Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 6:17 - ପବିତ୍ର ବାଇବଲ

17 ଦାଉଦ ପବିତ୍ର ସିନ୍ଦୁକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ନେଇ ସେହି ତମ୍ବୁ ମଧ୍ୟରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଏଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଭିତରକୁ ଆଣି ତାହା ସ୍ଥାନରେ, ଅର୍ଥାତ୍, ତହିଁ ପାଇଁ ଦାଉଦ ଯେଉଁ ତମ୍ଵୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ତହୁଁ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

Gade chapit la Kopi

ଓଡିଆ ବାଇବେଲ

17 ଏଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଭିତରକୁ ଆଣି ସେହି ସ୍ଥାନରେ, ଅର୍ଥାତ୍‍, ତହିଁ ପାଇଁ ଦାଉଦ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ତହୁଁ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଏଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଭିତରକୁ ଆଣି ସେହି ସ୍ଥାନରେ, ଅର୍ଥାତ୍‍, ତହିଁ ପାଇଁ ଦାଉଦ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ତହୁଁ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

Gade chapit la Kopi




2 ଶାମୁୟେଲ 6:17
12 Referans Kwoze  

ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଦାଉଦ ଯିରୁଶାଲମକୁ କିରିୟତ ଯିୟାରୀମଠାରୁ ଆଣିଥିଲେ। ଯିରୁଶାଲମରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ଯିରୁଶାଲମରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।


ଦାଉଦ ଆପଣା ନିମନ୍ତେ ଦାଉଦ ନଗରରେ ଗୃହମାନ ନିର୍ମାଣ କଲେ। ଏହା ପରେ ସେ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ।


ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ, ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।


ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକେ ନିୟମ-ସିନ୍ଦୁକ ସମ୍ମୁଖରେ ଏକତ୍ରିତ ହେଲେ ଓ ଅନେକ ଗାଈ ଓ ମେଷ, ବଳିଦାନ କଲେ। ସେମାନଙ୍କର ସଂଖ୍ୟା ଅଗଣନ ଥିଲା।


ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ନିୟମ-ସିନ୍ଦୁକ ସମ୍ମୁଖରେ ଏକାଠି ହେଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ମେଷ ଓ ଷଣ୍ଢଗୁଡ଼ିକୁ ହୋମବଳି ରୂପେ ବଳିଦାନ ଦେଲେ। ସେହି ବଳିକୃତ ମେଷ ଓ ଷଣ୍ଢ ସଂଖ୍ୟା ଏତେ ଥିଲା ଯେ, ତାକୁ କେହି ଗଣିପାରିଲେ ନାହିଁ।


ତା'ପରେ ସେମାନେ ନିୟମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହା ପରେ ସେମାନେ ପରମେଶ୍ୱରଙ୍କ ଆଗରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।


ଏହା ପରେ ସେହି ମଙ୍ଗଳାର୍ଥକ ନୈବେଦ୍ୟରୁ ଏକ ଅଂଶ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଉପହାର ରୂପେ ହେବ। ସେ ତା'ର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ, ମେରୁଦଣ୍ଡ ନିକଟରୁ କାଟି ନେବ। ସମସ୍ତ ମେଦ ଉପରିସ୍ଥ ଅଂଶ ଏବଂ ଏହାର ଅନ୍ତ ଅଂଶଗୁଡ଼ିକ ନୈବେଦ୍ୟ ହେବ।


ନିୟମ-ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧ୍ୟରେ ରଖାଯିବା ପରେ ଦାଉଦ ଏହି ବ୍ୟକ୍ତିମାନଙ୍କୁ ବାଦ୍ୟକାରୀ ରୂପେ ମନୋନୀତ କଲେ।


ଲେବୀୟମାନେ ନିୟମସିନ୍ଦୁକକୁ ଦାଉଦଙ୍କ ଦ୍ୱାରା ପ୍ରସ୍ତୁତ ସ୍ଥାନକୁ ବହିନେବା ସମୟରେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଯିରୁଶାଲମରେ ଏକତ୍ରିତ ହେବା ନିମନ୍ତେ ଦାଉଦ କହିଲେ।


Swiv nou:

Piblisite


Piblisite