Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 8:10 - ପବିତ୍ର ବାଇବଲ

10 ତେଣୁ ତୋହି ତାଙ୍କର ପୁତ୍ର ଯୋରାମକୁ ରାଜା ଦାଉଦଙ୍କୁ ଅଭ୍ୟର୍ଥନା କରିବା ପାଇଁ ଓ ଯୁଦ୍ଧରେ ହଦଦେଷର ବିରୁଦ୍ଧରେ ଜୟଲାଭ କରିଥିବାରୁ ଶୁଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରୁ ହଦଦେଷର ତୋହି ସହିତ ଯୁଦ୍ଧରେ ରତ ଥିଲେ। ଯୋରାମ ନିଜ ସଙ୍ଗରେ ସୁନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ୟ ଆଣିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ନିମନ୍ତେ ଓ ହଦଦେଷର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଯୋରାମକୁ ତାଙ୍କ କତିକି ପଠାଇଲା; ଯେହେତୁ ହଦଦେଷର ସଙ୍ଗେ ତୟିର ଯୁଦ୍ଧ ଥିଲା। ପୁଣି ଯୋରାମ୍ ଆପଣା ସଙ୍ଗେ ରୂପାପାତ୍ର ଓ ସୁନାପାତ୍ର ଓ ପିତ୍ତଳପାତ୍ର ନେଇ ଆସିଥିଲା।

Gade chapit la Kopi

ଓଡିଆ ବାଇବେଲ

10 ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ନିମନ୍ତେ ଓ ହଦଦେଷର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଯୋରାମ୍‍କୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷର ସଙ୍ଗେ ତୟିର ଯୁଦ୍ଧ ଥିଲା। ପୁଣି ଯୋରାମ୍‍ ଆପଣା ସଙ୍ଗେ ରୂପା, ସୁନା, ଓ ପିତ୍ତଳର ପାତ୍ର ନେଇ ଆସିଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ନିମନ୍ତେ ଓ ହଦଦେଷର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଯୋରାମ୍‍କୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷର ସଙ୍ଗେ ତୟିର ଯୁଦ୍ଧ ଥିଲା। ପୁଣି ଯୋରାମ୍‍ ଆପଣା ସଙ୍ଗେ ରୂପା, ସୁନା, ଓ ପିତ୍ତଳର ପାତ୍ର ନେଇ ଆସିଥିଲା।

Gade chapit la Kopi




2 ଶାମୁୟେଲ 8:10
9 Referans Kwoze  

ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ, “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ! କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”


ତେଣୁ ତୟି ଅଭ୍ୟର୍ଥନା ଜଣାଇବା ନିମନ୍ତେ ଓ ତାଙ୍କ ସହିତ ସନ୍ଧି କରିବା ନିମନ୍ତେ ନିବେଦନ କରି ଆପଣା ପୁତ୍ର ହଦୋରାମଙ୍କୁ ଦାଉଦଙ୍କ ପାଖକୁ ପଠାଇଲେ। ସେ ଏପରି କଲେ, କାରଣ ତୟି ହଦରେଷରଙ୍କ ବିରୁଦ୍ଧରେ ଯୁଦ୍ଧରେ ଥିଲେ। ତୟି ଦାଉଦଙ୍କୁ ସୁବର୍ଣ୍ଣ, ରୌପ୍ୟ ଓ ପିତ୍ତଳ ନିର୍ମିତ ଉପହାର ପ୍ରଦାନ କଲେ।


ଶାଉଲ ବଳି କାର୍ଯ୍ୟ ସମାପ୍ତ କରିବା ମାତ୍ରକେ ଶାମୁୟେଲ ସେଠାରେ ପହଞ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ।


ସେହି ସମୟରେ ବାବିଲ ରାଜା ବ‌ଲ୍‌ଦନର ପୁତ୍ର ମରୋଦକ୍-ବ‌ଲ୍‌ଦନ୍ ହିଜକିୟ ନିକଟକୁ ପତ୍ର ଓ ଦର୍ଶନୀ ପଠାଇଲା। କାରଣ ହିଜକିୟଙ୍କର ଅସୁସ୍ଥତା ଓ ଆରୋଗ୍ୟ ଲାଭ ସେ ଶୁଣିଥିଲା।


ଯୋଷେଫ ସେମାନଙ୍କୁ ସେମାନଙ୍କର ଭଲମନ୍ଦ ବିଷୟରେ ପଗ୍ଭରିଲେ। ତା'ପରେ ଯୋଷେଫ କହିଲେ, “ତୁମ୍ଭର ବୃଦ୍ଧ ପିତା କିପରି ଅଛନ୍ତି? ସେ ଏବେ ଭଲରେ ବଞ୍ଚିଛନ୍ତି ତ?”


ହମାତର ରାଜା ତୋହି ଶୁଣିବାକୁ ପାଇଲେ ଯେ ଦାଉଦ ହଦଦେଷର ସମସ୍ତ ସୈନ୍ୟମାନଙ୍କୁ ପରାସ୍ତ କରିଛନ୍ତି।


ଦାଉଦ ସେସବୁ ଦ୍ରବ୍ୟକୁ ଗ୍ରହଣ କଲେ ଓ ସଦାପ୍ରଭୁଙ୍କୁ ସେଗୁଡ଼ିକୁ ଅର୍ପଣ କଲେ। ସେ ସେଗୁଡ଼ିକୁ ଅନ୍ୟ ସୁନା, ରୂପାର ଦ୍ରବ୍ୟ ପାଖରେ ରହିଲେ, ଯାହା ସେ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ସେଗୁଡ଼ିକୁ ଯେଉଁ ଦେଶକୁ ପରାସ୍ତ କରୁଥିଲେ, ସେହି ଦେଶରୁ ଦ୍ରବ୍ୟମାନ ଆଣୁଥିଲେ।


ସଦାପ୍ରଭୁଙ୍କ ପାଇଁ ଉପହାର ନେଇ ବହୁତ ଲୋକ ଯିରୁଶାଲମକୁ ଆସିଲେ। ସେମାନେ ଯିହୁଦାର ରାଜା ହିଜକିୟଙ୍କ ପାଇଁ ମୂଲ୍ୟବାନ୍ ସାମଗ୍ରୀ ଆଣିଲେ। ସମସ୍ତ ଦେଶର ଲୋକମାନେ ହିଜକିୟଙ୍କୁ ସମ୍ମାନ କଲେ।


Swiv nou:

Piblisite


Piblisite