Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 7:15 - ପବିତ୍ର ବାଇବଲ

15 ମୁଁ କେବେ ତା’ ପ୍ରତି ମୋର କରୁଣା ଓ ପ୍ରେମ ବନ୍ଦ କରିବି ନାହିଁ। ମୁଁ ଶାଉଲଠାରୁ ମୋର ପ୍ରେମ ଓ କରୁଣା ଦୂର କଲି, କିନ୍ତୁ ମୁଁ ତୁମ୍ଭକୁ ସେପରି କରିବି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ଶାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

15 ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ଶାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ଶାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ।

Gade chapit la Kopi




2 ଶାମୁୟେଲ 7:15
18 Referans Kwoze  

ବିଦ୍ରୋହିତା ମନ୍ତ୍ରପାଠ ପାପତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନଙ୍କର ପୂଜାତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ। ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହେବା ପାଇଁ ତୁଚ୍ଛ କରିଅଛନ୍ତି।”


ଆମ୍ଭେ ସର୍ବଦା ତାଙ୍କୁ ପ୍ରେମ କରିବା ଓ ତା’ ପ୍ରତି ବିଶ୍ୱସ୍ତ ରହିବା। ଆମ୍ଭର ଚୁକ୍ତି ସର୍ବଦା ତା'ଠାରେ ରଖିବା, ତାହା କେବେ ଶେଷ ହେବ ନାହିଁ।


ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ଇସ୍ରାଏଲର ରାଜତ୍ୱ ତୁମ୍ଭଠାରୁ ନେଇଗଲେ ଓ ତୁମ୍ଭଠାରୁ ଜଣେ ଉତ୍ତମ ବ୍ୟକ୍ତିକୁ ଦେଲେ, ଯିଏ କି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ।


ତାଙ୍କ ରାଜ୍ୟରେ କର୍ତ୍ତୃତ୍ୱ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସେହି ରାଜା ନ୍ୟାୟ ଓ ଧାର୍ମିକତା ବଳରେ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବେ। ସର୍ବଶକ୍ତିମାନ ସଦାପ୍ରଭୁଙ୍କର ତାଙ୍କ ଲୋକମାନଙ୍କ ପାଇଁ ଅନନ୍ତ ପ୍ରେମ ରହିଛି ଏବଂ ଏହି ପ୍ରେମ ଯୋଗୁଁ ସେ ଏଗୁଡ଼ିକ କରିବେ।


ତଥାପି ସମୁଦାୟ ରାଜ୍ୟ ତୁମ୍ଭ ପୁତ୍ରଠାରୁ ଆମ୍ଭେ ଛଡ଼େଇ ନେବାକୁ ଯାଉ ନାହୁଁ। ତୁମ୍ଭର ପୁତ୍ରକୁ ଏକ ପରିବାରବର୍ଗକୁ ଶାସନ କରିବାକୁ ଦେବା। ଆମ୍ଭେ ଏପରି କରିବା କାରଣ ଆମ୍ଭେ ଆପଣା ଦାସ ଦାଉଦଙ୍କୁ ଭଲ ପାଉ ଓ ଯିରୁଶାଲମ ଆମ୍ଭର ମନୋନୀତ ନଗର ଅଟେ।”


ମୁଁ ତା'ର ପିତା ହେବି ଓ ସେ ମୋର ପୁତ୍ର ହେବ। ଯେତେବେଳେ ସେ ପାପ କରେ ମୁଁ ତାକୁ ଦଣ୍ତ ଦେବି, ଯେପରି ଲୋକମାନେ ସେମାନଙ୍କର ପୁତ୍ରମାନଙ୍କୁ ଦଣ୍ତ ଦିଅନ୍ତି।


ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ। ପୁଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା।


ମୁଁ ମୋ’ ନିମନ୍ତେ ଓ ମୋର ଦାସ ଦାଉଦ ନିମନ୍ତେ ଏହି ନଗରକୁ ରକ୍ଷା କରିବି ଓ ଏହାର ସପକ୍ଷରେ ରହିବି।”


ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।


ତୁମ୍ଭ ପରିବାର ଓ ତୁମ୍ଭ ରାଜତ୍ୱ ଓ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥିରିକୃତ ହେବ। ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’”


କର୍ଣ୍ଣଡେରି ଶୁଣ ଓ ଆମ୍ଭ ନିକଟକୁ ଆସ। ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।


ତା'ପରେ ଶାଉଲ ନିଜର ବସ୍ତ୍ର ଉତ୍ତାରିଲେ ଓ ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ସେ ସେହି ଦିନଯାକ ଏବଂ ରାତ୍ରି ତମାମ ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, “ଶାଉଲ ବି କ’ଣ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଜଣେ?”


ମାତ୍ର ସେମାନଙ୍କୁ ଦାଉଦଙ୍କ ପ୍ରେମଠାରୁ ବଞ୍ଚିତ କରିବା ନାହିଁ। ଆମ୍ଭେ ସେମାନଙ୍କ ପ୍ରତି ଚିରଦିନ ବିଶ୍ୱସ୍ତ ରହିବା।


ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନେହପୂର୍ଣ୍ଣ କରୁଣା କୁଆଡ଼େ ଗଲା? ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ୱସ୍ଥତା ଦେଖାଇବା ପାଇଁ ପ୍ରତିଜ୍ଞା କରିଥିଲ।


କିନ୍ତୁ ଶାମୁୟେଲ ଶାଉଲଙ୍କୁ କହିଲେ, “ମୁଁ ତୁମ୍ଭ ସଙ୍ଗେ ଫେରି ଯିବି ନାହିଁ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ପାଇଁ ମନା କରିଅଛନ୍ତି।”


ଯଦି ସେମାନେ ମୋ’ ନିୟମ ଭଙ୍ଗ କରନ୍ତି ଏବଂ ମୋ’ ଆଜ୍ଞା ନ ପାଳନ୍ତି,


Swiv nou:

Piblisite


Piblisite