Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 6:18 - ପବିତ୍ର ବାଇବଲ

18 ଦାଉଦ ହୋମବଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ପରେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ।

Gade chapit la Kopi

ଓଡିଆ ବାଇବେଲ

18 ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ।

Gade chapit la Kopi




2 ଶାମୁୟେଲ 6:18
16 Referans Kwoze  

ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରି ସାରିବା ପରେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ।


ତତ୍ପରେ ସେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ସମସ୍ତ ଇସ୍ରାଏଲ ଲୋକଙ୍କୁ ଆଶୀର୍ବାଦ କରିବାକୁ ପ୍ରାର୍ଥନା କରି ଏହା କହିଲେ,


ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶେଷ ସେବକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭେମାନେ ଯେପରି ମନ୍ଦକାର୍ଯ୍ୟରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।”


ଯାଜକମାନେ ଓ ଲେବୀୟମାନେ ଉଠି ଛିଡ଼ା ହେଲେ ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କ କଥା ଶୁଣିଲେ, ସେମାନଙ୍କର ପ୍ରାର୍ଥନା ସଦାପ୍ରଭୁଙ୍କ ପବିତ୍ର ଗୃହ ସ୍ୱର୍ଗରେ ପହଞ୍ଚିଲା।


ରାଜା ଶଲୋମନ ତାହାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରିବାକୁ ବୁଲି ପଡ଼ିଲେ।


ଇସ୍ରାଏଲର ସମସ୍ତ ପୁତ୍ରଗଣ ସେଠାରେ ଦଣ୍ଡାୟମାନ ହୋଇଥିଲେ। ରାଜା ଶଲୋମନ ତାଙ୍କର ମୁହଁ ବୁଲାଇଲେ ଓ ସେମାନଙ୍କୁ ଆଶୀର୍ବାଦ କଲେ।


ମୋଶା ସେହି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷେପ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡ଼ିକ ଠିକ୍ ଭାବରେ ହୋଇଥିଲା। ତେଣୁ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।


ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।


ଏହା ପରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କଲେ ଓ ପଠେଇ ଦେଲେ। ଏବଂ ସେମାନେ ସେମାନଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ କଲେ।


ଦାଉଦ ମଧ୍ୟ ଇସ୍ରାଏଲର ସମସ୍ତ ସ୍ତ୍ରୀ ଓ ପୁରୁଷ ଲୋକମାନଙ୍କୁ ଏକ ଏକ ଖଣ୍ତ ରୋଟୀ, ଏକ ଏକ ଅଂଶ ମାଂସ ଓ ଏକ ଏକ ଶୁଷ୍କ ଦ୍ରାକ୍ଷା ଦେଲେ ଓ ତା'ପରେ ଲୋକମାନେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ।


ତା'ପରେ ଶଲୋମନ ସଦାପ୍ରଭୁଙ୍କୁ ଏକ ଦୀର୍ଘ ପ୍ରାର୍ଥନାରେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରଶଂସା କର, ଯାହା ସେ ମୋର ପିତା ଦାଉଦଙ୍କୁ ପ୍ରତିଜ୍ଞା କରିଥିଲେ, ସଦାପ୍ରଭୁ ନିଜେ ପୂରଣ କରିଛନ୍ତି। ସଦାପ୍ରଭୁ ମୋର ପିତାଙ୍କୁ କହିଲେ।


ଯେତେବେଳେ ହିଜକିୟ ଓ ନେତାମାନେ ଆସିଲେ, ସେମାନେ ସେହି ସଂଗୃହୀତ ବସ୍ତୁ ସବୁର ସ୍ତୁପସବୁ ଦେଖିବାକୁ ପାଇଲେ। ସେମାନେ ସଦାପ୍ରଭୁଙ୍କର ଓ ତାଙ୍କର ଲୋକ, ଇସ୍ରାଏଲର ଲୋକମାନଙ୍କର ପ୍ରଶଂସା କଲେ।


ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ, “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ! କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”


Swiv nou:

Piblisite


Piblisite