Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 6:7 - ପବିତ୍ର ବାଇବଲ

7 ଉଷ ସଦାପ୍ରଭୁଙ୍କୁ ଯଥା ସମ୍ମାନ ପ୍ରଦର୍ଶନ ନ କରିବାରୁ ସଦାପ୍ରଭୁ ତାଙ୍କ ଉପରେ ରାଗିଲେ ଓ ତାଙ୍କୁ ଆଘାତ କଲେ। ଉଷ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ପାଖରେ ମୃତ୍ୟୁବରଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା; ଏଣୁ ପରମେଶ୍ଵର ତାହାର ଭ୍ରମ ସକାଶୁ ତାହାକୁ ଆଘାତ କରନ୍ତେ, ସେ ସେହିଠାରେ ପରମେଶ୍ଵରଙ୍କ ସିନ୍ଦୁକ ପାଖରେ ମଲା।

Gade chapit la Kopi

ଓଡିଆ ବାଇବେଲ

7 ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ପରମେଶ୍ୱର ତାହାର ଭ୍ରମ ସକାଶୁ ତାହାକୁ ଆଘାତ କରନ୍ତେ, ସେ ସେହିଠାରେ ପରମେଶ୍ୱରଙ୍କ ସିନ୍ଦୁକ ପାଖରେ ମଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ପରମେଶ୍ୱର ତାହାର ଭ୍ରମ ସକାଶୁ ତାହାକୁ ଆଘାତ କରନ୍ତେ, ସେ ସେହିଠାରେ ପରମେଶ୍ୱରଙ୍କ ସିନ୍ଦୁକ ପାଖରେ ମଲା।

Gade chapit la Kopi




2 ଶାମୁୟେଲ 6:7
10 Referans Kwoze  

ବୈ‌ଥ୍‌-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଅନାଇବାରୁ ସେ ସେମାନଙ୍କୁ ହତ୍ୟା କଲେ, ବୈଥ୍-ଶେମଶର ଲୋକମାନଙ୍କ ମଧ୍ୟରୁ ସତୁରି ଜଣ ହତ୍ୟା ହେଲେ। ପୁଣି ପରମେଶ୍ୱର ସେମାନଙ୍କୁ ଭୟଙ୍କର ଭାବରେ ଦଣ୍ତିତ କରିଥିବାର ଲୋକମାନେ ବିଳାପ କଲେ।


ନିୟମସିନ୍ଦୁକକୁ କିପରି ବହି ନେବାକୁ ହେବ, ତାହା କ’ଣ ଆମ୍ଭେ ଗତଥର ସଦାପ୍ରଭୁଙ୍କୁ ପଗ୍ଭରି ନ ଥିଲୁ? ତୁମ୍ଭେ କ’ଣ ଲେବୀୟମାନେ ତାହାକୁ ବହନ କରି ନ ଥିଲ, ସେଥିନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କୁ ଦଣ୍ଡ ଦେଲେ।”


ସଦାପ୍ରଭୁ ଉଷ ପ୍ରତି ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ। ସଦାପ୍ରଭୁ ଉଷକୁ ବଧ କଲେ, କାରଣ ସେ ସିନ୍ଦୁକକୁ ସ୍ପର୍ଶ କଲା। ତେଣୁ ଉଷ ସେହିଠାରେ ପରମେଶ୍ୱରଙ୍କ ସମ୍ମୁଖରେ ମୃତ୍ୟୁ ଭୋଗ କଲା।


ଏହା ପରେ ଦାଉଦ କହିଲେ, “କେବଳ ଲେବୀୟମାନେ ନିୟମସିନ୍ଦୁକକୁ ବହି ନେଇ ପାରିବେ। କାରଣ ସଦାପ୍ରଭୁ ସେମାନଙ୍କୁ ନିୟମସିନ୍ଦୁକ ବହିନେବା ନିମନ୍ତେ ଓ ଚିରକାଳ ତାଙ୍କର ସେବା କରିବା ନିମନ୍ତେ ମନୋନୀତ କରିଅଛନ୍ତି।”


“ଏହିରୂପେ ଯେତେବେଳେ ଛାଉଣି ଅଗ୍ରସର ହେବା ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ୟ ଢାଙ୍କି ଦେବେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସେମାନେ ନିଶ୍ଚୟ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ, ନ ହେଲେ ସମାନେ ମୃତ୍ୟୁବରଣ କରିବେ। ପବିତ୍ର ତମ୍ବୁରେ ଏହା ହିଁ କହାତ ପୁତ୍ରଗଣର କର୍ତ୍ତବ୍ୟ ହେବ।


ଦଶ ଦିନ ପରେ ସଦାପ୍ରଭୁ ନାବଲର ମୃତ୍ୟୁର କାରଣ ହେଲେ।


ସଦାପ୍ରଭୁ ଉଷକୁ ମାରି ଦେଇଥିବାରୁ ଦାଉଦ ବ୍ୟତିବ୍ୟସ୍ତ ହେଲେ ଓ ସେହି ସ୍ଥାନର ନାମ “ପେରସ୍ଉଷ” ରଖିଲେ। ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ପେରସ୍ଉଷ ରହିଅଛି।


ଯେତେବେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାଯିବ, ଲେବୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣି ଥରେ ସ୍ଥାପନ କରିବା ଉଚିତ୍। ଲେବୀୟ ବ୍ୟତୀତ, ଅନ୍ୟ ଯେକେହି ସେଠାକୁ ଯାଏ, ତାକୁ ହତ୍ୟା କରାଯିବ।


Swiv nou:

Piblisite


Piblisite