Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 7:9 - ପବିତ୍ର ବାଇବଲ

9 ଏହା ପରେ ତୁମ୍ଭେ ଯେଉଁ ସ୍ଥାନକୁ ଗଲ, ମୁଁ ତୁମ୍ଭ ସହିତ ଗଲି ଓ ତୁମ୍ଭର ସମସ୍ତ ଶତ୍ରୁମାନଙ୍କୁ ଧ୍ୱଂସ କଲି ଏବଂ ମୁଁ ତୁମ୍ଭକୁ ପୃଥିବୀର ବିଖ୍ୟାତ ଲୋକମାନଙ୍କ ମଧ୍ୟରୁ ଜଣେ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ମହାନାମ କରିବା।

Gade chapit la Kopi

ଓଡିଆ ବାଇବେଲ

9 ପୁଣି ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାନ ଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ମହାନାମ କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାନ ଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ମହାନାମ କରିବା।

Gade chapit la Kopi




2 ଶାମୁୟେଲ 7:9
23 Referans Kwoze  

ଆଉ ସର୍ବଶକ୍ତିମାନ ସଦାପ୍ରଭୁ ଦାଉଦଙ୍କର ସହାୟ ହେବାରୁ ଦାଉଦ ଆହୁରି ଅଧିକରୁ ଅଧିକ ଶକ୍ତିଶାଳୀ ହେଲେ।


ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ୟାତ ଲୋକଙ୍କ ମଧ୍ୟରେ ଜଣେ କରିବା।


ତା'ପରେ ଦାଉଦ ଦମ୍ମେଶକର ଅରାମ ସୀମାରେ ସୈନ୍ୟଦଳମାନଙ୍କୁ ମୁତୟନ କଲେ। ଏବଂ ଅରାମୀୟମାନେ ଦାଉଦଙ୍କର ସେବକ ହୋଇଗଲେ। ସେମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଏହିଭଳି ଭାବରେ ଦାଉଦ ଯେଉଁ ଆଡ଼କୁ ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ।


ସଦାପ୍ରଭୁ ଦାଉଦଙ୍କ ସହିତ ଥିଲେ। ତେଣୁ ଦାଉଦ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେଲେ।


ଦାଉଦ ଦୁର୍ଗ ରକ୍ଷକ ସେନାଙ୍କୁ ଇଦୋମରେ ମୁତୟନ କଲେ। ସେ ଇଦୋମ ସାରା ବହୁତ ଦୁର୍ଗ ରକ୍ଷକ ସେନାଙ୍କୁ ମୁତୟନ କଲେ। ସମସ୍ତ ଇଦୋମୀୟଗଣ ଦାଉଦଙ୍କର ଦାସ ହେଲେ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ।


ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଙ୍କେତ ହେବ।


ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।


ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।


ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ। ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।


ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ। ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।


ଯେଉଁ ସମୟରେ ସଦାପ୍ରଭୁ ଯାବତୀୟ ଶତ୍ରୁ ହସ୍ତରୁ ଓ ଶାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ। ସେ ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କଲେ।


ତେଣୁ ଶାଉଲ, ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ସମସ୍ତେ ସେଦିନ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ମଲେ।


ଏହା ପରେ ସେମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଇକ୍ରୋଣକୁ ପଠାଇଲେ। ଯେତେବେଳେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଆସିଲା। ଇକ୍ରୋଣୀୟମାନେ ଚିତ୍କାର କରି କହିଲେ, “ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକଙ୍କୁ ବଧ କରିବା ପାଇଁ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟକୁ ଆଣିଛ।”


ଦାଉଦ ଲବଣ ନାମକ ଉପତ୍ୟକାରେ ଅରାମୀୟମାନଙ୍କର 18,000 ସୈନ୍ୟଙ୍କୁ ବଧ କରିଥିଲେ ଓ ସେ ଯେତେବେଳେ ଘରକୁ ଫେରିଲେ ସେତେବେଳେ ବହୁତ ଖ୍ୟାତି ଅର୍ଜ୍ଜନ କରିଥିଲେ।


ଏଗୁଡ଼ିକ ଦାଉଦଙ୍କର ଶେଷ କଥା, “ଯିଶୀର ପୁତ୍ର ଦାଉଦ କହନ୍ତି ଏହି ବ୍ୟକ୍ତିକୁ ପରମେଶ୍ୱର ମହାନ କରିଛନ୍ତି ଏବଂ ଯିଏ କି ଯାକୁବଙ୍କର ପରମେଶ୍ୱର ଅଭିଷିକ୍ତ ଏବଂ ଯିଏ ଇସ୍ରାଏଲର ସୁମଧୁର ଗାୟକ କହନ୍ତି,


ଏହିପରି ଭାବରେ ସଦାପ୍ରଭୁ ଯିହୋଶୂୟଙ୍କ ସହିତ ରହିଲେ ଓ ଯିହୋଶୂୟଙ୍କର କୀର୍ତ୍ତି ଗ୍ଭରିଆଡ଼େ ବ୍ୟାପିଲା।


ପଲେଷ୍ଟୀୟମାନଙ୍କର ଅଧିପତିମାନେ ଇସ୍ରାଏଲୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ଆସିଲେ କିନ୍ତୁ ପ୍ରତ୍ୟେକ ଥର ଦାଉଦ ସେମାନଙ୍କୁ ପରାସ୍ତ କଲେ। ଦାଉଦ ଶାଉଲଙ୍କର ଅତି ଦକ୍ଷ ଅଧିକାରୀ ହେଲେ। ଦାଉଦ ଅଧିକ ମାନ୍ୟ ପାଇଲେ।


ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଦଳିଲି, ମୁଁ ସଡ଼କରେ କାଦୁଅ ପରି ସେମାନଙ୍କୁ ଦଳିଲି। ସେମାନଙ୍କୁ ଛତରାଇ ଦେଲି।


ହେ ପରମେଶ୍ୱର, ତୁମ୍ଭେ ପ୍ରକୃତରେ ସେହି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ। ଯେତେବେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା'ର ଆନନ୍ଦ ଆହୁରି ବଢ଼ିଯାଏ।


Swiv nou:

Piblisite


Piblisite