Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 7:19 - ପବିତ୍ର ବାଇବଲ

19 ସଦାପ୍ରଭୁ ମୋର ମୁନିବ, କେବଳ ମୁଁ ଜଣେ ତୁମ୍ଭର ସେବକ। ତଥାପି ତୁମ୍ଭେ ମୋର ଭବିଷ୍ୟଦ୍ ବଂଶଧର ପ୍ରତି ଏହି ସହାନୁଭୁତି ବାକ୍ୟ କହିଲ। ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ସର୍ବଦା ଏପରି ଲୋକମାନଙ୍କୁ କୁହ ନାହିଁ, କୁହ କି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ତଥାପି, ହେ ପ୍ରଭୋ, ସଦାପ୍ରଭୋ, ତୁମ୍ଭ ଦୃଷ୍ଟିରେ ଏହା ହିଁ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା ମଧ୍ୟ କହିଅଛ; ହେ ପ୍ରଭୋ, ସଦାପ୍ରଭୋ, ଏହା କʼଣ ମନୁଷ୍ୟର ବ୍ୟବସ୍ଥା?

Gade chapit la Kopi

ଓଡିଆ ବାଇବେଲ

19 ତଥାପି, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭ ଦୃଷ୍ଟିରେ ଏହା ହିଁ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା ମଧ୍ୟ କହିଅଛ; ହେ ପ୍ରଭୁ, ସଦାପ୍ରଭୁ, ଏହା କ’ଣ ମନୁଷ୍ୟର ବ୍ୟବସ୍ଥା ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ତଥାପି, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭ ଦୃଷ୍ଟିରେ ଏହା ହିଁ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା ମଧ୍ୟ କହିଅଛ; ହେ ପ୍ରଭୋ ସଦାପ୍ରଭୋ, ଏହା କʼଣ ମନୁଷ୍ୟର ବ୍ୟବସ୍ଥା?

Gade chapit la Kopi




2 ଶାମୁୟେଲ 7:19
12 Referans Kwoze  

ସର୍ବୋପରି, ଭବିଷ୍ୟତରେ ମୋ’ ପରିବାର ପ୍ରତି କ’ଣ ଘଟିବ, ତାହା ମଧ୍ୟ ତୁମ୍ଭେ ମୋତେ ଜାଣିବାକୁ ଦେଲ। ସତେ ଯେପରି ମୁଁ ଜଣେ ଅତି ମହାନ ବ୍ୟକ୍ତି ଅଟେ, ତୁମ୍ଭେ ମୋ’ ପ୍ରତି ସେ ପ୍ରକାର ବ୍ୟବହାର କଲ।


ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ। ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।


ଭବିଷ୍ୟତରେ ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ ଦେଖାଇବା ପାଇଁ ପରମେଶ୍ୱର ଏପରି କଲେ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କଲେ। ଏହି ଅନୁଗ୍ରହ ଦ୍ୱାରା ତୁମ୍ଭେ ଉଦ୍ଧାର ପାଇଛ।


ମୁଁ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତା'ର ସ୍ତ୍ରୀମାନଙ୍କୁ ଦେଲି। ଇସ୍ରାଏଲ ଓ ଯିହୁଦାକୁ ଶାସନ କରିବା ପାଇଁ ମଧ୍ୟ ତୁମ୍ଭଙ୍କୁ ଦେଲି। ଯଦି ଏହା ଅଳ୍ପ ହେଲା, ତେବେ ମୁଁ ତୁମ୍ଭକୁ ଅଧିକ ଦେଇଥା’ନ୍ତି।


ତୁମ୍ଭେ ଆମ୍ଭମାନଙ୍କୁ ଦୁ‌ଗ୍‌ଧମଧୁପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମାରିବାକୁ ଆଣିଅଛ। ଏହା କ’ଣ କ୍ଷୁଦ୍ର ବିଷୟ? ଆହୁରି ତୁମ୍ଭେ ନିଜକୁ ଆମ୍ଭମାନଙ୍କ ଉପରେ ଶାସକ ହେବାକୁ ଗ୍ଭହୁଁଛ।


ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କୁ ଇସ୍ରାଏଲ ମଣ୍ତଳୀରୁ ପୃଥକ୍ କରି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିମନ୍ତେ ନିୟୋଜିତ କରିଛନ୍ତି ଓ ତୁମ୍ଭମାନଙ୍କ ମଣ୍ତଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ପାଇଁ ଆପଣା ନିକଟବର୍ତ୍ତୀ କରିଛନ୍ତି। ଏହା ତୁମ୍ଭମାନଙ୍କ ପାଇଁ ଯଥେଷ୍ଟ ନୁହଁ କି?


ତୁମ୍ଭେମାନେ ଉତ୍ତମ ତୃଣ ଭୂମିରେ ଚରିପାର, ମାତ୍ର ତୁମ୍ଭେମାନେ କାହିଁକି ଅନ୍ୟମାନଙ୍କର ଗ୍ଭରଣ ସ୍ଥାନକୁ ପାଦରେ ଦଳିବ? ତୁମ୍ଭେମାନେ ପ୍ରଚୁର ନିର୍ମଳ ଜଳ ପାନ କରିପାର, ମାତ୍ର ଅନ୍ୟ ମେଷମାନଙ୍କ ପାଇଁ ଜଳକୁ ଗୋଳିଆ କରିବ କାହିଁକି?


ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦେଲା, “ମୁଁ ତୁମ୍ଭର ଶତ୍ରୁ ନୁହେଁ, ମୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଅଟେ। ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସିଲି।” ଏହା ପରେ ଯିହୋଶୂୟ ସମ୍ମାନ ଜଣାଇ ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେ କହିଲେ, “ମୋର ପ୍ରଭୁ ତାଙ୍କର ଦାସ ମୋ’ ପାଇଁ କିଛି ବାର୍ତ୍ତା ପଠାଇଛନ୍ତି କି?”


ଏହି କାର୍ଯ୍ୟ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ୟ ମୋୟାବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ପରାସ୍ତ କରାଇବେ।


Swiv nou:

Piblisite


Piblisite