରୁଶାଲମକୁ ଫେରି ଆସିଲା।


ରାଜା ଦାଉଦ ସେହିସବୁ ବସ୍ତୁକୁ ପବିତ୍ର କଲେ ଓ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ଇଦୋମ, ମୋୟାବ ଓ ଅମ୍ମୋନୀୟ, ପଲେଷ୍ଟୀୟ ଓ ଅମାଲେକୀୟମାନଙ୍କଠାରୁ ଆଣିଥିବା ରୂପା ଓ ସୁନାରେ ଠିକ୍ ସେହି ପ୍ରକାର ସାମଗ୍ରୀ ତିଆରି କଲେ।


ଦାଉଦ ମଧ୍ୟ ମୋୟାବକୁ ପରାସ୍ତ କଲେ। ସେ ସେମାନଙ୍କୁ ଭୂମିରେ ପଡ଼ି ରହିବା ପାଇଁ ବାଧ୍ୟ କଲେ, ସେ ସେମାନଙ୍କୁ ଏକ ଦଉଡ଼ି ଦ୍ୱାରା ଦୁଇ ଦଳରେ ବିଭକ୍ତ କଲେ। ଦୁଇ ଧାଡ଼ିର ପୁରୁଷ ଲୋକମାନଙ୍କୁ ହତ୍ୟା କରାଗଲା, କିନ୍ତୁ ତୃତୀୟ ଧାଡ଼ିଟିକୁ ଜୀବନ୍ତ ଛାଡ଼ି ଦିଆଗଲା। ତା'ପରେ ମୋୟାବୀୟମାନେ ଦାଉଦଙ୍କର ସେବକ ହେଲେ ଓ ତାକୁ କର ଦେଲେ।


ଯୋୟାବ ଅବିଶୟକୁ କହିଲେ, “ଯଦି ଅରାମୀୟମାନେ ମୋ’ ପାଇଁ ଯୁଦ୍ଧରେ ବହୁତ ଶକ୍ତିଶାଳୀ ହୁଅନ୍ତି, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ତୁମ୍ଭ ପାଇଁ ଶକ୍ତିଶାଳୀ ହୁଅନ୍ତି, ତେବେ ମୁଁ ଆସିବି ଏବଂ ତୁମ୍ଭଙ୍କୁ ସାହାଯ୍ୟ କରିବି।


ଦାଉଦ ସମସ୍ତ ମେଷ ଓ ଗାଈମାନ ପୁନର୍ବାର ପାଇଲେ। ଦାଉଦଙ୍କର ଲୋକମାନେ ଏହି ପଶୁଗୁଡ଼ିକୁ ସେମାନଙ୍କ ଆଗେ ଆଗେ ନେଲେ ଓ ସେମାନେ କହିଲେ, “ଏହା ହେଉଛି ଦାଉଦଙ୍କର ଲାଭ।”


ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀୟ, ଅମାଲେକୀୟ ଓ ଗିଷରୀୟ ଲୋକମାନଙ୍କୁ ଆକ୍ରମଣ କରୁଥା’ନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ଯ୍ୟନ୍ତ ଯେଉଁ ଦେଶ, ସେଥି ମଧ୍ୟରୁ ପୂର୍ବକାଳରେ ସେଠାରେ ସେ ଲୋକମାନେ ବାସ କରୁଥିଲେ।


ସେ ଅମାଲେକୀୟ ରାଜା ଆଗା‌ଗ୍‌କୁ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସେନାବୀହିନୀର ଅନ୍ୟ ସମସ୍ତଙ୍କୁ ହତ୍ୟା କଲେ।


ଦାଉଦ ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ବଧ କଲେ। ସେମାନେ ସୂର୍ଯ୍ୟୋଦୟରୁ ପରଦିନ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସେମାନଙ୍କ ସହିତ ଯୁଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢ଼ିଲେ ଏବଂ ପଳାଇଲେ ସେହି ଅମାଲେକୀୟ ବ୍ୟତୀତ କେହି ରକ୍ଷା ପାଇଲେ ନାହିଁ।


Swiv nou:

Piblisite


Piblisite