Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 6:19 - ପବିତ୍ର ବାଇବଲ

19 ଦାଉଦ ମଧ୍ୟ ଇସ୍ରାଏଲର ସମସ୍ତ ସ୍ତ୍ରୀ ଓ ପୁରୁଷ ଲୋକମାନଙ୍କୁ ଏକ ଏକ ଖଣ୍ତ ରୋଟୀ, ଏକ ଏକ ଅଂଶ ମାଂସ ଓ ଏକ ଏକ ଶୁଷ୍କ ଦ୍ରାକ୍ଷା ଦେଲେ ଓ ତା'ପରେ ଲୋକମାନେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ପୁଣି ସେ ଇସ୍ରାଏଲର ସମୁଦାୟ ଜନତା ମଧ୍ୟରେ ସମସ୍ତ ଲୋକଙ୍କୁ, ପୁରୁଷ ଓ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରତ୍ୟେକଙ୍କୁ ଏକ ଏକ ଖଣ୍ତ ରୋଟୀ ଓ ଏକ ଏକ ଅଂଶ ମାଂସ ଓ ଏକ ଏକ ଦ୍ରାକ୍ଷାଚକ୍ତି ପରିବେଷଣ କଲେ। ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ପ୍ରସ୍ଥାନ କଲେ।

Gade chapit la Kopi

ଓଡିଆ ବାଇବେଲ

19 ପୁଣି ସେ ଇସ୍ରାଏଲର ସମୁଦାୟ ଜନତା ମଧ୍ୟରେ ସମସ୍ତ ଲୋକଙ୍କୁ, ପୁରୁଷ ଓ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରତ୍ୟେକଙ୍କୁ ଏକ ଏକ ଖଣ୍ଡ ରୁଟି ଓ ଏକ ଏକ ଅଂଶ ମାଂସ ଓ ଏକ ଏକ ଦ୍ରାକ୍ଷାଚକ୍ତି ପରିବେଷଣ କଲେ। ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ପ୍ରସ୍ଥାନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ପୁଣି ସେ ଇସ୍ରାଏଲର ସମୁଦାୟ ଜନତା ମଧ୍ୟରେ ସମସ୍ତ ଲୋକଙ୍କୁ, ପୁରୁଷ ଓ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରତ୍ୟେକଙ୍କୁ ଏକ ଏକ ଖଣ୍ଡ ରୁଟି ଓ ଏକ ଏକ ଅଂଶ ମାଂସ ଓ ଏକ ଏକ ଦ୍ରାକ୍ଷାଚକ୍ତି ପରିବେଷଣ କଲେ। ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ପ୍ରସ୍ଥାନ କଲେ।

Gade chapit la Kopi




2 ଶାମୁୟେଲ 6:19
16 Referans Kwoze  

ଆଉ ସେ ସେମାନଙ୍କୁ କହିଲେ, “ଘରକୁ ଯାଅ, ଚି‌କ୍‌କଣ ଦ୍ରବ୍ୟ ଭୋଜନ କର, ସୁମିଷ୍ଟ ଦ୍ରବ୍ୟ ପାନ କର ଓ ଯାହା ପାଇଁ ପ୍ରସ୍ତୁତି ହୋଇ ନାହିଁ, ତାହା ପାଇଁ କିଛି ପଠାଅ। କାରଣ ଆଜି ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମ୍ଭେମାନେ ଦୁଃଖିତ ହୁଅ ନାହିଁ। ଯେଣୁ ସଦାପ୍ରଭୁଙ୍କ ଆନନ୍ଦ ତୁମ୍ଭମାନଙ୍କର ବଳ ହେବ।”


ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କ ଇଚ୍ଛାନୁସାରେ ସେହି ଦାନ ପାଇଛନ୍ତି। ଏଥି ନିମନ୍ତେ ଶାସ୍ତ୍ର କୁହେ: “ସେ ଆକାଶର ଉଚ୍ଚକୁ ଗଲେ; ସେ ବନ୍ଦୀମାନଙ୍କୁ ନିଜ ସହିତ ନେଲେ, ଓ ସେ ଲୋକମାନଙ୍କୁ ଅନୁଗ୍ରହ ଦାନ ଦେଲ।’’


ମୋର ସମସ୍ତ କାର୍ଯ୍ୟ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦେଖାଇଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟ ମନେ ରଖିବା ଉଚିତ୍ ଯେ, ‘ଗ୍ରହଣ କରିବା ଅପେକ୍ଷା ଦାନ ଦେବା ଅଧିକ ଶ୍ରେଷ୍ଠ ଅଟେ।’”


ପୁଣି ପର୍ବ ଦିନରେ; ଅମାବାସ୍ୟାରେ ଓ ବିଶ୍ରାମବାରଗୁଡ଼ିକରେ ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଶସ୍ୟବଳି ଓ ପେୟନୈବେଦ୍ୟ ଓ ସହଭାଗିତାର ନୈବେଦ୍ୟ ଅଧିପତି ଦେବେ। ଅଧିପତି ଇସ୍ରାଏଲକୁ ପବିତ୍ର କରିବା ପାଇଁ ସମସ୍ତ ପାପାର୍ଥକ ବଳି, ଶସ୍ୟ ନୈବେଦ୍ୟ, ହୋମବଳି, ସହଭାଗିତାର ନୈବେଦ୍ୟ ଉତ୍ସର୍ଗ କରିବେ।”


ଯିହୁଦାର ରାଜା ହିଜକିୟ ସମ୍ମିଳିତ ଜନତାକୁ 1,000 ବଳଦ ଓ 7,000 ମେଷକୁ ହତ୍ୟାକରି ଭୋଜନ କରିବା ନିମନ୍ତେ ପ୍ରଦାନ କଲେ। ନେତାମାନେ ସମ୍ମିଳିତ ଜନତାକୁ 1,000 ବଳଦ ଓ 10,000 ମେଷ ଦେଲେ। ଅନେକ ଯାଜକମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ।


ସପ୍ତମ ମାସର ତେଇଶତମ ଦିନରେ ଶଲୋମନ ଲୋକମାନଙ୍କୁ ସେମାନଙ୍କ ଗୃହମାନଙ୍କୁ ପଠାଇ ଦେଲେ। ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ସେମାନଙ୍କ ହୃଦୟ ଆନନ୍ଦରେ ପୂର୍ଣ୍ଣ ଥିଲା, କାରଣ ସଦାପ୍ରଭୁ ଦାଉଦ, ଶଲୋମନ ଓ ତାଙ୍କ ଲୋକ ଇସ୍ରାଏଲ ପ୍ରତି ଅତ୍ୟନ୍ତ ମଙ୍ଗଳମୟ ହୋଇଥିଲେ।


ଏହା ପରେ ସେ ପ୍ରତ୍ୟେକ ଇସ୍ରାଏଲୀୟ ପୁରୁଷ ଓ ସ୍ତ୍ରୀଙ୍କୁ ପାଉଁରୋଟୀର ଏକ ଖଣ୍ଡ, କିଛି ଖଜୁରୀ କୋଳି ଓ କି‌‌‌ସ୍‌ମିସ୍ ଦେଲେ।


ଅଷ୍ଟମ ଦିନରେ ଶଲୋମନ ଲୋକମାନଙ୍କୁ ବିଦାୟ ଦେଲେ। ସମସ୍ତ ଲୋକେ ରାଜାଙ୍କୁ ଧନ୍ୟବାଦ ଦେଇ ସେମାନଙ୍କର ଘରକୁ ଗଲେ। ସଦାପ୍ରଭୁ ନିଜର ଦାସ ଦାଉଦଙ୍କ ପ୍ରତି ଓ ନିଜର ସନ୍ତାନ ଇସ୍ରାଏଲ ପ୍ରତି ଯେଉଁସବୁ ମଙ୍ଗଳବିଧାନ କଲେ, ତାହା ହୃଦୟଙ୍ଗମ କରି ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ପ୍ରତ୍ୟାବର୍ତ୍ତନ କଲେ।


ଦାଉଦ ହୋମବଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ପରେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ।


ଦାଉଦ ଆଶୀର୍ବାଦ ଦେବାକୁ ନିଜର ଘରକୁ ଗଲେ, କିନ୍ତୁ ଶାଉଲଙ୍କ କନ୍ୟା ମୀଖଲ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲେ ଓ କହିଲେ, “ଆଜି ଇସ୍ରାଏଲର ରାଜା ନିଜକୁ ନିଜେ ସମ୍ମାନ କଲେ ନାହିଁ। ତୁମ୍ଭେ ତୁମ୍ଭର ଦାସୀମାନଙ୍କ ସମ୍ମୁଖରେ ଲୁଗା କାଢ଼ି ପକାଇଲ। ତୁମ୍ଭେ ଜଣେ ନିର୍ବୋଧପରି କାର୍ଯ୍ୟ କଲ, ଯିଏ ନିଜର ବସ୍ତ୍ର ବିନା ଲଜ୍ଜାରେ କାଢ଼ି ପକାଏ।”


ଉତ୍ସବ ଶେଷ ହେଲା ପରେ, ସବୁ ଲୋକମାନେ ଫେରିଗଲେ। ପ୍ରତ୍ୟେକ ଲୋକ ନିଜ ଗୃହକୁ ଫେରିଗଲେ। ଏବଂ ଦାଉଦ ମଧ୍ୟ ନିଜ ପରିବାରକୁ ଆଶୀର୍ବାଦ କରିବା ନିମନ୍ତେ ଗୃହକୁ ଫେରିଗଲେ।


କି‌‌‌ସ୍‌‌‌ମିସ୍ ପିଠା ଦେଇ ମୋତେ ଶକ୍ତିଶାଳୀ କର ଓ ସେଓ ଦେଇ ମୋତେ ସତେଜ କରି ଦିଅ, କାରଣ ମୁଁ ପ୍ରେମ ସହିତ ପୀଡ଼ିତା।


ତା'ପରେ ସଦାପ୍ରଭୁ ପୁନର୍ବାର ମୋତେ କହିଲେ, “ଗୋମରର ଅନେକ ପ୍ରେମିକ ଅଛନ୍ତି। କିନ୍ତୁ ତୁମ୍ଭେ ତାଙ୍କୁ ନିଶ୍ଚିତ ଭଲପାଇ ଗ୍ଭଲ। କାରଣ ତାହା ସଦାପ୍ରଭୁଙ୍କ ପରି। ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଭଲ ପାଇ ଗ୍ଭଲନ୍ତି। କିନ୍ତୁ ସେମାନେ ଅନ୍ୟ ଦେବତାଙ୍କୁ ପୂଜାକରି ଗ୍ଭଲନ୍ତି।”


ଏହା ପରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କଲେ ଓ ପଠେଇ ଦେଲେ। ଏବଂ ସେମାନେ ସେମାନଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ କଲେ।


Swiv nou:

Piblisite


Piblisite