Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 7:7 - ପବିତ୍ର ବାଇବଲ

7 ମୁଁ ସମୁଦାୟ ଇସ୍ରାଏଲ ସନ୍ତାନ ସହିତ ଯେ ସବୁ ସ୍ଥାନକୁ ଗମନାଗମନ କଲି, ମୁଁ ମୋର ଇସ୍ରାଏଲର ଏହିପରି କୌଣସି ପରିବାରବର୍ଗ ମୋ’ ପାଇଁ ଏରସ କାଠରେ ଏକ ସୁନ୍ଦର ଗୃହ ନିର୍ମାଣ କରିବାକୁ କହି ନାହିଁ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆମ୍ଭେ ସମୁଦାୟ ଇସ୍ରାଏଲ-ସନ୍ତାନ ସହିତ ଯେସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ, ଆମ୍ଭ ଲୋକ ଇସ୍ରାଏଲକୁ ପାଳନ କରିବା ପାଇଁଯେଉଁମାନଙ୍କୁ ଆଜ୍ଞା ଦେଇଥିଲୁ, ଇସ୍ରାଏଲର ଏପରି କୌଣସି ବଂଶକୁ, ତୁମ୍ଭେମାନେ କିହେତୁ ଆମ୍ଭ ପାଇଁ ଏରସ କାଷ୍ଠଗୃହ ନିର୍ମାଣ କରି ନାହଁ, ଏପରି ଏକ କଥା କି ଆମ୍ଭେ କହିଅଛୁ?

Gade chapit la Kopi

ଓଡିଆ ବାଇବେଲ

7 ଆମ୍ଭେ ସମୁଦାୟ ଇସ୍ରାଏଲ ସନ୍ତାନ ସହିତ ଯେଉଁ ସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ, ଆମ୍ଭ ଲୋକ ଇସ୍ରାଏଲକୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା ଦେଇଥିଲୁ, ଇସ୍ରାଏଲର ଏପରି କୌଣସି ବଂଶକୁ, ତୁମ୍ଭେମାନେ କାହିଁକି ଆମ୍ଭ ନିମନ୍ତେ ଏରସ କାଷ୍ଠର ଗୃହ ନିର୍ମାଣ କରି ନାହଁ, ଏପରି ଏକ କଥା କି ଆମ୍ଭେ କହିଅଛୁ ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆମ୍ଭେ ସମୁଦାୟ ଇସ୍ରାଏଲ ସନ୍ତାନ ସହିତ ଯେଉଁସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ, ଆମ୍ଭ ଲୋକ ଇସ୍ରାଏଲକୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା ଦେଇଥିଲୁ, ଇସ୍ରାଏଲର ଏପରି କୌଣସି ବଂଶକୁ, ତୁମ୍ଭେମାନେ କାହିଁକି ଆମ୍ଭ ନିମନ୍ତେ ଏରସ କାଷ୍ଠର ଗୃହ ନିର୍ମାଣ କରି ନାହଁ, ଏପରି ଏକ କଥା କି ଆମ୍ଭେ କହିଅଛୁ?’

Gade chapit la Kopi




2 ଶାମୁୟେଲ 7:7
19 Referans Kwoze  

ଏପରିକି ଯେତେବେଳେ ଶାଉଲ ରାଜା ଥିଲେ ସେତେବେଳେ ଆପଣ ଆମ୍ଭମାନଙ୍କୁ ଯୁଦ୍ଧରେ ଆଗେଇ ନେଇଥିଲେ। ଆଉ ଆପଣ ହେଉଛନ୍ତି ସେହି ଲୋକ ଯେ କି ଯୁଦ୍ଧରୁ ଇସ୍ରାଏଲକୁ ନିରାପଦରେ ଫେରାଇ ଆଣିଥିଲେ ଏବଂ ସଦାପ୍ରଭୁ ଆପଣଙ୍କୁ କହିଛନ୍ତି, ‘ତୁମ୍ଭେ ମୋର ଲୋକମାନଙ୍କର ମେଷପାଳକ ହେବ। ଇସ୍ରାଏଲ ଓ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କ ଉପରେ ଶାସନ କରିବ।’”


ସେମାନେ ଖୁବ୍ ଜୋ‌ର୍‌‌ରେ ଚିତ୍କାର କରି କହିଲେ, “ହେ ଇସ୍ରାଏଲୀୟ ଲୋକମାନେ, ଆମ୍ଭକୁ ସାହାଯ୍ୟ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ, ଆମ୍ଭ ବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତେକ ଗ୍ରୀକ୍ ଲୋକମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।”


ତେଣୁ ତୁମ୍ଭେମାନେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ରଆତ୍ମା ଯେଉଁ ମେଷପଲ ଉପରେ ତୁମ୍ଭମାନଙ୍କୁ ମେଷପାଳକ ରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ୱର ଆପଣା ରକ୍ତରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।


‘ହେ ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ! ଯିହୂଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ। ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ, ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇନେବେ।’”


ତା'ପରେ ଇସ୍ରାଏଲର ଶାସକ ସଦାପ୍ରଭୁଙ୍କ ଶକ୍ତିରେ ଓ ତାଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଅପୂର୍ବ ମହିମାରେ ଦଣ୍ଡାୟମାନ ହୋଇ ତାଙ୍କ ପଲଙ୍କୁ ଚରାଇବେ। ସେମାନେ ଶାନ୍ତିରେ ବାସ କରିବେ କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୃତ ହେବ।


ପୁଣି ସେମାନଙ୍କ ଉପରେ ମୋର ମେଷପାଳକ ଦାଉଦଙ୍କୁ ନିଯୁକ୍ତ କରିବି। ସେ ସେମାନଙ୍କୁ ଚରାଇବ ଓ ସେମାନଙ୍କର ପାଳକ ହେବ।


ହଁ, ମୁଁ ନିଜ ମେଷମାନଙ୍କୁ ଚରାଇବି ଓ ସେମାନଙ୍କୁ ଉତ୍ତମ ସ୍ଥାନରେ ଶୟନ କରାଇବି।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ମେଷପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର। ସେହି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି ଭବିଷ୍ୟ‌ଦ୍‌ବାଣୀ କହନ୍ତି, ‘ଇସ୍ରାଏଲର ମେଷପାଳକମାନଙ୍କୁ ଧିକ୍, ଯେଉଁମାନେ କେବଳ ସେମାନଙ୍କର ଯତ୍ନ ନିଅନ୍ତି। ମେଷପାଳକମାନେ ମେଷମାନଙ୍କର ଯତ୍ନ ନେବା ଉଚିତ୍ ନୁହେଁ କି?


ଆଉ ଆମ୍ଭେ ସେମାନଙ୍କ ଉଦ୍ଦେଶ୍ୟରେ ନୂତନ ପାଳକ ନିଯୁକ୍ତ କରିବା। ସେମାନେ ସେମାନଙ୍କୁ ଚରାଇବେ ଓ ଯତ୍ନ ନେବେ। ଆଉ ଆମ୍ଭର ପଲ ଭୟଭୀତ କି ନିରାଶ ହେବେ ନାହିଁ। ପୁଣି ସେମାନଙ୍କ ମଧ୍ୟରୁ କେହି ହଜିବେ ନାହିଁ।” ଏହା ସଦାପ୍ରଭୁ କହନ୍ତି।


ତା'ପରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ନୂତନ ପାଳକଗଣ ଦେବା, ଯେଉଁମାନେ କି ଆମ୍ଭ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ହେବେ। ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚଲାଇବେ।


ମେଷଶାବକ ମେଷମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନେବେ। ମେଷ ଛୁଆମାନଙ୍କୁ ସେ ନିଜର ବାହୁ ବଳରେ ସଂଗ୍ରହ କରିବେ ଓ ନିଜର କୋଳରେ ସେମାନଙ୍କୁ ବହି ନେବେ। ସେମାନଙ୍କର ମାମାନେ ପଛେ ପଛେ ଯିବେ।


ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତୁମ୍ଭ ହସ୍ତରେ ତୁମ୍ଭର ଶତ୍ରୁମାନଙ୍କୁ ସମର୍ପଣ କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଛାଉଣି ମଧ୍ୟରେ ଗମନାଗମନ କରନ୍ତି। ଏଥିପାଇଁ ସେ ଯେପରି ତୁମ୍ଭମାନଙ୍କ ମଧ୍ୟରେ ଲଜ୍ଜାକର ବିଷୟ ନ ଦେଖନ୍ତି ଓ ତୁମ୍ଭ ନିକଟରୁ ବିମୁଖ ନ ହୁଅନ୍ତି। ଏଥିପାଇଁ ତୁମ୍ଭର ଛାଉଣି ସର୍ବଦା ପବିତ୍ର ହେବା ଉଚିତ୍।


ତୁମ୍ଭ ଦଳରେ ଥିବା ପ୍ରାଚୀନମାନଙ୍କୁ ଏବେ ମୋର କିଛି କହିବାର ଅଛି। ମୁଁ ମଧ୍ୟ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ଯନ୍ତ୍ରଣା ନିଜ ଆଖିରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ୟତରେ ଦେଖାଇ ଦିଆଯିବ, ସେଥିରେ ମଧ୍ୟ ମୁଁ ଭାଗ ନେବି।


ଯେତେବେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନେତୃତ୍ୱ ନେଇ ଇସ୍ରାଏଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, ‘ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ୟ ହେବ।’”


ସଦାପ୍ରଭୁ ଏହିକଥା କୁହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭେମାନେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରି ପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହେବ?


Swiv nou:

Piblisite


Piblisite